ଓଡିଶା

odisha

ETV Bharat / science-and-technology

WhatsApp New Features: ଏଣିକି ଦୁଇଟି ସ୍ମାର୍ଟଫୋନରେ ଗୋଟିଏ ନମ୍ବରର ହ୍ବାଟ୍‌ସଆପ୍ ଆକାଉଣ୍ଟ

ଏଣିକି ଦୁଇଟି ସ୍ମାର୍ଟଫୋନରେ ଗୋଟିଏ ହ୍ବାଟ୍‌ସଆପ୍ ନମ୍ବର ଲଗ୍-ଇନ୍ କରିପାରିବେ ୟୁଜର୍ସ(Now users can use WhatsApp on two Android phones) ।

By

Published : Nov 15, 2022, 11:54 AM IST

WhatsApp New Features: ଏଣିକି ଦୁଇଟି ସ୍ମାର୍ଟଫୋନରେ ଗୋଟିଏ ନମ୍ବରର ହ୍ବାଟ୍‌ସଆପ୍ ଆକାଉଣ୍ଟ
WhatsApp New Features: ଏଣିକି ଦୁଇଟି ସ୍ମାର୍ଟଫୋନରେ ଗୋଟିଏ ନମ୍ବରର ହ୍ବାଟ୍‌ସଆପ୍ ଆକାଉଣ୍ଟ

ୱାଶିଂଟନ: ଏଣିକି ଦୁଇଟି ଆଣ୍ଡ୍ରଏଡ ଫୋନରେ ଗୋଟିଏ ନମ୍ବରର ହ୍ବାଟ୍‌ସଆପ୍ ବ୍ୟବହାର କରିପାରିବେ ୟୁଜର୍ସ(Now users can use WhatsApp on two Android phones) । ଇନଷ୍ଟାଣ୍ଟ ମେସେଜିଂ ଏବଂ ଭଏସ୍-ଓଭର-ଆଇପି ସେବା ହ୍ବାଟ୍‌ସଆପ୍ ବର୍ତ୍ତମାନ ଏହାର ବିଟା ବ୍ୟବହାରକାରୀଙ୍କୁ ସେମାନଙ୍କ ଆକାଉଣ୍ଟକୁ ଏକ ସେକେଣ୍ଡାରୀ ଫୋନ୍ ଏବଂ ଆଣ୍ଡ୍ରଏଡ୍ ଟ୍ୟାବଲେଟ୍ ସହିତ ଲିଙ୍କ୍ କରିବାକୁ ଅନୁମତି ଦେବ ।

GSM Arena(ଏକ ଅନଲାଇନ୍ ୱେବସାଇଟ୍, ଯାହା ବିସ୍ତୃତ ଏବଂ ଅତ୍ୟାଧୁନିକ ମୋବାଇଲ୍ ଫୋନ୍ ସୂଚନା ପ୍ରଦାନ କରେ) ଅନୁଯାୟୀ, ଆଣ୍ଡ୍ରଏଡ୍ ପାଇଁ ସର୍ବଶେଷ ହ୍ବାଟ୍‌ସଆପ୍ ବିଟା ଭର୍ସନ 2.22.24.18 ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ । ହ୍ବାଟ୍‌ସଆପ୍ ଉପଭୋକ୍ତାମାନଙ୍କୁ 4ଟି ଆଣ୍ଡ୍ରଏଡ୍ ଫୋନ୍ ସହିତ ସେମାନଙ୍କର ପ୍ରାଥମିକ ଆକାଉଣ୍ଟକୁ ଲିଙ୍କ୍ କରିବାକୁ ଦେବ ଏବଂ ସେମାନେ ସମସ୍ତ ନିୟମିତ ହ୍ବାଟ୍‌ସଆପ୍ ଫିଚର୍ସ ଏବଂ ମେସେଜ୍ ଏନକ୍ରିପସନ୍ ଆକ୍ସେସ୍ ପାଇବେ । ବିଟା ଉପଭୋକ୍ତାମାନେ ପଞ୍ଜୀକରଣ ସ୍କ୍ରିନରେ ଥିବା ବିକଳ୍ପ ମେନୁକୁ ଯାଇ ଡ୍ରପଡାଉନ୍ ମେନୁରୁ 'Link a device' ଚୟନ କରି କମ୍ପାନିୟନ୍ ମୋଡ୍ ସକ୍ରିୟ କରିପାରିବେ ବୋଲି ଜିଏସ୍ଏମ୍ ଆରେନା ରିପୋର୍ଟ କରିଛି ।

GSM Arena ରିପୋର୍ଟ କରିଛି ଯେ, ଏହି ଫିଚର୍ସ କେବଳ କିଛି ବିଟା ଉପଭୋକ୍ତା ବର୍ତ୍ତମାନ ପାଇଁ ପାଇପାରିବେ, ସମସ୍ତ ବ୍ୟବହାରକାରୀଙ୍କ ନିକଟରେ ଏହି ସୁବିଧା ପହଞ୍ଚିବା ପାଇଁ ଅଧିକ ସମୟ ଲାଗିବ । ଆଣ୍ଡ୍ରଏଡ୍ ପାଇଁ ଏହି ସର୍ବଶେଷ ହ୍ବାଟ୍‌ସଆପ୍ ବିଟା ମଧ୍ୟ ଏକ ଆଣ୍ଡ୍ରଏଡ୍ ଟ୍ୟାବଲେଟ୍ ସହିତ ଲିଙ୍କ୍ କରିବାର କ୍ଷମତା ଆଣିଥାଏ । ଏହି ପ୍ରକ୍ରିୟା QR କୋଡ୍ ସ୍କାନ୍ ମାଧ୍ୟମରେ ଉପଲବ୍ଧ ହେବ ।

ଜିଏସ୍ଏମ୍ ଆରେନା ଅନୁଯାୟୀ, ହ୍ବାଟ୍‌ସଆପ୍ ଏହି ନୂତନ କମ୍ପାନିୟନ୍ ମୋଡ୍ ଆଣିବାକୁ ଏବଂ ଏହାର ପରବର୍ତ୍ତୀ ଅପଡେଟ୍ ସହ ଟ୍ୟାବଲେଟ୍ ଉପଭୋକ୍ତାଙ୍କୁ ଏହି ଫିଚର୍ସ ଯୋଗାଇ ଦେବାକୁ ଯୋଜନା କରୁଛି । ବର୍ତ୍ତମାନ ହ୍ବାଟ୍‌ସଆପ୍‌ ଉପଭୋକ୍ତାମାନେ କେବଳ ଗୋଟିଏ ସ୍ମାର୍ଟଫୋନରେ ସେମାନଙ୍କର ଆକାଉଣ୍ଟ ବ୍ୟବହାର କରିପାରୁଛନ୍ତି, ଏହା ସହ ଲାପଟପ୍ ଏବଂ ଟାବଲେଟ୍ ପରି ଅନ୍ୟ 4ଟି ଉପକରଣରେ ମଧ୍ୟ ଲିଙ୍କ୍ କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ସ୍ମାର୍ଟଫୋନରେ ସମାନ ନମ୍ବରର ଦୁଇଟି ହ୍ବାଟ୍‌ସଆପ୍ ଆକାଉଣ୍ଟ ଓପନ୍ କରିବାର ସୁବିଧା ନାହିଁ । ଏହି ନୂତନ ସେବା ଆସିବା ପରେ, ବ୍ୟବହାରକାରୀ ଦୁଇଟି ଫୋନରେ ଗୋଟିଏ ହ୍ବାଟ୍‌ସଆପ୍ ନମ୍ବରରେ ଲଗ୍ ଇନ୍ କରିପାରିବେ ।

ABOUT THE AUTHOR

...view details