ହାଇଦ୍ରାବାଦ:ଘୋଷଣା କରିଥିବା ପ୍ରତିଶ୍ରୁତି ପୂରଣ କଲା ଓପନ ଏଆଇ । ଚାଟଜିପିଟି ଷ୍ଟୋର ଲଞ୍ଚ୍ କଲା ଓପନଏଆଇ । ତେବେ ବର୍ତ୍ତମାନ ଏହାକୁ ସମସ୍ତେ ଆକ୍ସେସ କରିପାରିବେ ନାହିଁ ବୋଲି କୁହାଯାଇଛି । ଚାଟ୍ ଜିପିଟି ଷ୍ଟୋର୍ ବ୍ୟବହାର କରିବାକୁ ହେଲେ ଚାଟ୍ ଜିପିଟି ପ୍ଲସ୍ କିମ୍ବା ଚାଟ୍ ଜିପିଟି ଟିମକ ସବସ୍କ୍ରିପସନ ନେବା ଆବଶ୍ୟକ ।
ଚାଟ୍ ଜିପିଟି ଷ୍ଟୋର ଗୁଗଲ୍ ପ୍ଲେଷ୍ଟୋର ଏବଂ ଆପଲ୍ ଆପଷ୍ଟୋର ପରି ଅଲଗା ଅଲଗା ଆପ୍ ବିଭିନ୍ନ କାର୍ଯ୍ୟ ପାଇଁ ଉପଲବ୍ଧ ହେବ । ବର୍ତ୍ତମାନ ସୁଦ୍ଧା ଚାଟ୍ ଜିପିଟି ଷ୍ଟୋରରେ ବିନା ଦେୟରେ ଅଲଟ୍ରାଏଲ୍ସ ତରଫରୁ ଟ୍ରେଲ ରିକୋମେଣ୍ଡର, ଖାନ୍ ଏକାଡେମୀର କୋଡ୍ ଟ୍ୟୁଟର ଏବଂ କାନଭା ପକ୍ଷରୁ କଣ୍ଟେଣ୍ଟ ଡିଜାଇନର ଉପଲବ୍ଧ ଅଟେ। ଆଗାମୀ ଦିନରେ ଏଥିରେ ଜିପିଟିଏସ ଯୋଗ ହେବ ।
GPTs ଷ୍ଟୋର୍ରେ ଥିବା ଆପଗୁଡ଼ିକ ଓପନ୍ AI ର ଟେକ୍ସଟ ବେସ GPT-4 ଏବଂ ଇମେଜ ଜେନେରେଟିଂ ମଡେଲ DALL-E 3 ଉପରେ ଆଧାରିତ । ତେବେ ଜିପିଟିଏସକୁ କମ୍ୟୁନିଟି ଲିଡର ବୋର୍ଡକେ ଆକ୍ସେସ କରିପାରିବେ । ଯେଉଁଥିରେ ଲାଇଫ ଷ୍ଟାଇଲ, ରାଇଟିଂ, ରିସର୍ଚ୍ଚ ଆଦି କ୍ୟାଟେଗୋରୀ ହିସାବରେ ତାଲିକାଭୁକ୍ତ କରାଯାଇଛି । ଓପନଏଆଇ ଖୁବଶୀଘ୍ର GPTsକୁ ମନିଟାଇଜ କରିବା ନେଇ ଯୋଜନା କରୁଛି । ଏହା ପରେ କମ୍ପାନୀ ଲୋକପ୍ରିୟ କ୍ରିଏଟର୍ସଙ୍କ ସହିତ ରାଜସ୍ୱ ସେୟାର କରିବ ।