ସାନ ଫ୍ରାନ୍ସିସ୍କୋ: ଉପଭୋକ୍ତାଙ୍କ ଅଭିଜ୍ଞତାକୁ ବଢାଇବା ଉଦ୍ଦେଶ୍ୟରେ ମେଟା ଅଧୀନ ଫଟୋ-ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ(Instagram) ଘୋଷଣା କରିଛି ନୂଆ ଏକ ଫିଚର । ଏଣିକି ଇନଷ୍ଟାଗ୍ରାମରୁ ଫେସବୁକକୁ କ୍ରସ୍ ପୋଷ୍ଟ କରିପାରିବେ । ଅର୍ଥାତ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ମଧ୍ୟ ସମାନ ପୋଷ୍ଟକୁ ଫେସବୁକ୍କୁ ମଧ୍ୟ ଶେୟାର କରିପାରିବେ । ଏଥିସହ ରିଲ୍ସରେ କେତେକ ନୂଆ features ଅପଡେଟ୍ ବାହାର କରିଛି ।
ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ଫଟୋ ସେୟାରିଂ ପ୍ଲାଟଫର୍ମର ମୁଖ୍ୟ ଆଡାମ ମୋସେରୀ ନୂଆ ରିଲ୍ସ ଅପଡେଟ୍ ନେଇ ଘୋଷଣା କରିଛନ୍ତି । ମୋସେରୀ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ, ‘ଲୋକମାନଙ୍କ ପାଇଁ ଅଧିକ ଚିତ୍ତାକର୍ଷକ ବିଷୟବସ୍ତୁ ଖୋଜିବା ଏବଂ ଅଭିଜ୍ଞତାକୁ ବଢାଇବା ପାଇଁ ନୂଆ ରିଲ୍ସ ଫିଚର୍ସ ଲଞ୍ଚ କରୁଛୁ, ଏଥିରେ ଆପଣ ଷ୍ଟିକର ଆଡ୍ କରିବା ସହ ଇନଷ୍ଟାଗ୍ରାମରୁ ଫେସବୁକକୁ କ୍ରସ୍ ପୋଷ୍ଟ କରିପାରିବେ ।’