ହାଇଦ୍ରାବାଦ:ଓଡିଆ ବୈଜ୍ଞାନିକଙ୍କୁ ବଡ ସଫଳତା । ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ମିଳିଲା ସମ୍ମାନଜନକ ନରମାନ ବୋରଲଗ ଫିଲ୍ଡ ଆଓ୍ବାର୍ଡ। ସ୍ବାତୀ ବର୍ତ୍ତମାନ ଆନ୍ତର୍ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାନ (ଆଇଆରଆରଆଇ)ରେ ଜଣେ କାର୍ଯ୍ୟରତ ବୈଜ୍ଞାନିକ। ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ ତାଙ୍କୁ ଜଣେ ଉଲ୍ଲେଖନୀୟ ଯୁବ ବୈଜ୍ଞାନିକ ଭାବରେ ବର୍ଣ୍ଣନା କରିଛି।। ଏନେଇ ଓ୍ବାଲ୍ଡ ଫୁଡ ପ୍ରାଇଜ ଫାଉଣ୍ଡେସନ ପକ୍ଷରୁ ଗତ ବୁଧବାର ଦିନ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।
ଖବର ମୁତାବକ, ନୂଆଦିଲ୍ଲୀର ଆଇଆରଆରଆଇରେ ବିହନ ସିଷ୍ଟମ ଏବଂ ଉତ୍ପାଦ ପରିଚାଳନା ବିଭାଗର ଦକ୍ଷିଣ ଏସିଆ ପ୍ରମୁଖ ରହିଛନ୍ତି ସ୍ବାତୀ। ଆମେରିକାରେ ରହିଥିବା ବିଶ୍ବ ଖାଦ୍ୟ ପୁରସ୍କାର ସଂସ୍ଥା ପକ୍ଷରୁ ସ୍ବାତୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ନ୍ୟୁୟର୍କରେ ଜଳବାୟୁ ସପ୍ତାହ ଉତ୍ସବରେ ସ୍ବାତୀଙ୍କ ନାମ ଘୋଷଣା କରାଯାଇଥିଲା। ଖାଦ୍ୟ ଏବଂ ପୋଷଣ ସୁରକ୍ଷା, ଦାରିଦ୍ର ଦୂରିକରଣ ଇତ୍ୟାଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା 40 ବର୍ଷରୁ କମ୍ ବୟସର ବୈଜ୍ଞାନିକମାନଙ୍କୁ ନୋବେଲ ବିଜେତା ତଥା ସବୁଜ ବିପ୍ଳବର ମୁଖ୍ୟ ବାସ୍ତୁକାର ଡ. ନରମାନ ବୋରଲୋଗଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଦିଲ୍ଲୀରେ କାର୍ଯ୍ୟରତ ସ୍ବାତୀ ନାୟକଙ୍କୁ ଆସନ୍ତା ମାସରେ ଏହି ପୁରସ୍କାର ପ୍ରଦାନ କରାଯିବା ନେଇ ସୂଚନା ରହିଛି।
ସ୍ବାତୀ ନାୟକ ଏମିଟି ବିଶ୍ୱବିଦ୍ୟାଳୟରୁ(Amity university) କମ୍ପିଟେଟିଭ ଇଣ୍ଟେଲିଜେନ୍ସ ଆଣ୍ଡ ଷ୍ଟ୍ରାଟେଜିକ୍ ମେନେଜମେଣ୍ଟ ଫର ଏଗ୍ରିକଲଚର ଏକ୍ସଟେନସନ ମେନେଜମେଣ୍ଟ ଷ୍ଟାଟର୍ଜିରେ ପିଏଚଡି ହାସଲ କରିଛନ୍ତି। 2017ରୁ 2022 ମସିହାର ଛାତ୍ରୀ ରହିଥିଲେ ସ୍ବାତୀ। ପରବର୍ତ୍ତୀ ସମୟରେ ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ରାମୀଣ ପରିଚାଳନା ସଂସ୍ଥା ଆନନ୍ଦରୁ (2008-2010) ଗ୍ରାମୀଣ ପରିଚାଳନାରେ ମାଷ୍ଟର ଡିଗ୍ରୀ ଏବଂ ଆଚାର୍ଯ୍ୟ ଏନ.ଜି ରଙ୍ଗା କୃଷି ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ବିଜ୍ଞାନ (2003-2007) ସମାପ୍ତ କରିଥିଲେ।