ହାଇଦ୍ରାବାଦ:ଦେଶର ବିକାଶରେ ଇଞ୍ଜିନିୟର ବା ଯନ୍ତ୍ରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଆଜିର ଦିନକୁ ବିଶ୍ବ ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଏ । ଦେଶର ଉନ୍ନତିରେ ଭାରତୀୟ ଇଞ୍ଜିନିୟର ସାର ମୋକ୍ଷଗୁଣ୍ଡମ ବିଶ୍ବେଶ୍ବରାୟଙ୍କ ଅମୂଲ୍ୟ ଅବଦାନ ରହିଛି । ତେଣୁ ପ୍ରତିବର୍ଷ ସେପ୍ଟମ୍ବର ମାସ 15 ତାରିଖରେ ଭାରତୀୟ ଯନ୍ତ୍ରଶାସ୍ତ୍ରର ଦିଗଦର୍ଶନ ସାର ମୋକ୍ଷଗୁଣ୍ଡମ ବିଶ୍ବେଶ୍ବରାୟଙ୍କ ଜନ୍ମ ଜୟନ୍ତୀକୁ ଭାରତୀୟ ଯନ୍ତ୍ରୀ ଦିବସ ପାଳନ କରାଯାଏ । 1968 ମସିହାରେ ପ୍ରଥମେ ଇଞ୍ଜିନିୟର ଦିବସ ପାଳନ କରାଯାଇଥିଲା । ଏହି ଦିନଟିକୁ ଭାରତୀୟ ବୈଷୟିକ ଶିକ୍ଷା ଜଗତର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବରେ ବିବେଚନା କରାଯାଏ । ବିଶେଷ କରି ଇଞ୍ଜିନିୟରମାନଙ୍କ ମଧ୍ୟରେ ଏହା ଏକ ବିଶେଷ ଦିନ ଅଟେ । ବିଶ୍ବେଶ୍ବରାୟଙ୍କ ଅବଦାନକୁ ମନେ ପକାଇ ଭାରତ, ଶ୍ରୀଲଙ୍କା ଏବଂ ତାଞ୍ଜାନିଆରେ ମଧ୍ୟ 15 ସେପ୍ଟେମ୍ବରରେ ଇଞ୍ଜିନିୟର୍ସ ଡେ ବା ଯନ୍ତ୍ରୀ ଦିବସ ଭାବେ ପାଳନ କରାଯାଏ ।
କିଏ ଏହି ମୋକ୍ଷଗୁଣ୍ଡମ ବିଶ୍ବେଶ୍ବରାୟ:ସାର୍ ମୋକ୍ଷାଗୁଣ୍ଡମ୍ ବିଶ୍ବେଶ୍ବରାୟ 1861 ମସିହା ସେପ୍ଟେମ୍ବର 15 ତାରିଖ ଦିନ କର୍ଣ୍ଣାଟକର ମୁଦ୍ଦେନାହଲୀ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ସାର୍ MV ଭାବରେ ଜଣାଶୁଣା। 15 ବର୍ଷ ବୟସରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥାଏ । ତାଙ୍କ ବାପା ସଂସ୍କୃତରେ ଜଣେ ମହାନ ପଣ୍ଡିତ ଥିଲେ । ପ୍ରଥମେ ଚିକ୍କାବଲ୍ଲାପୁରରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ଉଚ୍ଚଶିକ୍ଷା ପାଇଁ ବେଙ୍ଗୁଲୁରୁ ଆସିଥିଲେ । ଏହାପରେ ଇଞ୍ଜିନିୟର ପଢିବା ପାଇଁ ପୁଣେ ସାଇନ୍ସ କଲେଜରେ ନାମ ଲେଖାଇଥିଲେ । ଯେଉଁଠାରୁ ସେ 1883 ମସିହାରେ ପରୀକ୍ଷାରେ ପ୍ରଥମ ରାଙ୍କ ହାସଲ କରିଥିଲେ । ଶିକ୍ଷା ସମାପ୍ତ କରିବା ପରେ ବମ୍ବେ ସରକାରଙ୍କ ପକ୍ଷରୁ ସେ ନାସିକରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବରେ ଚାକିରି ପାଇଥିଲେ । ଜଣେ ଇଞ୍ଜିନିୟର ଭାବରେ ସେ ବିଭିନ୍ନ ପ୍ରକଳ୍ପର ସଫଳତାର ସହ କାର୍ଯ୍ୟକାରୀ କରିଥିଲେ । ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ ଇଣ୍ଡିଆ (IEI) ଅନୁଯାୟୀ ତାଙ୍କୁ 'ଭାରତର ଅର୍ଥନୈତିକ ଯୋଜନା ପାଇଁ ଅଗ୍ରଦୂତ ମଧ୍ୟ କୁହାଯାଏ(Precursor Of Economic Planning In India)।
ଭାରତୀୟ ଇଞ୍ଜିନିୟର୍ସଙ୍କ ଜନକ: 1912 ରୁ 1918 ପର୍ଯ୍ୟନ୍ତ ସେ ମହିଶୂର କାମ କରିଥିଲେ । ସେଠାରେ କୃଷ୍ଣରାଜ ସାଗର ଡ୍ୟାମ ସହିତ ହାଇଦ୍ରାବାଦ ସହର ପାଇଁ ବନ୍ୟା ସୁରକ୍ଷା ବ୍ୟବସ୍ଥାର ମୁଖ୍ୟ ଡିଜାଇନର୍ ଥିଲେ । ରାଜ୍ୟର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ସତ୍ତ୍ୱେ ଦୁର୍ଭିକ୍ଷ ସମୟରେ ମହିଶୂରରେ କୃଷ୍ଣ ରାଜା ୱାଡିଆର ଏହି ବନ୍ଧ ନିର୍ମାଣ କରିଥିଲେ । ତାଙ୍କ ସମ୍ମାନାର୍ଥେ ଡ୍ୟାମର ନାମକରଣ କରାଯାଇଥିଲା । ଏସ ବିଶ୍ବେଶ୍ବରାୟ ବ୍ଲକ୍ ସିଷ୍ଟମ୍, ସ୍ୱୟଂଚାଳିତ କବାଟ ଉଦ୍ଭାବନ କରଥିଲେ । ଯାହା ଜଳକୁ ଅବରୋଧ କରିଥାଏ । ସେ ସ୍ବିସ ଗେଟର ଡିଜାଇନ ଏବଂ ପେଣ୍ଟି କରିଥିଲେ । ଯାହା ପ୍ରଥମେ ପୁଣେର ଖାଡକୱାସଲା ଜଳଭଣ୍ଡାରରେ 1903 ମସିହାରେ ସ୍ଥାପିତ କରାଯାଇଥିଲା।