ହାଇଦ୍ରାବାଦ:OnePlus(ଓ୍ବାନପ୍ଲସ) ନିଜର ପ୍ରଥମ ଫୋଲଡେବଲ୍ ଫୋନ୍ OnePlus ଓପନ୍ ଲଞ୍ଚ କରିଛି । ଗତକାଲି(ଗୁରୁବାର) ମୁମ୍ବାଇରେ ଏହାର ଲଞ୍ଚିଂ ହୋଇଛି । ଏହାକୁ ଦୁଇଟି ରଙ୍ଗରେ ଲଞ୍ଚ କରିଛି କମ୍ପାନୀ । ଏମେରାଲ୍ଡ ଗ୍ରୀନ୍ ଏବଂ ଭଏଜର୍ ବ୍ଲାକ୍ ଏହି ଦୁଇଟି ରଙ୍ଗ ରହିଛି । OnePlus ଏହାର ଦଶମ ବାର୍ଷିକୀରେ ଓ୍ବାନପ୍ଲସ୍ ଓପନ୍ ଫୋଲଡେବଲ୍ ଫୋନ୍ ଲଞ୍ଚ କରିଛି । OnePlus ଓପନ୍ ଫୋଲଡେବଲ୍ ଫୋନର ଓଜନ 238 ଗ୍ରାମ ରହିଛି । ତେଣୁ ଏହାକୁ ଧରିବା ପାଇଁ ଭଲ ଲାଗିବା । ଏହି ଫୋନର ବଡି ଷ୍ଟେନଲେସ ଷ୍ଟିଲ, ଟାଇଟାନିୟମ ଫ୍ରେମ ଏବଂ କାର୍ବନ ଫାଇବରରେ ନିର୍ମିତ।
OnePlus ଓପନ୍ ଫୋଲଡେବଲ୍ ଫୋନରେ ଫ୍ଲାଗସିପ୍ ଇମେଜ୍ ଓ୍ବାଲିଟି ରହିଛି। ଏହି ଫୋନରେ ତିନୋଟି ପାଓ୍ବାରଫୁଲ ସେନ୍ସର ଦିଆଯାଇଛି। ଯେଉଁଥିରେ ପ୍ରାଥମିକ ସେନ୍ସର 48MP ସୋନି LYT-T808 ପିକ୍ସେଲ ଷ୍ଟାକ୍ଡ ସେନ୍ସର ରହିଛି । ଲୋ ଲାଇଟ୍ ସୁଟିଂ ପାଇଁ, OnePlus ଓପନ୍ ଫୋଲଡେବଲ୍ ଫୋନରେ 64MP ଟେଲିଫୋଟୋ କ୍ୟାମେରା ଅଛି ଯାହା 3x ଜୁମ୍ ଏବଂ 6x ଜୁମ୍ ସେଟିଙ୍ଗ୍ ସହିତ ଆସିଥାଏ। ଏହି ଫୋନରେ AI ସପୋର୍ଟ ସେନସର ସହିତ ଅଲଟ୍ରା ରେସ୍ ଜୁମ୍ ମଧ୍ୟ ଅଛି । ଏହି ଫୋନ ଦ୍ବାରା ୟୁଜର୍ସ 4K ଭିଡିଓ ମଧ୍ୟ ସୁଟ୍ କରିପାରିବେ ।
ଓ୍ବାନପ୍ଲସ ଓପନ୍ ଫୋଲଡେବଲ୍ ଫୋନର ଡିସପ୍ଲେ ଫୋଲ୍ଡ ହେବାବେଳେ 6.31 ଇଞ୍ଚ ରହିବ । କିନ୍ତୁ ଏହାକୁ ଖୋଲିବା ପରେ 7.82 ଡିସପ୍ଲେ ହେବ । ଏହାର ରିଫ୍ରେସ୍ ରେଟ୍ 120Hz ରହିଛି । ଏଥିରେ 2800 ନିଟ୍ସର ପିକ୍ ବ୍ରାଇଟନେସ ରହିଛି । OnePlus ଓପନ୍ ଫୋଲଡେବଲ୍ ଫୋନରେ ଅକ୍ସିଜେନ OS ପ୍ରଦାନ କରାଯାଇଛି। ଏହାସହ ଫୋନରେ ଏକାସାଙ୍ଗରେ ଦୁଇଟି ଟ୍ୟାବ୍ ଖୋଲିପାରିବେ । ଗେମିଂ ପାଇଁ ଏହି ଫୋନ୍ ବେଷ୍ଟ ବୋଲି କୁହାଯାଇଛି ।