ୱାଶିଂଟନ: ଜାତୀୟ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ୍(NASA)ର ଟ୍ରାନଜିଟିଂ ଏକ୍ସୋପ୍ଲାନେଟ ସର୍ଭେ ସାଟେଲାଇଟ(TESS) ବୃହସ୍ପତି(Jupiter) ଭଳି ଏକ ଗ୍ରହକୁ ଠାବ କରିଛି । ତେବେ ଏହାର ନାମ ରହିଛି TOI-2180 b । ଏହା ବୃହସ୍ପତି ପରି ଆକାର ରହିଥିବା ବେଳେ ୩ ଗୁଣା ଅଧିକ ଘନ ରହିଛି । ଏହାକୁ ନେଇ ବୈଜ୍ଞାନିକଙ୍କ କୌତୁହଳତା ବଢିଛି । କମ୍ପ୍ୟୁଟର ମଡେଲ ମାଧ୍ୟମରେ ଜଣାପଡ଼ିଛି ଯେ ଏହି ଗ୍ରହରେ ହାଇଡ୍ରୋଜେନ୍ ଏବଂ ହିଲିୟମ୍ ଠାରୁ ଅଧିକ ଭାରୀ ପ୍ରାୟ 105ଟି ଉପାଦାନ ରହିଛି ।
ଏହି ଗ୍ରହର ହାରାହାରି ତାପମାତ୍ରା ପ୍ରାୟ 170 ଡିଗ୍ରୀ ଫାରେନହାଇଟ୍ ସହିତ, TOI-2180 b ପୃଥିବୀର କୋଠରୀ ତାପମାତ୍ରା(Room Temperature) ଠାରୁ ଅଧିକ ଉଷ୍ମ । ବୃହସ୍ପତି ଏବଂ ଶନି ସମେତ ଆମର ସୌର ପ୍ରଣାଳୀର ବାହ୍ୟ ଗ୍ରହ ଅପେକ୍ଷା ଉଷ୍ମ ବୋଲି ଜଣାପଡ଼ିଛି । ମାତ୍ର ଅନ୍ୟ ନକ୍ଷତ୍ର ତୁଳନାରେ ଏହା ଥଣ୍ଡା ବୋଲି କହିଛନ୍ତି ମହାକାଶ ବୈଜ୍ଞାନିକ । ସୂର୍ଯ୍ୟଠୁ ଶୁକ୍ର ଯେତିକି ଦୂରତାରେ ରହିଛି ଏହି ଗ୍ରହଟି ନିଜ ଚାରିପାଖରେ ଥିବା ତାରାଙ୍କଠାରୁ ସେତିକି ଦୂରତାରେ ରହିଛି ।