ହାଇଦ୍ରାବାଦ:ଗୁଗଲ୍ ଲଞ୍ଚ କଲା ଉନ୍ନତ ମଡେଲ୍ ଜେମିନି AI। ଓପନ୍ AIର ଚାଟ୍ ଜିପିଟି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗୁଗଲ ଜେମିନି ଏଆଇ ଲଞ୍ଚ କରିଛି । ଏକାସାଙ୍ଗରେ ଟେକ୍ସଟ, ଛବି, ଅଡିଓ, କୋଡ୍ ଇତ୍ୟାଦି ଅନେକ ପ୍ରକାର କାର୍ଯ୍ୟ ପରିଚାଳନା କରିପାରିବେ । ଏହା ହିଁ ଜେମିନି ଏଆଇର ବିଶେଷତ୍ବ । କହିରଖୁଛୁ କି ଚାଟଜିପିଟି କେବଳ ଟେକ୍ସଟକୁ ହିଁ ପରିଚାଳନା କରିପାରିଥାଏ । ତେବେ ଗୁଗଲ ଜେମନି ଏଆଇ ଲଞ୍ଚ କରିବା ପରେ ଚାଟଡିପିଟି ସହିତ ପ୍ରତିଦ୍ବନ୍ଦିତା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହି ମଡେଲର ବ୍ୟବହାର ନେଇ ଆପଣ ଜାଣିଛନ୍ତି କି ? ସୂଚନା ଅନୁସାରେ, ଗୁଗଲର ଅତ୍ୟାଧୁନିକ ପିକ୍ସେଲ ଡିଭାଇସରେ କମ୍ପାନୀ ଏହି ମଡେଲକୁ ସ୍ଥାପିତ କରିଛି । ପିକ୍ସେଲ 8 ପ୍ରୋ ମୋବାଇଲରେ ଜେମିନି ଏଆଇର ବ୍ୟବହାର ସମ୍ଭବ ଅଟେ ।
ଏହି ଫୋନରେ ମିଳିବ ସପୋର୍ଟ: ଗୁଗଲର ପିକ୍ସେଲ 8 ପ୍ରୋରେ ଜେମିନି ଏଆଇର ନାନୋ ଭର୍ସନ ରହିବ। ବର୍ତ୍ତମାନ ଏହି ଟୁଲକୁ ବ୍ୟବହାର କରି ଦୁଇଟି କାର୍ଯ୍ୟ କରିବା ସମ୍ଭବ ଅଟେ । ପ୍ରଥମତଃ ହ୍ବାଟ୍ସଆପରେ ଆପଣ କଣ ରିପ୍ଲାଇ ଦେବେ ସେନେଇ ପରାମର୍ଶ ପ୍ରଦାନ କରିବ । ଦ୍ବିତୀୟତଃ ରେକର୍ଡର ଆପରେ ସାରାଂଶ ଜାଣିବାରେ ସକ୍ଷମ ହେବେ । କାରଣ ଏହା ଏଆଇ ଅନ ଡିଭାଇସ ଟାସ୍କ ଅଟେ । ଏହା ଡିଭାଇସରୁ କୌଣସି ସୂଚନାକୁ ଲିକ କରିବାକୁ ଦିଏ ନାହିଁ ବରଂ ଗୋପନୀୟତା ବଜାୟୀ ରଖିବାରେ ସାହାଯ୍ୟ କରେ । କମ୍ପାନୀ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଜେମିନି ଏଆଇ 3 ସାଇଜ ଅଲଟ୍ରା(ଜଟିଳ କାର୍ଯ୍ୟ ପାଇଁ) ପ୍ରୋ(ବିଭିନ୍ନ ପ୍ରକାର କାର୍ଯ୍ୟର ବିସୃତ ଶୃଙ୍ଖଳା ବୃଦ୍ଧି କରିବା ପାଇଁ) ଏବଂ ନାନୋ(ଅନ୍-ଡିଭାଇସ୍ ଟାସ୍କ) ପାଇଁ ଉପଲବ୍ଧ ଅଟେ ।