ହାଇଦ୍ରାବାଦ :ପପୁଲାର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରର ବିକଳ୍ପ ଭାବେ ଲଞ୍ଚ ହୋଇଛି ଥ୍ରେଡ୍ସ ଆପ । ଲଞ୍ଚ ହେବା ପରଠାରୁ, ଆପ୍ ସମ୍ବନ୍ଧରେ ଉପଭୋକ୍ତାମାନଙ୍କ ମଧ୍ୟରେ ଏକ ଭିନ୍ନ କ୍ରେଜ୍ ଦେଖାଯାଉଛି । ଜୁଲାଇ 6ରେ ଆରମ୍ଭ ହୋଇଥିବା ଏହି ଆପରେ ୟୁଜର୍ସଙ୍କ ସଂଖ୍ୟା 100 ମିଲିୟନକୁ ଛୁଇଁବାକୁ ଯାଉଛି । ଉପଭୋକ୍ତାମାନେ ମଧ୍ୟ ଏହାର ଫିଚର ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ପର୍ଯ୍ୟାୟରେ, ଇନଷ୍ଟାଗ୍ରାମର ମୁଖ୍ୟ ଆଡାମ ମୋସେରୀ ଥ୍ରେଡ୍ସରେ ପୋଷ୍ଟ ଡିଲିଟ କରିବା ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏଣିକି ୟୁଜର୍ସ ଥ୍ରେଡ୍ସରେ ଅଟୋ ଡିଲିଟ ଅପ୍ସନ ପାଇବେ ।
ଏହି ଅପସନ ସହିତ, ଏକ ନିର୍ଦ୍ଦିଷ୍ଟ ସମୟ ପରେ ବ୍ୟବହାରକାରୀଙ୍କ ପୋଷ୍ଟଗୁଡ଼ିକ ଅଟୋମୋଟିକ ଡିଲିଟ ହୋଇଯିବ । ଆଡାମ ମୋସେରୀ କହିଛନ୍ତି ଯେ ପୂର୍ବରୁ ଏହି ଫିଚରକୁ 30 ଦିନରେ ଅଟୋଡିଲିଟ ଅପସନ ରହିଥିଲା । କିନ୍ତୁ ଉପଭୋକ୍ତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ 90 ଦିନ କରାଯାଇଛି ।
100ଟି ଦେଶରେ ଆଇଓଏସ ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ମେଟା ଗତ ସପ୍ତାହରେ ଥ୍ରେଡ୍ସ ଲଞ୍ଚ କରିଥିଲା । ଆପ୍ ଷ୍ଟୋର୍ରେ ଏହା ବର୍ତ୍ତମାନ ଟପ୍ ଫ୍ରି' ଆପ୍ ହୋଇ ରହିଛି । ଲଞ୍ଚ୍ ହେବାର କିଛି ଦିନ ମଧ୍ୟରେ, ଥ୍ରେଡ୍ସ 9କୋଟି ୟୁଜର୍ ସାଇନ୍ ଅପ୍ ଅତିକ୍ରମ କରିଛି । ଏହି ସମୟରେ, ଟ୍ୱିଟର ମାଲିକ ଏଲନ୍ ମସ୍କ ରବିବାର ଦିନ ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗଙ୍କୁ ପରିହାସ କରି କହିଛନ୍ତି ଯେ, ଜୁକ୍ ହେଉଛନ୍ତି ଜଣେ କୁକୁଡା । ଗତ ସପ୍ତାହରେ ମସ୍କ୍ କହିଥିଲେ ଯେ ପ୍ରତିଯୋଗିତା ଭଲ, କିନ୍ତୁ କପି କରିବା ଠିକ୍ ନୁହେଁ ।