ଓଡିଶା

odisha

ଗ୍ରହରେ ଅଛି କାର୍ବନ ଡାଇଅକ୍ସାଇଡ, NASA ଟେଲିସ୍କୋପ ପଠାଇଲା ପ୍ରଥମ ଚିତ୍ର

By

Published : Aug 27, 2022, 9:02 AM IST

ଗ୍ରହରେ କାର୍ବନ ଡାଇଅକ୍ସାଇଡ ଥିବା ସ୍ପଷ୍ଟ କଲା ନାସା ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍(NASA James Webb Space Telescope) । ଅଧିକ ପଢନ୍ତୁ

ଗ୍ରହରେ ଅଛି କାର୍ବନ ଡାଇଅକ୍ସାଇଡ, NASA ଟେଲିସ୍କୋପ ପଠାଇଲା ପ୍ରଥମ ଚିତ୍ର
ଗ୍ରହରେ ଅଛି କାର୍ବନ ଡାଇଅକ୍ସାଇଡ, NASA ଟେଲିସ୍କୋପ ପଠାଇଲା ପ୍ରଥମ ଚିତ୍ର

ୱାଶିଂଟନ୍: ପ୍ରଥମ ସ୍ପଷ୍ଟ ଚିତ୍ର ପ୍ରେରଣ କଲା ନାସାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍(NASA James Webb Space Telescope) । ସୌର ମଣ୍ଡଳ ବାହାରେ ଥିବା ଗ୍ରହର ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ଥିବା ଟେଲିସ୍କୋପ ପ୍ରେରଣ କରିଥିବା ଚିତ୍ରରେ ଦେଖିବାକୁ ମିଳିଛି(NASA detects carbon dioxide in exoplanet atmosphere) । Nature ପତ୍ରିକାରେ ପ୍ରକାଶିତ ହେବାକୁ ଥିବା ଏହି ଅନୁସନ୍ଧାନ ଆଶା କରିଛି ଯେ, ଭବିଷ୍ୟତରେ Webb ଗ୍ରହର ପତଳା ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ଚିହ୍ନଟ କରିବା ସହ କେତେ ପରିମାଣରେ ଅଛି ତାହା ମଧ୍ୟ ଜାଣିବାରେ ସକ୍ଷମ ହୋଇପାରେ ।

ଗ୍ରହରେ ଅଛି କାର୍ବନ ଡାଇଅକ୍ସାଇଡ, NASA ଟେଲିସ୍କୋପ ପଠାଇଲା ପ୍ରଥମ ଚିତ୍ର

ଏହି ପର୍ଯ୍ୟବେକ୍ଷଣରେ ଥିବା ଗ୍ୟାସ ଜିଆଣ୍ଟ ପ୍ଲାନେଟର ନାମ 'WASP-39 b' ରଖାଯାଇଛି, ଯାହା ସୂର୍ଯ୍ୟଙ୍କ ପରି 700 ଆଲୋକ ବର୍ଷ ଦୂରରେ ପରିକ୍ରମା କରୁଛି, ଏହି ଗ୍ରହର ଗଠନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥାଏ ବୋଲି ଆମେରିକାର ମହାକାଶ ଏଜେନ୍ସି ଗୁରୁବାର ଏକ ବିବୃତ୍ତିରେ କହିଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର ଜାଫର ରୁସ୍ତାମକୁଲୋଭ କହିଛନ୍ତି, "ଯେତେବେଳେ ମୋ ସ୍କ୍ରିନରେ କାର୍ବନ ଡାଇଅକ୍ସାଇଡ୍ ଥିବା ଦେଖିବାକୁ ମିଳିଥିଲା ବହୁତ ଖୁସି ଲାଗିଥିଲା, ଏହା ଏକ୍ସୋପ୍ଲାନେଟ୍ ବିଜ୍ଞାନରେ ଏକ ଗୁରୁତ୍ୱପୂର୍ଣ୍ଣ ସୀମା ଅତିକ୍ରମ କରିବାର ବିଶେଷ ମୁହୂର୍ତ୍ତ ଥିଲା ।"

WASP-39 b ହେଉଛି ଏକ ଗରମ ଗ୍ୟାସ୍ ବୃହତ୍ ବୃହସ୍ପତି(ପ୍ରାୟ ଶନି ସହିତ ସମାନ) ଏବଂ ବୃହସ୍ପତି ଠାରୁ 1.3 ଗୁଣ ଅଧିକ । ନାସାର ହବଲ୍ ଏବଂ ସ୍ପିଟର ସ୍ପେସ୍ ଟେଲିସ୍କୋପ ସମେତ ଅନ୍ୟ ଟେଲିସ୍କୋପଗୁଡିକର ପୂର୍ବ ପର୍ଯ୍ୟବେକ୍ଷଣରୁ ଜଣାପଡିଛି ଯେ, ଗ୍ରହର ବାୟୁମଣ୍ଡଳରେ ଜଳୀୟ ବାଷ୍ପ, ସୋଡିୟମ୍ ଏବଂ ପୋଟାସିୟମ୍ ଅଛି । Webb ବର୍ତ୍ତମାନ ଗ୍ରହରେ କାର୍ବନ ଡାଇଅକ୍ସାଇଡର ଉପସ୍ଥିତିକୁ ନିଶ୍ଚିତ କରିଛି ।

ଛୋଟ, ପୃଥିବୀ ଆକାରର ଗ୍ରହମାନଙ୍କରେ ବାୟୁମଣ୍ଡଳ ଚିହ୍ନଟ ପାଇଁ WASP-39 b ଉପରେ ଅଙ୍ଗାରକାମ୍ଳର ଏପରି ସ୍ପଷ୍ଟ ସଙ୍କେତ ଚିହ୍ନଟ କରିବା ଦଳର ନେତୃତ୍ୱ ନେଉଥିବା ସାଣ୍ଟା କ୍ରୁଜରେ ଥିବା କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ନାଟାଲୀ ବାଟାଲା କହିଛନ୍ତି, ଏକ ଗ୍ରହର ବାୟୁମଣ୍ଡଳର ଗଠନ ବୁଝିବା ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଆମକୁ ଗ୍ରହର ଉତ୍ପତ୍ତି ଏବଂ ଏହା କିପରି ବିକଶିତ ହୋଇଛି ସେ ବିଷୟରେ ତଥ୍ୟ ଦେଇଥାଏ । ଆରିଜୋନା ଷ୍ଟେଟ୍ ୟୁନିଭରସିଟିର ମାଇକ୍ ଲାଇନ୍ କହିଛନ୍ତି ଯେ, କାର୍ବନ ଡାଇଅକ୍ସାଇଡ୍ ଅଣୁଗୁଡ଼ିକ ଗ୍ରହ ସୃଷ୍ଟିରେ ସମ୍ବେଦନଶୀଳ ଟ୍ରେସର ।

ABOUT THE AUTHOR

...view details