ଓଡିଶା

odisha

ETV Bharat / science-and-technology

NASA Moon Rocket: ଆସନ୍ତାକାଲି ମୁନ୍ ରକେଟ୍ ପରୀକ୍ଷଣ ଲାଗି ପ୍ରସ୍ତୁତି - ଚନ୍ଦ୍ରଯାନ ପରୀକ୍ଷଣ

ଶେଷରେ ଆସନ୍ତାକାଲି(ନଭେମ୍ବର 16)ରେ ନାସାର ବହୁ ପ୍ରତୀକ୍ଷିତ ମୁନ୍ ରକେଟ୍ ଆର୍ଟେମିସ୍-ଆଇ(NASAs Artemis I moon mission) ପରୀକ୍ଷଣ ହୋଇପାରେ । ପାଗ ଅନୁକୂଳ ସାଙ୍ଗକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସଂସ୍ଥାନ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

NASA Moon Rocket ପରୀକ୍ଷଣର ଆସନ୍ତାକାଲି ଚତୁର୍ଥ ପ୍ରୟାସ
NASA Moon Rocket ପରୀକ୍ଷଣର ଆସନ୍ତାକାଲି ଚତୁର୍ଥ ପ୍ରୟାସ

By

Published : Nov 15, 2022, 11:17 AM IST

ୱାଶିଂଟନ: ପ୍ରତିକୂଳ ପାଣିପାଗ ତଥା ଯାନ୍ତ୍ରିକ ତ୍ରୁଟିକୁ ନେଇ ଦୀର୍ଘ 4 ମାସ ଧରି ଚାଲିଥିବା ଅପେକ୍ଷାର ଅନ୍ତ ଆସନ୍ତାକାଲି(ନଭେମ୍ବର 16) ଘଟିପାରେ । ଶେଷରେ ବହୁ ପ୍ରତିକ୍ଷିତ ମୁନ୍ ରକେଟ୍ ଆର୍ଟେମିସ୍-ଆଇ(NASA's Artemis I moon mission) ପରୀକ୍ଷଣ ନେଇ ସମୟ ଧାର୍ଯ୍ୟ କରିଛି ଆମେରିକା ସ୍ପେସ୍ ଏଜେନ୍ସି ନାସା । ଏହି ପରୀକ୍ଷଣ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ମାନବ ।

ମିଶନ୍ ପରିଚାଳକ ମାଇକ୍ ସାରଫିନ ଗଣମାଧ୍ୟମକୁ କହିଛନ୍ତି ଯେ, "ନାସାର କେନେଡି ସ୍ପେସ୍ ସେଣ୍ଟରରୁ ବୁଧବାର ସକାଳେ Artemis-1 ଉତ୍‌କ୍ଷେପଣ ନେଇ ସମୟ ନିର୍ଦ୍ଧାରିତ ହୋଇଛି, ଯେଉଁଥିରେ ମହାକାଶଚାରୀଙ୍କ ବଦଳରେ ଟେଷ୍ଟ୍ ଡମି ରହିଛି । ୩୨୨ ଫୁଟ (୯୮ ମିଟର) ବିଶିଷ୍ଟ ନାସାର ଏହି ଐତିହାସିକ ରକେଟ୍‌ରେ ଖାଲି କ୍ରୁ କ୍ୟାପସୁଲ୍ ରହିଛି । ଅର୍ଥାତ୍ ଏହି ଉତ୍‌କ୍ଷେପଣ ମାନବବିହୀନ । ଏହା ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ । ସ୍ପେସ୍ ଲଞ୍ଚ ସିଷ୍ଟମ୍ ରକେଟ୍(SLS), କ୍ୟାପସୁଲ୍ ଚନ୍ଦ୍ରର ଚତୁଃପାର୍ଶ୍ୱକୁ ପଠାଇବାକୁ ଚେଷ୍ଟା କରିବ । ଏହି ତିନି ଟେଷ୍ଟ୍‌ ଡମିରେ ମଣିଷ ରହିବେ ନାହିଁ, କେବଳ ତିନୋଟି ପରୀକ୍ଷା ଡମି ରହିବ ।"

ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ୫୦ ବର୍ଷ ପୂର୍ବେ ନାସାର ଆପୋଲୋ କାର୍ଯ୍ୟକ୍ରମ ପରଠୁ ଏହା ଚନ୍ଦ୍ରକୁ ଉତ୍‌କ୍ଷେପଣ ହେବାର ପ୍ରଥମ କ୍ୟାପ୍‌ସୁଲ୍‌ ହେବ । ଏହି ପରୀକ୍ଷଣ ଦ୍ୱାରା ମହାକାଶଚାରୀମାନେ ୨୦୨୪ ମସିହାରେ ଚନ୍ଦ୍ରର ଚତୁପାର୍ଶ୍ୱରେ ପହଞ୍ଚିବା ସହ ୨୦୨୫ରେ ଚନ୍ଦ୍ରରେ ଅବତରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସୂଚନା ଥାଉ କି, ଆଗଷ୍ଟରେ ପ୍ରଥମେ ନାସାର ଚନ୍ଦ୍ର ଯାନର ପରୀକ୍ଷଣ ହୋଇଥାନ୍ତା । ମାତ୍ର ଇଞ୍ଜିନରୁ ଇନ୍ଧନ ଲିକ୍ ହେବା କାରଣରୁ ଦ୍ୱିତୀୟ ପରୀକ୍ଷଣ ସେପ୍ଟେମ୍ବରକୁ ସ୍ଥଗିତ ରଖାଯାଇଥିଲା । ପୁନର୍ବାର ସେପ୍ଟେମ୍ବର ଶେଷରେ କେନେଡି ସ୍ପେସ୍ ସେଣ୍ଟରରେ ଘୂର୍ଣ୍ଣିବଳୟ ଇଆନ୍(Hurricane Ian) କାରଣରୁ ପରୀକ୍ଷଣରୁ ବାତିଲ୍ କରାଯାଇଥିଲା । ପୁନର୍ବାର ନଭେମ୍ବର 14 ରେ ତୃତୀୟ ପରୀକ୍ଷଣ ନେଇ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଘୂର୍ଣ୍ଣିଝଡ ନିକୋଲ କାରଣରୁ ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଥିଲା । ତେବେ ବର୍ତ୍ତମାନ ପାଗ ଅନୁକୂଳ ସାଙ୍ଗକୁ କୌଣସି ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇନଥିବାରୁ ନାସାର ଉତକ୍ଷେପଣକୁ ସମସ୍ତଙ୍କ ଅପେକ୍ଷା ।

ABOUT THE AUTHOR

...view details