ଓଡିଶା

odisha

ETV Bharat / science-and-technology

ନାସା ପାଖରେ ମହାକାଶର କ୍ଷୁଦ୍ର ଗ୍ରହାଣୁ, ଖୋଲିବ ସୌରମଣ୍ଡଳର ରହସ୍ୟ ! - ଆମେରିକା ମହାକାଶ ଗବେଷଣା କେନ୍ଦ୍ର

ନାସା ପାଖରେ ମହାକାଶର କ୍ଷୁଦ୍ର ଗ୍ରହାଣୁ ରହିଥିବା ନେଇ ନମୁନାର ଫଟୋ ସେୟାର କରାଯାଇଛି । ତେବେ ଏହା ସୌରମଣ୍ଡଳର ରହସ୍ୟ ଖୋଲିବା ନେଇ ଅନୁମାନ କରାଯାଉଛି । ଅଧିକ ପଢ଼ନ୍ତୁ

NASA shows off its first asteroid samples
NASA shows off its first asteroid samples

By ETV Bharat Odisha Team

Published : Oct 12, 2023, 10:52 AM IST

ହାଇଦ୍ରାବାଦ:ଏକ କ୍ଷୁଦ୍ର ଗ୍ରହର ନମୁନାର ଫଟୋ ଜାରି କଲା ଆମେରିକା ମହାକାଶ ଗବେଷଣା କେନ୍ଦ୍ର ନାସା। ଗତ ମାସରେ ପୃଥିବୀ ପୃଷ୍ଠକୁ ଫେରି ଆସିଥିବା ଏକ ମହାକାଶ ଯାନ ଏହି ନମୁନା ପିଣ୍ଡୁଳାକୁ ସାଙ୍ଗରେ ନେଇ ଆସିଛି । ଯାହାର ଫଟୋକୁ ଗତକାଲି(ବୁଧବାର) ସେୟାର କରିଛି ନାସା । ଏହି ପିଣ୍ଡୁଳା କଳା ଧୂଳି ଓ କିଛି ଖଣ୍ଡ ବିଖଣ୍ଡିତ ପଥରର ମିଶ୍ରଣ । ଏହି ଅଂଶକୁ ବେନୁ ବୋଲି ନାମ ଦିଆଯାଇଛି । ପ୍ରଥମ ଥର ପାଇଁ ଏଭଳି ଏକ ନମୁନା ନାସା ହାତରେ ଲାଗିଛି । 60 ମିଲିୟନ ମାଇଲ୍ସ(97 ମାଇଲ କିଲୋମିଟର) ଦୂର ମହାକାଶରୁ ଆସିଥିବା ବେନୁ ନାମକ ଏହି ଗ୍ରହାଣୁରେ ଆଉ କେଉଁ ଉପାଦାନ ରହିଛି ତାହାକୁ ନେଇ ଏବେବି ଅନିଶ୍ଚିତତା ଲାଗି ରହିଛି । କାରଣ ଏହି ଗ୍ରହାଣୁକୁ ବର୍ତ୍ତମାନ ସୁଦ୍ଧା ଭଙ୍ଗା ଯାଇନାହିଁ । ଏହାକୁ ନେଇ ହୋଷ୍ଟନ୍‌ ସହ ସ୍ଥିତ ସ୍ପେସ୍‌ ସେଣ୍ଟର୍‌ରେ ଏକ କାର୍ଯ୍ୟକ୍ରମ ସମୟରେ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି।

ମିଶନର ପ୍ରମୁଖ ବୈଜ୍ଞାନିକ ଆରିଜୋନା ବିଶ୍ବବିଦ୍ୟାଳୟର ଦାନ୍ତେ ଲୌରିଟାଙ୍କ କହିବା ଅନୁସାରେ, ଏହା ଧିର ଏବଂ ସାବଧାନତା ପୂର୍ବକ ଗତି କରୁଛି ।" ନାସାର ଓସିରିସ ମହାକାଶ ଯାନ ଗତ 3 ବର୍ଷ ପୂର୍ବରୁ ହିଁ ବେନୁ ପୃଷ୍ଠରୁ ନମୁନା ସଂଗ୍ରହ କରିଥିଲା । କିନ୍ତୁ ଉକ୍ତ ଯାନ ଗତମାସରେ ପୃଥିବୀପୃଷ୍ଠରୁ ଫେରି ଆସିଥିବା ବେଳେ ଉକ୍ତ ନମୁନାକୁ ସାଙ୍ଗରେ ନେଇ ଆସିଥିବା ନେଇ କୁହାଯାଇଛି । ଜାପାନ 2 ମିଶନରେ ଯେତିକି ନମୁନା ସଂଗ୍ରହ କରିଥିଲା ନାସା ତାହାଠାରୁ ଅଧିକା ନମୁନା ସଂଗ୍ରହ କରିଥିଲା।

ଲୌରିଟାଙ୍କ କହିବା ଅନୁସାରେ, ଅନ୍ତରୀକ୍ଷ ନମୁନା କକ୍ଷର ବାହାର ପାର୍ଶ୍ବରେ କଳା ଧୂଳି ଏବଂ କଣିକା ଲାଗି ରହିଥିଲା। ତେଣୁ ସେଥିରେ କଣ ରହିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏନେଇ ଆହୁରି ଅଧ୍ୟୟନ ବାକି ରହିଛି ।" ତେବେ ସଂଗୃହିତ ନମୁନା ଗୁଡ଼ିକ ଅମୂଲ୍ୟ ବୋଲି ଜଣାପଡ଼ିଛି । ତେବେ କାର୍ଯ୍ୟକ୍ରମରେ କାହାରିକୁ ମଧ୍ୟ ନମୁନା ଦେଖିବାର ସୁଯୋଗ ଦିଆଯାଇ ନଥିଲା। କେବଳେ ଫଟୋ ଏବଂ ଭିଡିଓ ମାଧ୍ୟମରେ ହିଁ ପ୍ରଦର୍ଶିତ କରାଯାଇଥିଲା। ଗ୍ରହାଣୁ ଖଣ୍ଡ ଅନ୍ତରୀକ୍ଷ କେନ୍ଦ୍ରର ଏକ ଲ୍ୟାବରେ ରହିଥିଲା। ଯେଉଁଠାକୁ କେବଳ ବୈଜ୍ଞାନିକଙ୍କ ପାଇଁ ଅନୁମତି ରହିଥିଲା।

ତେବେ ଏନେଇ ଅନ୍ୟ ବୈଜ୍ଞାନିକମାନେ କହିଛନ୍ତି ଯେ, "ଏଥିରେ କାର୍ବନ ବ୍ୟତୀତ ଗ୍ରହାଣୁରେ ପାଣିଧାରଣ କରିପାରୁଥିବା ମାଟିର ଖଣିଜ ରୂପରେ ପାଣି ରହିଥାଏ।" ଏହିଭଳି ଭାବେ ପାଣି ପୃଥିବୀକୁ ଆସିଥାଇପାରେ ବୋଲି ଆମେ ଅନୁମାନ କରୁଥିବା ନେଇ ଉପସ୍ଥିତ ବୈଜ୍ଞାନିକମାନେ କହିଥିଲେ। ଖଣିଜ ପଦାର୍ଥ 4 ବିଲିୟନ ବର୍ଷ ରୁ 4.5 ବିଲିୟନ ବର୍ଷ ପୂର୍ବରୁ ପୃଥିବୀକୁ ଆସିଥିଲା। ଯାହା ଫଳରେ ଆମର ଜୀବନ ତିଷ୍ଠିବା ସମ୍ଭବ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ: Special Day For NASA: ନାସା ପାଇଁ କାହିଁକି ସ୍ବତନ୍ତ୍ର ଅକ୍ଟୋବର ୧ ? ଜାଣନ୍ତୁ କାରଣ

ଅନ୍ୟପଟେ ନାସାର ପ୍ରଶାସକ ବିଲ ନେଲସନ କହିଛନ୍ତି, "7 ବର୍ଷର ଏହି ମିଶନରେ ପୃଥିବୀ ଏବଂ ସୌରମଣ୍ଡଳ କିଭଳି ଗଠନ ହୋଇଥିଲା ତାହା ଜଣାପଡିବ। ଏହା ଠାରୁ ଅନ୍ୟ କିଛି ଉତ୍ସାହ ଜନକ ବିଷୟ ହୋଇନପାରେ।" ତେବେ 2020 ମସିହାରେ ମଧ୍ୟ କିଛି ନମୁନା ସଂଗ୍ରହ କରାଯାଇଥିଲା । କିନ୍ତୁ ଲୌରେଟା ଅନ୍ୟ ଅନ୍ୟ ବୈଜ୍ଞାନିକମାନେ ଏହା ଉପରେ ଅଧିକ ଗବେଷଣା କରିପାରିନଥିଲେ । କାରଣ ଅନ୍ତରୀକ୍ଷ ଯାନରେ ରହିଥିବା ନମୁନା କଣ୍ଟେନର ଜାମ ହୋଇଯାଇଥିଲା । ଫଳରେ ନମୁନା ବାହାର କରିବାରେ ସମ୍ଭବ ହୋଇପାରିନଥିଲା କିମ୍ବା ଏହା ଉପରେ ଗବେଷଣା ମଧ୍ୟ କରାଯାଇ ପାରିନଥିଲା ।

ତେଣୁ ଚଳିତ ଥର ମହାକାଶଯାନ ପୃଥିବୀକୁ ଫେରି ଆସିଥିବା ବେଳେ କଣ ସାଙ୍ଗରେ ନେଇ ଆସିଛି ସନେଇ ବୈଜ୍ଞାନିକମାନେ ଅନୁମାନ କରିନଥିଲେ । କିନ୍ତୁ 250 ଗ୍ରାମର କିଛି ନମୁନା ଆଣିଥିବା ନେଇ ଅନୁମାନ କରିଥିଲେ । ତେବେ କଣ୍ଟେଣ୍ଟର ଖୋଲି ଅନୁସନ୍ଧାନ କରିବା ପରେ କଣ ରହିଛି ଜଣାପଡ଼ିବ ବୋଲି କୁହାଯାଇଛି ।

ତେବେ ବୁଧବାର ନାସା ଦେଖାଇଥିବା ଅଧିକାଂଶ ନମୁନା ଓଭର ଫ୍ଲୋ' ହୋଇଯାଇଥିବା ନେଇ କୁହାଯାଇଛି । ସିଲ୍‌ ହୋଇନଥିବା କାରଣରୁ ଏହା ହୋଇଥିବା କୁହାଯାଇଛି। ବଡ ଦେଖାଯାଉଥିବା ଚଟାଣ ଏକ ଇଞ୍ଚର ରହିଥିଲା। ତେବେ ନାସାର ଆଷ୍ଟ୍ରୋମେଟ୍ରିଆଲ କ୍ୟୁରେଟର ଫ୍ରାନ୍ସିସ ମେକବନ କହିଛନ୍ତି ଯେ," ଆମ ପାଖରେ ପୂର୍ବରୁ ମଧ୍ୟ ଅନେକ ନମୁନା ରହିଥିଲା ।" ନମୁନା ସଂଗ୍ରହ କରାଯାଇ ଅନୁଧ୍ୟାନ କରାଯିବା ପରେ ସତ୍ୟ ସାମ୍ନାକୁ ଆସିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଫ୍ଲୋରିଡା ଲଞ୍ଚ୍‌ ପ୍ୟାଡରେ ନାସାର ଆଉ ଏକ ମହାକାଶଯାନ ରହିଛି । ଯାହାକି ଚଳିତ ସପ୍ତାହରେ ଲଞ୍ଚ କରାଯିବ । ତେବେ ଏହା ସାଇକି ନାମକ ଧାତୁରେ ନିର୍ମିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details