ହାଇଦ୍ରାବାଦ: 2022 ମସିହାରେ ଟେକ ଜିଆଣ୍ଟ ଗୁଗଲ 1200 କର୍ମଚାରୀଙ୍କୁ ଛଟେଇ କରିଥିଲା। ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଚର୍ଚ୍ଚା ଜୋର ଧରିଥିଲା। ଏତେ ସଂଖ୍ୟକ କର୍ମଚାରୀଙ୍କୁ ଟେକ ଜିଆଣ୍ଟ କାହିଁକି ଛଟେଇ କରିଛି ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଥିଲା। ତେବେ ଏହା ପଛର ପ୍ରକୃତ କାରଣ ସ୍ପଷ୍ଟ କରିଛନ୍ତି ଗୁଗଲ ଏବଂ ଆଲଫାବେଟ ସିଇଓ ସୁନ୍ଦର ପିଚାଇ।
ଆଲଫାବେଟ 2022 ମସିହାରେ ପ୍ରାୟ 12 ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। କମ୍ପାନୀ ଇତିହାସରେ ଏହା ସବୁଠାରୁ ବଡ ଛଟେଇ ବୋଲି କୁହାଯାଏ। ତେବେ ଏନେଇ ଅଲ ହେଣ୍ଡ୍ସ ମିଟିରେ ଖୁଲାସା କରିଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ। ତେବେ ନିକଟରେ ସୁନ୍ଦରପିଚାଇଙ୍କ ଏକ ଭଏସ ନୋଟ ଭାଇରାଲ ହେବାରେ ଲାଗିଛି।
ସୁନ୍ଦର ପିଚାଇଙ୍କୁ କର୍ମଚାରୀଙ୍କ ପ୍ରଶ୍ନ: ଗୁଗଲର ସିଇଓ ସୁନ୍ଦର ପିଚାଇ ମଙ୍ଗଳବାର ଦିନ କମ୍ପାନୀର ବୈଠକରେ 2022 ମସିହାରେ କରାଯାଇଥିବା 12,000 କର୍ମଚାରୀଙ୍କୁ ବରଖାସ୍ତ କରିବାର ନିଷ୍ପତ୍ତିକୁ ରକ୍ଷା କରିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଜଣେ କର୍ମଚାରୀ ପିଚାଇଙ୍କୁ ପ୍ରଶ୍ନ କରିଥିଲେ, "ଆମର କର୍ମଜୀବୀ ହ୍ରାସ କରିବା ପାଇଁ କଠିନ ନିଷ୍ପତ୍ତି ନେବାର ପ୍ରାୟ 1 ବର୍ଷ ବିତିଗଲାଣି। ଏହି ନିଷ୍ପତ୍ତି ଆମର ଅଭିବୃଦ୍ଧି, ପି ଆଣ୍ଡ ଏଲ ଏବଂ ମନୋବଳ ଉପରେ ପ୍ରଭାବ ପକାଇଥିଲା କି?