ଓଡିଶା

odisha

29ରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ, ଏଠାରେ ଦେଖନ୍ତୁ ଲାଇଭ ଷ୍ଟ୍ରିମ

By ETV Bharat Odisha Team

Published : Oct 25, 2023, 4:06 PM IST

ଆସନ୍ତା 29ରେ ହେବ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଅଧିକ ପଢନ୍ତୁ

Partial lunar eclipse
Partial lunar eclipse

ହାଇଦ୍ରାବାଦ:ଗୋଟିଏ ମାସରେ ଦୁଇଟି ଗ୍ରହଣ । ଗତ ଅକ୍ଟୋବର 14 ତାରିଖରେ ସୂର୍ଯ୍ୟପରାଗ ହୋଇଥିବା ବେଳେ ଆସନ୍ତା 29 ତାରିଖରେ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ତେବେ ଏହି ଗ୍ରହଣ 2 ଦିନ ବୋଲି ବିବେଚନା କରାଯାଉଛି। ଆସନ୍ତା 28 ବିଳମ୍ବିତ ରାତି ଅର୍ଥାତ 29 ତାରିଖ ଭୋରୁ ଗ୍ରହଣ ଦୃଶ୍ୟମାନ ହେବ। ଏହା ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ ଅଟେ।

ଏହି ସ୍ଥାନରେ ଦୃଶ୍ୟମାନ ହେବ ଗ୍ରହଣ: ସୂଚନା ଅନୁସାରେ, ଅକ୍ଟୋବର 28 ତାରିଖ(ଶନିବାର) ଦିନ ହେବାକୁ ଥିବା ଖଣ୍ଡାଗ୍ରାସ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଏହା ବ୍ୟତୀତ ଆଟଲାଣ୍ଟିକ୍ ମହାସାଗର, ଭାରତ ମହାସାଗର, ପଶ୍ଚିମ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର, ଆଫ୍ରିକା, ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକାର ପୂର୍ବ ଉତ୍ତର ଭାଗରେ ମଧ୍ୟ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ।

1 ମିନିଟ 19ମିନିଟ ଧରି ଲାଗିବ ଗ୍ରହଣ: ମଧ୍ୟରାତ୍ରିରେ ଚନ୍ଦ୍ର ଧୀରେ ଧୀରେ ଅଦୃଶ୍ୟ ହେବ। ଅକ୍ଟୋବର 28 ରେ ମଧ୍ୟରାତ୍ରିରେ ଚନ୍ଦ୍ର ଉପଛାୟା ଚରଣରେ ପ୍ରବେଶ କରିବ ଏବଂ ଅକ୍ଟୋବର 29 ରେ ସମ୍ପୂର୍ଣ୍ଣ ଅଦୃଶ୍ୟ ହେବ। 28 ତାରିଖ ମଧ୍ୟରାତ୍ରୀ ଅର୍ଥାତ 1.05ରୁ ଆରମ୍ଭ ହୋଇ 2.24ରେ ଶେଷ(ସର୍ବମୋକ୍ଷ) ହେବ। ମୋଟ 1 ଘଣ୍ଟା 19 ମିନିଟ ଧରି ହେବ ଗ୍ରହଣ। ତେବେ ଅପରାହ୍ନ 4ଟା 4 ମିନିଟରୁ ପାକତ୍ୟାଗ ଆରମ୍ଭ ହୋଇ ରାତି 2ଟା 24 ମିନିଟ ପର୍ଯ୍ୟନ୍ତ ଚାଲିବ।

2025ରେ ହେବ ପରବର୍ତ୍ତି ଚନ୍ଦ୍ରଗ୍ରହଣ:ଆସନ୍ତା 29 ତାରିଖରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ଚଳିତ ବର୍ଷର ଶେଷ ଗ୍ରହଣ ହେବ। ତେବେ ଆସନ୍ତା ବର୍ଷ 2025 ମସିହା ଅକ୍ଚୋବର 7 ତାରିଖରେ ପୁନଃ ଚନ୍ଦ୍ରଗ୍ରହଣ ହେବ। ଏହା ପୂର୍ବରୁ 2022 ମସିହା ନଭେମ୍ବର 8 ତାରିଖରେ ଚନ୍ଦ୍ରଗ୍ରହଣ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ: Ring of Fire: ଆସନ୍ତା 14 ତାରିଖରେ ବିରଳ ସୂର୍ଯ୍ୟପରାଗ, ଦେଖାଯିବ ରିଙ୍ଗ ଅଫ୍‌ ଫାୟାର

ଲାଇଭ ଷ୍ଟ୍ରିମ:ତେବେ ଯେଉଁମାନେ ଖାଲି ଆଖିରେ ନଦେଖି ଲାଇଭ ଷ୍ଟ୍ରିମିଂ ଦେଖିବାକୁ ଚାହାନ୍ତି ତେବେ ୟୁଟ୍ୟବରେ ଦେଖିପାରିବେ। ବିନା ଦେୟରେ Time and Date YouTube channelରେ ଲାଇଭ ଷ୍ଟ୍ରିମିଂ ଦେଖାପାରିବେ। ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ, ଚନ୍ଦ୍ରଗ୍ରହଣକୁ ଦେଖିବା ପାଇଁ କୌଣସି ଯନ୍ତ୍ରପାତିର ଆବଶ୍ୟକ ହେବ ନାହିଁ। ଇକ୍ଲିସ ଚଷମାର ଆବଶ୍ୟକତା ବିନା ଖାଲି ଆଖିରେ ଦେଖିପାରିବେ। ଏହା ମଧ୍ୟରାତ୍ର 1ଟା 6 ମିନିଟରେ ଆରମ୍ଭ ହୋଇ ପରବର୍ତ୍ତି 77 ମିନିଟ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ।

ଚନ୍ଦ୍ର ପୃଥିବୀ ଚାରିପଟେ ପରିକ୍ରମା କରେ ଏବଂ ପୃଥିବୀ ସୂର୍ଯ୍ୟ ଚାରିପଟେ ପରିକ୍ରମା କରେ। ଏହି ସମୟରେ ବେଳେବେଳେ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସେ, ଯାହାକୁ ଚନ୍ଦ୍ରଗ୍ରହଣ କୁହାଯାଏ । ଯେତେବେଳେ ଏହା ଘଟେ, ପୃଥିବୀ ଆଂଶିକ କିମ୍ବା ସଂପୂର୍ଣ୍ଣ ଭାବରେ ସୂର୍ଯ୍ୟକିରଣକୁ ଚନ୍ଦ୍ରରେ ପହଞ୍ଚିବାରେ ରୋକିଥାଏ । ଏହା ଚନ୍ଦ୍ର ପୃଷ୍ଠରେ ଏକ ଛାଇ ସୃଷ୍ଟି କରିଥାଏ । ଚନ୍ଦ୍ରର କିଛି ଅଂଶ ପୃଥିବୀର ଛାଇରେ ପ୍ରବେଶ କଲାବେଳେ ଏକ ଆଂଶିକ ଚନ୍ଦ୍ରଗ୍ରହଣ ଘଟିଥାଏ । ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ପୃଥିବୀର ବିପରୀତ ପାର୍ଶ୍ୱରେ ଥାଆନ୍ତି, ସେତେବେଳେ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହୁଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details