ହାଇଦ୍ରାବାଦ:ବୃଦ୍ଧି ପାଇବାରେ ଲାଗିଛି ଚାଟଜିପିଟିର ବ୍ୟବହାର ଏବଂ ଚାହିଦା । ନିକଟରେ ଗୁଗଲ ନିଜର ଏଆଇ ମଡେଲ ଲଞ୍ଚ କରିଥିବା ବେଳେ ଚାଟଜିପିଟି ଏବଂ ଅନାନ୍ୟ ଭାଷାକୁ ମଡେଲକୁ ଟକ୍କର ଦେବା ପାଇଁ ଓଲା କମ୍ପାନୀର ସିଇଓ ଭବିଶ ଅଗ୍ରଓ୍ବାଲ କୃତ୍ରିମ ଏଆଇ(Krutrim AI) ଲଞ୍ଚ କରିଛନ୍ତି । ଲଞ୍ଚ ସମୟରେ ଭବିଶ ଅଗ୍ରଓ୍ବାଲ ଚାଟବୋଟର ଏକ ଡେମୋ ଭିଡିଓ ଦେଖାଇଥିଲେ । ଏହାର କାର୍ଯ୍ୟକ୍ଷମ ଶକ୍ତି ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ।
ସୂଚନାଅନୁସାରେ, ଏହି ଚାଟବୋଟକୁ ମୋବାଇଲରେ ମଧ୍ୟ ଆକ୍ସେସ କରିବା ସମ୍ଭବ ଅଟେ । ତେବେ ଅନ୍ୟ ଚାଟବୋଟ ଭଳି ଏଥିରେ ଓ୍ବେଷ୍ଟନ ଡାଟା ବା ପାଶ୍ଚାତ୍ୟ ତଥ୍ୟ ଉପରେ ତାଲିମ ଦିଆଯାଇନାହିଁ । ଏହା ଏହି ଚାଟବୋଟର ସ୍ବତନ୍ତ୍ରତା ଅଟେ । ଏହି ଚାଟବୋଟକୁ ଭାରତୀୟ ତଥ୍ୟ ଉପରେ ତାଲିମ ଦିଆଯାଇଛି ଏବଂ ଏହା ରିୟଲ ଟାଇମରେ କୋଡିଂ ମଧ୍ୟ କରିବା ସମ୍ଭବ ହେବ ।
ମୋବାଇଲରେ ଏଭଳି ବ୍ୟବହାର କରିପାରିବେ: ଯଦି ଆପଣ ଓଲାର ଚାଟବୋଟ କୃତ୍ରିମ ଏଆଇକୁ ମୋବାଇଲରେ ଆକ୍ସେସ କରିବାକୁ ଚାହୁଁଥିଲେ ପ୍ରଥମେ ଏକ ଓ୍ବେବସାଇଟ ଖୋଲିବାକୁ ହେବ। https://chat.olakrutrim.com/homeକୁ ଓପନ କରିବା ପରେ ସେଥିରେ ମୋବାଇଲ ନମ୍ବର, ନାମ, ମେଲ ଆଇଡି ଏବଂ ନମ୍ବରରେ ଆସିଥିବା ଓଟିପି ଦେଇ ରେଜିଷ୍ଟ୍ରେସନ କରିବାକୁ ହେବ । ଏହାପରେ ୟୁଜର୍ସ ଏହି ଚାଟବୋଟର ବ୍ୟବହାର କରିପାରିବେ ।