ଓଡିଶା

odisha

ETV Bharat / science-and-technology

NASA Moon Mission: ଉତ୍‌କ୍ଷେପଣର ସପ୍ତାହ ପରେ ଚନ୍ଦ୍ରର ନିକଟତମ ଫଟୋ ପଠାଇଲା Artemis 1

ଆମେରିକା ସ୍ପେସ୍ ଏଜେନ୍ସି ନାସାର ଚନ୍ଦ୍ରଯାନ ଆର୍ଟେମିସ 1 ଚନ୍ଦ୍ରପୃଷ୍ଠର ଖୁବ୍ ନିକଟରୁ ପ୍ରେରଣ କଲା ଚିତ୍ର(Artemis 1 Captures Moon's Closest Photos) । ଅଧିକ ପଢନ୍ତୁ

NASA Moon Mission: ଉତ୍‌କ୍ଷେପଣର ସପ୍ତାହ ପରେ ଚନ୍ଦ୍ରର ନିକଟତମ ଫଟୋ ପଠାଇଲା Artemis 1
NASA Moon Mission: ଉତ୍‌କ୍ଷେପଣର ସପ୍ତାହ ପରେ ଚନ୍ଦ୍ରର ନିକଟତମ ଫଟୋ ପଠାଇଲା Artemis 1

By

Published : Nov 26, 2022, 11:11 AM IST

କେପ୍ କାନଭେରାଲ୍: ଆମେରିକା ସ୍ପେସ୍ ଏଜେନ୍ସି ନାସା(America Space Agency, NASA)ର ଓରିଅନ୍ ମହାକାଶଯାନ ଚନ୍ଦ୍ରର ଖୁବ୍ ନିକଟରୁ ପ୍ରେରଣ କଲା ଚିତ୍ର । ଆପୋଲ୍ ମିଶନ୍‌ର 47 ବର୍ଷ ପରେ ପ୍ରଥମ କରି ନାସା ଏହି ଚିତ୍ର କଏଦ କରିପାରିଛି । ନଭେମ୍ବର 27ରେ ମହାକାଶ ଅନୁସନ୍ଧାନ ସଂସ୍ଥାନ ଏହାର ସବୁଠାରୁ ଶକ୍ତିଶାଳୀ ରକେଟ୍ 'ସ୍ପେସ୍ ଲଞ୍ଚ୍ ସିଷ୍ଟମ୍' ଆର୍ଟେମିସ୍ -1କୁ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା, ଯାହା ଚନ୍ଦ୍ରପୃଷ୍ଠର ଚିତ୍ର କଏଦ କରିବାରେ ସଫଳ ହୋଇଛି(Artemis 1 Captures Moon's Closest Photos) । ଉତ୍‌କ୍ଷେପଣର ପ୍ରାୟ ଏକ ସପ୍ତାହ ପରେ ଚନ୍ଦ୍ରପୃଷ୍ଠର ଚିତ୍ର କଏଦ କରିପାରିଛି ।

ଓରିଅନର ଅପ୍ଟିକାଲ୍ ନେଭିଗେସନ୍ ସିଷ୍ଟମ୍ ଦ୍ୱାରା ଚନ୍ଦ୍ରର ଫଟୋ ଉଠାଯାଇଛି । ନାସାର ଇନଷ୍ଟାଗ୍ରାମ ପୋଷ୍ଟ ଅନୁଯାୟୀ, ଏହି ସିଷ୍ଟମ ବିଭିନ୍ନ ଦୂରତା ଏବଂ ସ୍ଥାନରୁ ପୃଥିବୀ ଏବଂ ଚନ୍ଦ୍ରର ଚିତ୍ର କଏଦ କରିଛି, ଯେଉଁ ଗୁଡିକ କଳା ଏବଂ ଧଳା ରଙ୍ଗର । ଏହି ପୋଷ୍ଟରେ ନାସା ଚନ୍ଦ୍ରର 4ଟି ଅଞ୍ଚଳର ଫଟୋ ସେୟାର କରାଯାଇଛି । 1975ରେ ଆପୋଲୋ ମିଶନ ଶେଷ ହେବା ପରେ ନିଆଯାଇଥିବା ଚିତ୍ର ପରେ ଏହା ହେଉଛି ଚନ୍ଦ୍ରର ସବୁଠୁ ନିକଟତମ ଫଟୋ ।

ଏହା ମଧ୍ୟ ପଢନ୍ତୁ:- ବୈଜ୍ଞାନିକଙ୍କ କମାଲ୍: ବିନା ଫ୍ରିଜ୍‌ରେ 8 ଦିନ ତାଜା ରହିବ ପରିବା

ପୋଷ୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, 81.1 ମାଇଲ(130 କିଲୋମିଟର) ଉପରେ ଯାତ୍ରା କରିବା ସମୟରେ ଓରିଅନ୍ ଏହି ଫଟୋ କଏଦ୍ କରିଛି । ଏହା ପୃଥିବୀକୁ ଫେରିବା ପୂର୍ବରୁ ଚନ୍ଦ୍ର କକ୍ଷରେ ପ୍ରାୟ ଏକ ସପ୍ତାହ ରହିବ । ଆସନ୍ତା ଡିସେମ୍ବର 11 ତାରିଖରେ ପ୍ରଶାନ୍ତ ମହାସାଗର କାଲିଫର୍ଣ୍ଣିଆ ତଟରେ ଏହା ଅବତରଣ କରିବ । ନାସା ଏହି ମଶନ୍ ମାଧ୍ୟମରେ ଚନ୍ଦ୍ର ପୃଷ୍ଠକୁ ମାନବ ପ୍ରେରଣ ନେଇ ଲକ୍ଷ୍ୟ ରଖିଛି ।

ତେବେ କହି ରଖୁଛୁ, ଆର୍ଟେମିସ୍-1 ନାସାର ଡମି ମିଶନ୍(NASA Moon Mission Artemis 1) । ଏହା ମାନବ ବିହୀନ । ୩୨୨ ଫୁଟ (୯୮ ମିଟର) ବିଶିଷ୍ଟ ନାସାର ଏହି ଆର୍ଟେମିସ-1ରେ ଶକ୍ତିଶାଳୀ ସ୍ପେସ୍ ଲଞ୍ଚ ସିଷ୍ଟମ୍(SLS) ଏବଂ ଓରିଅନ୍ କ୍ୟାପ୍ସୁଲ୍ ରହିଛି । ଏହି ପରୀକ୍ଷଣ ସଫଳ ହେବା ପରେ 2025 ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ମାନବ ପ୍ରେରଣ କରିବ ନାସା । ସେତେବେଳେ ମିସନ୍‌ରେ ଜଣେ ଅଣ-ଶ୍ବେତାଙ୍ଗ ମହିଳା ଯିବାର ସମ୍ଭାବନା ରହିଛି ।

ABOUT THE AUTHOR

...view details