ହାଇଦ୍ରାବାଦ: ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଆସିବାକୁ ଯାଉଛି ଆଉ ଏକ ନୂଆ ଅପଡେଟ୍ । ଏଣିକି କେବଳ ଭେରିଫାୟାଡ୍ ଆକାଉଣ୍ଟ 'For You' ରେକମୋଣ୍ଡେସନ୍ ପାଇପାରିବେ । ଏନେଇ ଟ୍ୱିଟର ସିଇଓ ଏଲନ୍ ମସ୍କ ମଙ୍ଗଳବାର(ମାର୍ଚ୍ଚ 28)ରେ ଘୋଷଣା କରିଛନ୍ତି । ଆସନ୍ତା ଅପ୍ରେଲ୍ 15ରୁ ଏହି ନିୟମ ଲାଗୁହେବ ।
ମସ୍କ ଏକ ଟ୍ୱିଟ୍ରେ ଲେଖିଛନ୍ତି, "ଉନ୍ନତ ଏଆଇ(ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ବୋଟ୍ ସ୍ବାର୍ମକୁ ଗ୍ରହଣ କରିବା ପାଇଁ ଏହା ହେଉଛି ଏକମାତ୍ର ବାସ୍ତବବାଦୀ ଉପାୟ । ଏହି ଅପଡେଟ୍ ପାଇଁ ମତଦାନର ଆବଶ୍ୟକତା ପଡିପାରେ ।" ତେବେ ଏକ ଟ୍ୱିଟର ବଟ୍ ହେଉଛି ଏକ ସଫ୍ଟୱେର୍, ଯାହା ଟ୍ୱିଟର API ମାଧ୍ୟମରେ ଅଜ୍ଞାତ ଭାବରେ ଟ୍ୱିଟର ଆକାଉଣ୍ଟକୁ ନିୟନ୍ତ୍ରଣ କରେ । ଏହା ସ୍ବତପ୍ରୋତଃ ଭାବରେ ଟ୍ୱିଟ୍, ରି-ଟ୍ୱିଟ୍, ଲାଇକ୍, ଫଲୋ, ଅନଫୋଲୋ ଏପରିକି ଅନ୍ୟ ଆକାଉଣ୍ଟକୁ ସିଧାସଳଖ ମେସେଜ୍ ମଧ୍ୟ ପଠାଇପାରେ । ପ୍ଲାଟଫର୍ମରେ ଛଦ୍ମ ଆକାଉଣ୍ଟ୍ ଚଲାଉଥିବା ବ୍ୟବହାରକାରୀଙ୍କୁ ସାବାଡ୍ କରିବା ପାଇଁ ଏହି ବୋଟ୍ କାର୍ଯ୍ୟକରୁଛି ।
ଏହା ମଧ୍ୟ ପଢନ୍ତୁ:-Twitter Blue Cost: ହଟିବ ଟ୍ବିଟର ଲିଗେସି ବ୍ଲୁ ଚେକମାର୍କ, ଏତିକି ଟଙ୍କା ଦେଇ କରିବେ ବ୍ୟବହାର
ଅନ୍ୟ ଏକ ଟ୍ୱିଟରେ ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକପ୍ରିୟ ମାଇକ୍ରୋବ୍ଲଗିଂ ସାଇଟ୍ ପାଇଁ ବୋଟ୍ ନିହାତି ଆବଶ୍ୟକ । ଯେଉଁମାନେ ଛଦ୍ମନାମରେ ଆକାଉଣ୍ଟ୍ ଓପନ୍ କରି ବ୍ୟବହାରକାରୀଙ୍କୁ ପ୍ରଭାବିତ କରନ୍ତି, ମିଥ୍ୟା ଖବର ପ୍ରସାରଣ ସହ ଭୁଲ୍ ତଥ୍ୟ ପୋଷ୍ଟ କରୁଛନ୍ତି, ସେମାନଙ୍କୁ ସାବାଡ୍ କରିବା ପାଇଁ ବୋଟ୍ର ଆବଶ୍ୟକତା ରହିଛି । ଏହାପୂର୍ବରୁ ଟ୍ୱିଟର ଘୋଷଣା କରିଥିଲା ଯେ, ଅପ୍ରେଲ୍ 1 ରୁ ଲିଗେସି ଆକାଉଣ୍ଟଗୁଡିକର ବ୍ଲୁ ଟିକ୍ ହଟାଇ ଦିଆଯିବ । ଟ୍ବିଟର ବ୍ଲୁ ସବସ୍କ୍ରିପସନ୍ ପାଇଁ ମାସିକ 8 ଡଲାର୍ ଦେବାକୁ ପଡିବ ।
ଏହା ମଧ୍ୟ ପଢନ୍ତୁ:-Hindenburg Report: ଆଦାନୀ ପରେ ଟାର୍ଗେଟରେ ଜ୍ୟାକ ଡୋର୍ସି ! ହ୍ରାସ ପାଇଲା ସେୟାର ମୂଲ୍ୟ
ସେହିପରି ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ, ସେ ପ୍ଲାଟଫର୍ମରେ କରୁଥିବା ସର୍ଭେ ପ୍ରକ୍ରିୟାରେ କେବଳ ବ୍ଲୁ ସବ୍ସ୍କ୍ରାଇବର୍ ଭାଗ ନେଇପାରିବେ । ସୂଚନା ଅନୁସାରେ, ମସ୍କ ସିଇଓ ପଦ ଛାଡିବେ କି ନାହିଁ ଏ ଉପରେ ଏକ ସର୍ଭେ କରିଥିଲେ । ଏଥିରେ 57.5 ପ୍ରତିଶତ ବ୍ୟବହାରକାରୀ ସେ ଦାୟିତ୍ବ ଆଉ କାହାକୁ ହସ୍ତାନ୍ତର କରିଦେବା ଉଚିତ୍ ବୋଲି କହିଥିଲେ । ଏହାପରେ ମସ୍କ ଏପରି ନିଷ୍ପତ୍ତି ନେଇଛନ୍ତି । ଏଣିକି କେବଳ ବ୍ଲୁ ସବ୍ସ୍କ୍ରାଇବର୍ ସର୍ଭେ ପ୍ରକ୍ରିୟାରେ ସାମିଲ୍ ହୋଇପାରିବେ ବୋଲି ମସ୍କ ସ୍ପଷ୍ଟ କରିଛନ୍ତି ।