ୱାଶିଂଟନ୍: ଆସନ୍ତା 2024ରେ ଚନ୍ଦ୍ରରେ ମହାକାଶଚାରୀଙ୍କୁ ଅବତରଣ କରିବା ନେଇ ଯୋଜନା କରୁଥିବା ଆମେରିକାର ସ୍ପେସ୍ ଏଜେନ୍ସି(NASA) 63ଟି ଚୂଡାନ୍ତ ଅବଜେକ୍ଟିଭ୍ସ ସହିତ ଏକ ସଂଶୋଧିତ ବ୍ଲୁ ପ୍ରିଣ୍ଟ(NASA Releases Final Blueprint) ପ୍ରକାଶ କରିଛି । ନାସା ମଧ୍ୟ 'ଚନ୍ଦ୍ରରୁ ମଙ୍ଗଳ'(Moon to Mars)ର ଏକ ସଂଶୋଧିତ ଭର୍ସନ ରିଲିଜ୍ କରିଛି ।
ନାସା ଡେପୁଟି ଆଡମିନିଷ୍ଟ୍ରେଟର ପାମ ମେଲ୍ରୋଏ କହିଛନ୍ତି ଯେ, ‘‘ଆମକୁ ଶକ୍ତିଶାଳୀ ରହିବା ସହ ଏକ ରୋଡମ୍ୟାପ ଆବଶ୍ୟକ ଏବଂ ଏକ ସହଯୋଗୀ ପ୍ରକ୍ରିୟା ମାଧ୍ୟମରେ ସହଭାଗୀମାନଙ୍କ ସହ ଆମର ଅନୁସନ୍ଧାନ ଲକ୍ଷ୍ୟ ହାସଲ କରିବା ପାଇଁ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟର ଏକ ମୂଳ ସେଟ୍ ଚିହ୍ନଟ କରିଛୁ । ଏହି ଅବଜେକ୍ଟ ଗୁଡିକ ଉଭୟ ବ୍ୟବହାରିକ ଏବଂ ଆକାଂକ୍ଷୀ । ବ୍ଲୁ ପ୍ରିଣ୍ଟ ଚାରୋଟି ବ୍ୟାପକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ, ବିଜ୍ଞାନ, ପରିବହନ ଏବଂ ବାସସ୍ଥାନ, ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ରହଣୀ ପାଇଁ ଭିତ୍ତିଭୂମି ଏବଂ ଅପରେସନ୍ସ ।