ହାଇଦ୍ରାବାଦ:ଅଗଷ୍ଟ 23, 2023 । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିଥିଲା ଭାରତ । ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶ ଭାବେ ବିଶ୍ବବିଦିତ ହୋଇଛି । ତେବେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ନିଜର କାର୍ଯ୍ୟ ଶେଷ କରି ସ୍ଲିପମୋଡକୁ ଚାଲିଯାଇଥିବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାରି ଭିତରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା(NASA) ପକ୍ଷରୁ ଚନ୍ଦ୍ରଯାନ-3ର ସଫ୍ଟ ଲ୍ୟାଣ୍ଡିଂ ସାଇଟର ଫଟୋ ସେୟାର କରାଯାଇଛି । ଲୁନାର ରେକନାଇଜାନ୍ସ ଅର୍ବିଟର(LRO) ଲ୍ୟାଣ୍ଡିଂ ସାଇଟର ଫଟୋ ଉଠାଇଥିବା ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଫଟୋକୁ ଏକ୍ସରେ ସେୟାର କରିଛି ନାସା ।
ନାସାର ସୂଚନା ଅନୁସାରେ,"ଲୁନାର ରେକନାଇଜାନ୍ସ ଅର୍ବିଟର(LRO) ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ସାଇଟର ଫଟୋ ଉଠାଇଛି । ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ସାଇଟ ଚନ୍ଦ୍ରର ଦକ୍ଷିଣ ମେରୁ ଠାରୁ 600 କିଲୋମିଟର ଦୂରରେ ରହିଛି । ଏଲଆରଓ ଲ୍ୟାଣ୍ଡିଂ ସାଇଟର ଫଟୋକୁ 42 ଡିଗ୍ରୀ ସ୍ଲୋ ଆଙ୍ଗେଲରେ କ୍ୟାପ୍ଚର କରିଛି । ଚନ୍ଦ୍ରଯାନ-3 23 ଅଗଷ୍ଟରେ ସଫ୍ଟ ଲ୍ୟାଣ୍ଡିଂ କରିଥିବା ବେଳେ ଏହି ଫଟୋ ଏହାର 4 ଦିନ ପରେ ଅର୍ଥାତ ଅଗଷ୍ଟ 27 ତାରିଖରେ ଉଠାଯାଇଛି ।" 2009 ମସିହା ଜୁନ 18 ତାରିଖ ଦିନ ନାସା ଅର୍ବିଟର ଲଞ୍ଚ କରାଯାଇଥିବା ବେଳେ ଏହା ବର୍ତ୍ତମାନ ସୁଦ୍ଧା ଅନେକ ଡାଟା ଏକତ୍ରିତ କରିଥିବା ନେଇ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: Chandrayaan 3 Update: ବିକ୍ରମର ପ୍ରଥମ 3D ଫଟୋ ଜାରି କଲା ISRO