ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଟ୍ରେଣ୍ଡରେ ରହିଛି ସ୍ମାର୍ଟ ଓ୍ବାଚ୍ । ସୁଲଭ ମୂଲ୍ୟରେ ଉପଯୁକ୍ତ ଫିଚର ଯୁକ୍ତ ସ୍ମାର୍ଟ ଓ୍ବାଚ ସମସ୍ତେ ଚାହିଁଥାଆନ୍ତି । ଭାରତୀୟ କମ୍ପାନୀ ନୋଏଜ ନୂଆ eSim ସ୍ମାର୍ଟ ଓ୍ବାଚ ଲଞ୍ଚ କରିଛି। ଏହାର ନାମ Noise Voyage ରଖାଯାଇଛି । ସୁଲଭ ମୂଲ୍ୟରେ ଉପଯୁକ୍ତ ଫିଚରକୁ ପସନ୍ଦ କରୁଛନ୍ତି ୟୁଜର୍ସ । ତେବେ ପ୍ରକାଶ ଥାଉକି ବୋଟ ଚଳିତ ମାସ ଆରମ୍ଭରେ Lunar Pro LTE ସ୍ମାର୍ଟ ଓ୍ବାଚ୍ ଲଞ୍ଚ କରିଥିଲା । ବର୍ତ୍ତମାନ ବଜାରରେ ଉପଲବ୍ଧ ବୋଟର ଏହି ସ୍ମାର୍ଟ ଓ୍ବାଚ । ତେବେ ବୋଟର ଏହି ସ୍ମାର୍ଟ ଓ୍ବାଚରେ ସର୍କୁଲାର ଡିଜାଇନ, AMOLED ଡିସ୍ପ୍ଲେ' ଏବଂ ଅନେକ ହେଲଥ ଫିଚର ମିଳିଥାଏ ।
Noise Voyage ସ୍ପେସିଫିକେସନ: ନଏଜ୍ ଭଏଜ୍ ହେଉଛି ଏକ ଷ୍ଟାଇଲିସ ଏବଂ ଫିଚର ରିଚ୍ ସ୍ମାର୍ଟ ଓ୍ବାଚ । ଏହା ମେଟାଲିକ ବିଲ୍ଡ ହୋଇଥିବା ବେଳେ ଏଥିରେ ଦୁଇଟି ବଟନ ରହିଛି । ଏଥିରେ ଷ୍ଟେନେଲେସ୍ ଷ୍ଟିଲର ରାଉଣ୍ଡ ବେଜେଲ ମଧ୍ୟ ରହିଛି । ଡିଭାଇସରେ 1.4 ଇଞ୍ଚର ରେଟିନା ଏହଂ ଆମଲୋଏଡ ଡିସ୍ପ୍ଲେ ରହିଛି । ଏହାସହ ଏଥରେ ହେଲ୍ଥ୍ ଏବଂ ଫିଟନେସ୍ ଟ୍ରାକିଂ ଫିଚର ରହିଛି । ଯେଉଁଥିରେ ହାର୍ଟ୍ରେଟ୍ ମନିଟରିଂ, SpO2 ସ୍ସେନ୍ସର, ସ୍ଲିପ୍ ଏବଂ ଷ୍ଟ୍ରେସ୍ ଟ୍ରାକର୍ ମଧ୍ୟ ରହିଛି । ଏହି ନିର୍ଦ୍ଦିଷ୍ଟ ଓ୍ବାର୍କଆଉଟ୍ ଆକ୍ଟିଭିଟି ବା ବ୍ୟାୟାମ ପାଇଁ ଅଟୋ ଡିଟେକ୍ସନ ସହିତ 100ରୁ ଅଧିକ ସ୍ପୋର୍ଟ୍ସ ମୋଡ୍ର ମଧ୍ୟ ସପୋର୍ଟ କରିଥାଏ ।