ୱାଶିଂଟନ: ଆମେରିକା ସ୍ପେସ୍ ଏଜେନ୍ସି ନାସାର ଡାର୍ଟ ମିଶନ୍ ସଫଳ(NASA DART Mission Succeeds) । ପ୍ରଥମ କରି ମହାକାଶରେ କୌଣସି ଗ୍ରହର ସ୍ଥାନ ପରିବର୍ତ୍ତନ କରିବାରେ ସଫଳ ହେଲା ସଂସ୍ଥାନ । ଡାର୍ଟ(DART) ଦୁଇ ସପ୍ତାହ ତଳେ, ଯେଉଁ ହାନୀକାରକ ଗ୍ରହାଣୁକୁ ଧକ୍କା ଦେଇଥିଲା ତା'ର ସ୍ଥାନ ପରିବର୍ତ୍ତନ ହୋଇଛି । ତେବେ ଡାର୍ଟ ଧକ୍କା ଦେଇଥିବା ଗ୍ରହାଣୁର ନାମ ଡିମୋରଫସ୍(Asteroid Dimorphos) ।
NASA DART Mission Succeeds: ମହାକାଶରେ ସଫଳତାର ସହ ଗ୍ରହାଣୁର ସ୍ଥାନ ପରିବର୍ତ୍ତନ କଲା ନାସା ମିଶନ ଏହି ସଫଳତା ପରେ ପୃଥିବୀ ପୃଷ୍ଠକୁ ଆଉ କୌଣସି ବିପଦ ରହିବ ନାହିଁ । ଯଦି କୌଣସି ଧୂମକେତୁ କିମ୍ବା କ୍ଷତିକାରକ ଗ୍ରହାଣୁ ପୃଥିବୀକୁ ଧକ୍କା ଦେବାର ଆଶଙ୍କା ଥାଏ, ତେବେ ତାକୁ ପୂର୍ବରୁ ପ୍ରତିହତ କରିହେବ, ଯାହା ଏହି ସଫଳ ପରୀକ୍ଷଣ ପରେ ସ୍ପଷ୍ଟ ହୋଇଛି ।
ସୂଚନା ମୁତାବକ, ନାସା ପ୍ରସ୍ତୁତ କରିଥିବା ମହାକାଶଯାନ DART(Double Asteroid Redirection Test) ଗ୍ରହାଣୁ ଡିମୋରଫସ୍କୁ (Asteroid Dimorphos) ଘଣ୍ଟା ପ୍ରତି 14,000 ମିଲିମିଟର(22,500 କିଲୋମିଟର) ବେଗରେ ଧକ୍କା ଦେଇଥିଲା ।
ଡାର୍ଟର ଅନ୍-ବୋର୍ଡ କ୍ୟାମେରା ଦ୍ବାରା ଏହି ସମୟର ସମସ୍ତ ଦୃଶ୍ୟ ରେକର୍ଡ କରାଯାଇଥିଲା । ସେପ୍ଟେମ୍ବର 27 ଭାରତୀୟ ସମୟ 4: 44 ମିନିଟ୍ ସମୟରେ ଡାର୍ଟ ମିଶନ୍ ପରୀକ୍ଷଣ ହୋଇଥିଲା । ଦୁଇ ସପ୍ତାହ ଧରି ଡାର୍ଟର ସମସ୍ତ କାର୍ଯ୍ୟକଳାପ ଉପରେ ଲକ୍ଷ୍ୟ ରଖିଥିଲା ନାସା । ଏହି ମିଶନ ପାଇଁ 325 ମିଲିୟନ ଡଲାର ଅର୍ଥାତ୍ 2600 କୋଟି ଖର୍ଚ୍ଚ ହୋଇଛି ।
2021 ମସିହା ନଭେମ୍ବର 24 ତାରିଖରେ DARTକୁ ମହାକାଶକୁ ପ୍ରେରଣ କରାଯାଇଥିଲା । ଦୀର୍ଘ 10 ମାସ ଧରି ମହାକାଶରେ ଘୂର୍ଣ୍ଣୟ ପରେ ଶେଷରେ DART ତା'ର ମିଶନରେ ସଫଳ ହୋଇଛି । DART ମହାକାଶ ଯାନର ଆକାର 19 ମିଟର ।