ଓଡିଶା

odisha

ETV Bharat / science-and-technology

NASA Moon Rocket Test: ନଭେମ୍ବର 14ରେ Artemis I ପରୀକ୍ଷଣ ! - ନାସା ଆର୍ଟେମିସ I ମିଶନ୍

ନଭେମ୍ବର 14ରେ ପରୀକ୍ଷଣ ହେବ ଆମେରିକୀୟ ସ୍ପେସ୍ ଏଜେନ୍ସି ନାସାର(American space agency NASA) ବହୁ ପ୍ରତିକ୍ଷୀତ ମୁନ୍ ରକେଟ୍ ଆର୍ଟେମିସ I(NASA Artemis I) । ଅଧିକ ପଢନ୍ତୁ

NASA Moon Rocket Test: ନଭେମ୍ବର 14 ରେ Artemis I ପରୀକ୍ଷଣ
NASA Moon Rocket Test: ନଭେମ୍ବର 14 ରେ Artemis I ପରୀକ୍ଷଣ

By

Published : Oct 14, 2022, 8:57 AM IST

ୱାଶିଂଟନ୍: ଆମେରିକୀୟ ସ୍ପେସ୍ ଏଜେନ୍ସି ନାସାର(American space agency NASA) ବହୁ ପ୍ରତିକ୍ଷୀତ ମୁନ୍ ରକେଟ୍ ଆର୍ଟେମିସ I(NASA Artemis I) ପରୀକ୍ଷଣର ତୃତୀୟ ପ୍ରୟାସ ପାଇଁ ଦିନ ଧାର୍ଯ୍ୟ କଲା ସଂସ୍ଥାନ । ଖବର ଅନୁଯାୟୀ, ଆସନ୍ତା ମାସ 14 ତାରିଖରେ ପରୀକ୍ଷଣ ହେବ ଆର୍ଟେମିସ୍ I ଚନ୍ଦ୍ର ମିଶନ । ରକେଟ ଇଞ୍ଜିନରେ ତ୍ରୁଟି, ଘୂର୍ଣ୍ଣିବଳୟ ଇଆନ(Hurricane Ian) କାରଣରୁ ଦୁଇ ଦୁଇ ଥର ମିଶନ୍ ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା ।

ସମସ୍ତ ପରୀକ୍ଷା ନୀରିକ୍ଷା ପରେ ନଭେମ୍ବର 14ରେ ଆର୍ଟେମିସର I ପୁନଃ ପରୀକ୍ଷଣ ନେଇ ନିଷ୍ପତ୍ତି ହୋଇଛି । ତେବେ ୩୨୨ ଫୁଟ (୯୮ ମିଟର) ବିଶିଷ୍ଟ ନାସାର ଏହି ଐତିହାସିକ ରକେଟ୍ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ ହେବ । ଏଥିରେ ଖାଲି କ୍ରୁ କ୍ୟାପସୁଲ୍ ରହିଛି । ଅର୍ଥାତ୍ ଏହି ଉତ୍‌କ୍ଷେପଣ ମାନବବିହୀନ । ଏହା ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ । ସ୍ପେସ୍ ଲଞ୍ଚ ସିଷ୍ଟମ୍ ରକେଟ୍(SLS), କ୍ୟାପସୁଲ୍ ଚନ୍ଦ୍ରର ଚତୁପାର୍ଶ୍ବକୁ ପଠାଇବାକୁ ଚେଷ୍ଟା କରିବ । ଏହି ତିନି ଟେଷ୍ଟ ଡମିରେ ମଣିଷ ରହିବେ ନାହିଁ, କେବଳ ତିନୋଟି ପରୀକ୍ଷା ଡମି ରହିବ ।

ଏହା ମଧ୍ୟ ପଢନ୍ତୁ:-NASA Moon Rocket Back: ପୁଣି ଥରେ ଆର୍ଟେମିସ ପରୀକ୍ଷଣ ସ୍ଥଗିତ

ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ୫୦ ବର୍ଷ ପୂର୍ବେ ନାସାର ଆପୋଲୋ କାର୍ଯ୍ୟକ୍ରମ ପରଠାରୁ ଏହା ଚନ୍ଦ୍ରକୁ ଉତ୍‌କ୍ଷେପଣ ହେବାର ପ୍ରଥମ କ୍ୟାପସୁଲ ହେବ । ୪.୧ ବିଲିୟନ ଡ଼ଲାରରେ ନାସାର ଆର୍ଟେମିସ୍ ଚନ୍ଦ୍ର-ଏକ୍ସପ୍ଲୋରେସନ କାର୍ଯ୍ୟକ୍ରମ(NASA's Artemis moon-exploration program) ଗ୍ରୀକ୍ ପୁରାଣ ଅନୁସାରେ ଆପୋଲୋର ଯାଆଁଳା ଭଉଣୀଙ୍କ(Twin Sister) ନାମରେ ନାମିତ କରାଯାଇଛି । ଏହି ପରୀକ୍ଷଣ ଦ୍ବାରା ମହାକାଶଚାରୀମାନେ ୨୦୨୪ ମସିହାରେ ଚନ୍ଦ୍ରର ଚତୁପାର୍ଶ୍ବରେ ପହଞ୍ଚିବା ସହ ୨୦୨୫ରେ ଚନ୍ଦ୍ର ଅବତରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ABOUT THE AUTHOR

...view details