ହାଇଦ୍ରାବାଦ:ଜୁକରବର୍ଗ ଏବଂ ଏଲନ ମସ୍କଙ୍କ ମଧ୍ୟରେ ଟକ୍କର ଭିତରେ ଉଭୟେ ଉପଭୋକ୍ତାଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଫିଚର ରୋଲଆଉଟ୍ କରୁଛନ୍ତି । ଏହାରି ଭିତରେ ମସ୍କଙ୍କ କମ୍ପାନୀ ଏକ୍ସ ୟୁଜର୍ସଙ୍କୁ ଆଉ ଏକ ସୁବିଧା ପ୍ରଦାନ କରିଛି । ଆପଣ ମଧ୍ୟ ଚାହିଁଲେ ଏକ୍ସରୁ(X)ରୁ ରୋଜଗାର କରିପାରିବେ ଟଙ୍କା । ମନିଟାଇଜେସନ ପିଲିସରେ ପରିବର୍ତ୍ତନ କଲା କମ୍ପାନୀ। ଏଲନ୍ ମସ୍କଙ୍କ କମ୍ପାନୀ X ଏହାର ବିଜ୍ଞାପନ ରାଜସ୍ୱ ପ୍ରୋଗ୍ରାମର(ADS REVENUE PROGRAM) ଯୋଗ୍ୟତାରେ ପରିବର୍ତ୍ତନ କରିଛି । ଯାହା ଦ୍ବାରା ୟୁଜର୍ସ ଉପକୃତ ହେବେ ବୋଲି କୁହାଯାଉଛି ।
ବର୍ତ୍ତମାନ ପ୍ଲାଟ୍ଫର୍ମରୁ ଟଙ୍କା ରୋଜଗାର କରିବାକୁ ହେଲେ ୟୁଜର୍ସଙ୍କୁ ନିଜ ଆକାଉଣ୍ଟରେ 500 ଫଲୋର୍ସ, 3 ମାସ ମଧ୍ୟରେ 5 ମିଲିୟନ ଟ୍ବିଟ୍ ଇମ୍ପ୍ରେସନ ଏବଂ ବ୍ଲୁ ଟିକ୍ ରହିବା ଆବଶ୍ୟକ । କିନ୍ତୁ ପୂର୍ବରୁ ଏହି ସଂଖ୍ୟା ଅଧିକ ରହିଥିଲା । ଏହା ପୂର୍ବରୁ 15 ମିଲିୟନ ଟ୍ବିଟ୍ ଇମ୍ପ୍ରେସନର ଆବଶ୍ୟକତା ରହିଥିଲା । ଏହା ବ୍ୟତୀତ ଓ୍ବିଥଡ୍ର ପଲିସିରେ ମଧ୍ୟ ପରିବର୍ତ୍ତନ କରିଛି । ଓ୍ବିଥ୍ଡ୍ରଲ ଲିମିଟକୁ 50 ଡଲାରରୁ କମ କରି 10 ଡଲାର କରାଯାଇଛି । ଏହି ପରିବର୍ତ୍ତନ ଦ୍ବାରା ଅଧିକରୁ ଅଧିକ ଲୋକ ପ୍ଲାଟଫର୍ମରୁ ଟଙ୍କା ରୋଜଗାର କରିବାରେ ସଫଳ ହେବେ ।
ଏହା ମଧ୍ୟ ପଢନ୍ତୁ: X: କାମ ଦେଲା ମସ୍କଙ୍କ ଯାଦୁ, ରେକର୍ଡ ସ୍ତରରେ ବୃଦ୍ଧି ପାଇଲା ୟୁଜର୍ସଙ୍କ ସଂଖ୍ୟା