ଓଡିଶା

odisha

ETV Bharat / science-and-technology

ଆସିଲା ନୋକିଆର ନୂଆ ସ୍ମାର୍ଟଫୋନ୍, ଅଧ ଘଣ୍ଟା ପାଣିରେ ବୁଡି ରହିଲେ ବି କିଛି ହେବନି

ଭାରତରେ ଲଞ୍ଚ୍ ହେଲା ନୋକିଆର X30 5G' ସ୍ମାର୍ଟଫୋନ୍ । ଫେବୃଆରୀ 20ରୁ ଆମାଜନ ଏବଂ ନୋକିଆ ଡଟ୍ କମ୍‌ ମାଧ୍ୟମରେ ଅର୍ଡର କରିପାରିବେ । ଅଧିକ ପଢନ୍ତୁ

By

Published : Feb 15, 2023, 5:06 PM IST

nokia-x30-5g-smartphone
nokia-x30-5g-smartphone

ନୂଆଦିଲ୍ଲୀ: ଭାରତରେ ଲଞ୍ଚ୍ ହେଲା ନୋକିଆର ଆଉ ଏକ ମଡେଲ୍ । ହୋମ ଅଫ୍ ନୋକିଆ ଫୋନ୍ HMD ଗ୍ଲୋବାଲ୍ ବୁଧବାର(ଫେବ୍ରୁଆରୀ 15)ରେ ଦେଶରେ ନୂତନ 'ନୋକିଆ X30 5G' ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏଥିରେ 6.43 ଇଞ୍ଚ 90Hz PureDisplay ରହିଛି । କ୍ଲାଉଡି ବ୍ଲୁ କିମ୍ବା ଆଇସ୍ ହ୍ୱାଇଟ୍ ରଙ୍ଗର ଦୁଇଟି ଫୋନ୍ ଲଞ୍ଚ୍ କରିଛି କମ୍ପାନୀ ।

8/256 ଜିବି ମେମୋରୀ/ଷ୍ଟୋରେଜ୍ କନଫିଗୁରେସନ ରହିଛି । ଫୋନ୍ କ୍ରୟ କରିବାକୁ ହେଲେ ପ୍ରି-ବୁକିଂ କରିପାରିବେ । ପ୍ରାରମ୍ଭିକ ମୂଲ୍ୟ 48,999 ଟଙ୍କା ଥିବା କମ୍ପାନୀ ଏକ ବିବୃତ୍ତିରେ କହିଛି । ଫେବୃଆରୀ 20ରୁ ଏହା କେବଳ ଆମାଜନ ଏବଂ ନୋକିଆ ଡଟ୍ କମରେ ବିକ୍ରି ପାଇଁ ଉପଲବ୍ଧ ହେବ ।

ଇଣ୍ଡିଆ ଆଣ୍ଡ ମେନା, ଏଚଏମଡି ଗ୍ଲୋବାଲ୍(India & MENA, HMD Global) ଉପସଭାପତି ସୁନମିତ ସିଂ କହିଛନ୍ତି, "ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଲଞ୍ଚ୍ କରି ଆମେ ଆନନ୍ଦିତ । ଏହି ଫୋନ୍ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ । ଅଧିକନ୍ତୁ, ନୋକିଆ X30 5G ଆଜି ପର୍ଯ୍ୟନ୍ତ ଆମର ସବୁଠାରୁ ଛୋଟ ଇକୋ-ଫୁଟ୍ ପ୍ରିଣ୍ଟ ଉପକରଣ । ପ୍ରତ୍ୟେକ ଡିଭାଇସ୍ ସହିତ ଅଧିକ ସ୍ଥିରତା ପାଇଁ ଆମେ ପ୍ରୟାସ ଜାରି ରଖିଛୁ ।

ଏହା ମଧ୍ୟ ପଢନ୍ତୁ:-Samsung Galaxy Watch5: ପ୍ରଜନନ ନିୟନ୍ତ୍ରଣ ହେବ ସହଜ, ଘଣ୍ଟା କରିବ ମାସିକ ଋତୁସ୍ରାବ ଟ୍ରାକ୍

ଏହି ଫୋନ୍‌ରେ 50MP PureView କ୍ୟାମେରା ସହିତ 13MP ଅଲ୍ଟ୍ରା-ୱାଇଡ୍ କ୍ୟାମେରା ରହିଛି, ଯାହାକି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ଅପ୍ଟିକାଲ୍ ଇମେଜ୍ ଷ୍ଟାବିଲାଇଜେସନ୍ ବ୍ୟବହାର କରିଥାଏ । ଫଳରେ ଏହା ଅଧିକ ବିସ୍ତୃତ ଥିବା ଭ୍ୟୁକୁ କ୍ୟାପଚର କରିପାରିବ । X30 5G, 16MP ଫ୍ରଣ୍ଟ ସେଲଫି କ୍ୟାମେରା ସହିତ ଆସିଥାଏ ଏବଂ 5G କ୍ଷମତାକୁ ଅପ୍ଟିମାଇଜ୍ କରିବା ପାଇଁ କ୍ୱାଲକମ୍ ସ୍ନାପଡ୍ରାଗନ୍ 695 ପ୍ରୋସେସର୍ ଦ୍ୱାରା ଚାଳିତ ।

କମ୍ପାନୀ କହିଛି ଯେ, ଏହା ଏକ ଦୀର୍ଘ ତିନି ବର୍ଷର ୱାରେଣ୍ଟି ଦ୍ୱାରା ସୁରକ୍ଷିତ ଏବଂ 3 OS ଅପଗ୍ରେଡ୍ ପ୍ରଦାନ କରେ । ଏଥିସହ, ଏହା ଏକ ଦୃଢ ମେଟାଲ୍ ଫ୍ରେମ୍ ଏବଂ ଡିସପ୍ଲେ ସହିତ ଦୈନନ୍ଦିନ ବ୍ୟବହାର ପାଇଁ ଡିଜାଇନ୍ ହୋଇଛି । ଫୋନ୍ IP67 ଧୂଳି ସୁରକ୍ଷା ଦିଏ, ଏଥିସହ ଏହା ୱାଟର୍ ଫ୍ରୁଫ୍ ମଧ୍ୟ । ଏହାକୁ 30 ମିନିଟ୍ ପର୍ଯ୍ଯନ୍ତ ଏକ ମିଟର ପର୍ଯ୍ୟନ୍ତ ଥିବା ପାଣିରେ ବୁଡାଇ ରଖିଲେ ମଧ୍ୟ କୌଣସି କ୍ଷତି ହୋଇନଥାଏ ବୋଲି କମ୍ପାନୀ କହିଛି । କହି ରଖୁଛୁ ଯେ, ପୂର୍ବରୁ ଏଚଏମଡି ଗ୍ଲୋବାଲ ହ୍ୟାଣ୍ଡସେଟ ନିର୍ମାତା କମ୍ପାନି ନୋକିଆ ଭାରତରେ ତାର ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ କରିଥିଲା । ଦୁଇଟି ସ୍ମାର୍ଟଫୋନ ହେଲା ନୋକିଆ 5.4 ଓ ନୋକିଆ 3.4 । ଏସବୁ ଫୋନର ମୂଲ୍ୟ ବହୁତ୍ କମ୍ ଥିଲା ।

ABOUT THE AUTHOR

...view details