ହାଇଦ୍ରାବାଦ:ଟ୍ବିଟର(ବର୍ତ୍ତମାନର X)କୁ କିଣିବା ପରେ ଏଲନ ମସ୍କ ଆପରେ ପରିବର୍ତ୍ତନ ଜାରି ରଖିଛନ୍ତି। ଗତ କିଛିଦିନ ପୂର୍ବରୁ ADS ରେଭେନ୍ୟୁ ପ୍ରୋଗ୍ରାମର ଏଲିଜିବିଲିଟି କ୍ରାଇଟେରିଆରେ ପରିବର୍ତ୍ତନ କରି ୟୁଜର୍ସଙ୍କୁ ଆକୃଷ୍ଟ କରିଥିବା ବେଳେ ଏବେ ଆଉ ଏକ ଅଫର ଦେଇଛନ୍ତି ମସ୍କ। ଏଣିକି ଭେରିଫାଇଡ କମ୍ପାନୀ ମଧ୍ୟ ଏକ୍ସରୁ ଟଙ୍କା ରୋଡଗାର କରିପାରିବେ। ଏନେଇ ଆଜି ଟ୍ବିଟ କରି ସୂଚନା ଦେଇଛନ୍ତି ଏଲନ ମସ୍କ।
କହିରଖୁଛୁ କି, ADS ରେଭେନ୍ୟୁ ପ୍ରୋଗ୍ରାମ ଦ୍ବାରା ୟୁଜର୍ସ ଏହି ପ୍ଲାଟଫର୍ମରୁ ପଇସା ରୋଜଗାର କରିଛାଆନ୍ତି। ବର୍ତ୍ତମାନ ଏହି ଅଫର ଭେରିଫାଇଡ କମ୍ପାନୀଙ୍କୁ ମଧ୍ୟ ଦେଇଛି। ମସ୍କ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ, "ଭେରିଫାଇଡ ସଂସ୍ଥା ବା କମ୍ପାନୀ ADS ରେଭେନ୍ୟୁ ପ୍ରୋଗ୍ରାମର ପାଇଁ ଆବେଦନ କରିପାରିବେ। ଗଣାମାଧ୍ୟମ ସଂସ୍ଥା ବା ଅନୟ ବଡ ସଂସ୍ଥା ଯେଉଁମାନେ କି ଏକ୍ସର ସୁନେଲୀ ଟିକ ପାଇଛନ୍ତି ସେମାନେ ମଧ୍ୟ ପୋଷ୍ଟ ଅନୁସାରେ ପଇସା ପାଇପାରିବେ। ସଂସ୍ଥାଙ୍କ ପାଇଁ ଆବେଦନ କ୍ରାଇଟେରିଆ ସାଧାରଣ ୟୁଜର୍ସଙ୍କ ସହିତ ସମାନ ଅଟେ।
କିନ୍ତୁ ରହିଛି ଏହି ସର୍ତ୍ତ: ADS ରେଭେନ୍ୟୁ ପ୍ରୋଗ୍ରାମ ଦ୍ବାରା ଟଙ୍କା ରୋଜଗାର କରିବାକୁ ହେଲେ କିଛି ସର୍ତ୍ତ ମାନିବାକୁ ହେବ। ପ୍ରଥମତଃ ଆକାଉଣ୍ଟ ଭେରିଆଫାଇଡ ହେବା ସହିତ ଗତ 3 ମାସ ମଧ୍ୟରେ 5 ମିଲିୟନରୁ ଅଧିକ ପୋଷ୍ଟ ଇମ୍ପ୍ରେସନ୍ ରହିଥିବା ଆବଶ୍ୟକ। କିନ୍ତୁ ଯଦି ଦେଖିବା କୌଣସି ଲୋକପ୍ରିୟ ନ୍ୟୁଜ ଚାନେଲ କିମ୍ବା ସଂସ୍ଥା ପାଇଁ ଏହା ଜଟିଳ ସମସ୍ୟା ନୁହେଁ। ନ୍ୟୁଜ ଏଜେନ୍ସି ଅତି ସହଜରେ ଏହି ସୁବିଧା ପାଇପାରିବେ। ଏହା ବ୍ୟତୀତ, ଆକାଉଣ୍ଟରେ 500 ରୁ ଅଧିକ ଫୋଲର୍ସ ରହିବା ଉଚିତ। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି କେବଳ ଫେରିଫାଇଡ ଆକାଉଣ୍ଟର ଇମ୍ପ୍ରେସନକୁ ହିଁ ହିସାବକୁ ନିଆଯିବ।