ଓଡିଶା

odisha

ETV Bharat / science-and-technology

2026 ଯାଏଁ ଚନ୍ଦ୍ରପୃଷ୍ଠକୁ ଅନ୍ତରୀକ୍ଷ ଯାତ୍ରୀ ପଠାଇବନି ନାସା - ନାସାର ମୁନ ମିଶନ

NASA Moon Mission Postponed: 2026 ପର୍ଯ୍ୟନ୍ତ ଜହ୍ନ ରାଇଜରେ ପାଦ ରଖିପାରିବେନି ଅନ୍ତରୀକ୍ଷ ଯାତ୍ରୀ । ମିଶନକୁ ସ୍ଥଗିତ କଲା ନାସା । ଅଧିକ ପଢନ୍ତୁ

ନାସାର ମୁନ ମିଶନ
NASA Moon Mission

By ETV Bharat Odisha Team

Published : Jan 10, 2024, 1:29 PM IST

ହାଇଦ୍ରାବାଦ:ନିକଟରେ ନାସାର ମୁନ ମିଶନକୁ ଏକ ବଡ ଝଟକା ଲାଗିଛି । ଏହାରି ଭିତରେ ଆମେରିକାର ସ୍ସେସ ଏଜେନ୍ସି ଏକ ବଡ ଖୁଲାସା କରିଛି । ଚନ୍ଦ୍ର ମିଶନକୁ ସ୍ଥଗିତ ରଖିବା ନେଇ ଘୋଷଣା କରିଛି ନାସା । ମାନବ ମିଶନ ପାଇଁ ନାସା ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଥିବା ବେଳେ ବର୍ତ୍ତମାନ ଏହି ମିଶନକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଛି । ଏନେଇ ନାସା ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

ନାସା ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, Artemis missionର ସମୟସୀମାକୁ ପରିବର୍ତ୍ତନ କରାଯାଇଛି । ଆର୍ଟମିସର2ର ଲଞ୍ଚିଂ ପାଇଁ ସେପ୍ଟେମ୍ବର 2025 ଲକ୍ଷ୍ୟ ରଖାଯାଇଛି । ଏହାଦ୍ବାରା ଅନ୍ତରୀକ୍ଷ ଯାତ୍ରୀମାନେ ଚନ୍ଦ୍ରର କକ୍ଷପଥରେ ପହଞ୍ଚି ପାରିବେ । Artemis mission 3 ପାଇଁ ଏହି ତାରିଖକୁ 2026 ସେପ୍ଟେମ୍ବରକୁ ଘୁଞ୍ଚାଇ ଦିଆଯାଇଛି । ଏହି ମିଶନ ଦ୍ବାରା ଅନ୍ତରୀକ୍ଷ ଯାତ୍ରୀମାନେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିପାରିବେ ।

ମାନବ ମିଶନ ଅର୍ଥାତ ମହାକାଶଯାତ୍ରୀଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ଆରମ୍ଭ କରିଥିବା ମିଶନକୁ 2026 ପର୍ଯ୍ୟନ୍ତ ସ୍ଥଗିତ ରଖିଛି ନାସା । ସୂଚନା ଅନୁସାରେ, ଚଳିତ ବର୍ଷ ଶେଷ ସୁଦ୍ଧା ନାସା 4ଜଣ ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିଲା । ଆର୍ଟେମିସ୍ ତୃତୀୟ ମିଶନ୍ ଆପଲୋ କାର୍ଯ୍ୟକ୍ରମ ପରେ ପ୍ରଥମ ଥର ପାଇଁ ଚନ୍ଦ୍ରପୃଷ୍ଠରେ ମାନବ ଅବତରଣ କରାଇ ମାଇଲଖୁଣ୍ଟ ଅତିକ୍ରମ କରିବା ପାଇଁ ପ୍ରସ୍ତୁତି କରୁଥିବା ନେଇ ନାସାର ଅଧିକାରୀମାନେ ସୂଚନା ଦେଇଥିବା ବେଳେ ବର୍ତ୍ତମାନ ଏହାକୁ 2026 ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ନେଇ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: 50 ବର୍ଷ ପରେ ଆମେରିକାର ଚନ୍ଦ୍ର ମିଶନ, ଲଞ୍ଚିଂର କେଇ ଘଣ୍ଟା ପରେ ଯାନରେ ତ୍ରୁଟି

ତେବେ ଏହି ମିଶନକୁ ସ୍ଥଗିତ ରଖାଯିବାର କାରଣ ମଧ୍ୟ ସାମ୍ନାକୁ ଆସିଛି । ଷ୍ଟାରସିପ, ରକେଟ ଏବଂ ସିଷ୍ଟମ ବିକଶିତ କରିବାରେ ସମସ୍ୟା ଯୋଗୁଁ ଏହି ମିଶନକୁ ସ୍ଥଗିତ ରଖାଯାଉଥିବା କୁହାଯାଇଛି । ତେବେ 2023 ମସିହାରେ ଷ୍ଟାରସିପ ପରୀକ୍ଷଣ ସମୟରେ 2ଟି ବିସ୍ଫୋରଣ ହୋଇଯାଇଥିଲା । ଅନ୍ୟପଟେ ଚନ୍ଦ୍ରପୃଷ୍ଠରେ ରହିବା ସମୟରେ ଅନ୍ତରୀକ୍ଷ ଯାତ୍ରୀମାନଙ୍କ ସ୍ସେସସୁଟ ପ୍ରସ୍ତୁତ କରିବାରେ ମଧ୍ୟ ବିଳମ୍ବ ହେଉଥିବା କୁହାଯାଇଛି । ତେଣୁ ଏହି ମିଶନକୁ ସ୍ଥଗିତ ରଖାଯିବା ନେଇ କୁହାଯାଇଛି ।

ପ୍ରକାଶ ଥାଉକି, ଚନ୍ଦ୍ରର ଦକ୍ଷିଣ ମେରୁରେ ମହାକାଶଯାନକୁ ସଫ୍ଟ ଲ୍ୟାଣ୍ଡିଂ କରାଇବାରେ କେବଳ ଭାରତ ହିଁ ସଫଳତା ପାଇଛି । ତେବେ ଭାରତ ପରେ ଆମେରିକା ମଧ୍ୟ ଏହି ମିଶନ ଆରମ୍ଭ କରିଥିଲା । ଗତ ସୋମବାର ଦିନ 50 ବର୍ଷ ପରେ ମୁନ ମିଶନ ଲଞ୍ଚ କରିଥିଲା ଆମେରିକା । ପେରେଗ୍ରୀନ ମହାକାଶଯାନକୁ ଉତକ୍ଷେପଣ କରାଯାଇଥିବା ବେଳେ ଲଞ୍ଚିଂର କିଛି ସମୟ ପରେ ହିଁ ତ୍ରୁଟି ଦେଖାଯାଇଥିଲା । ବୁଷ୍ଟରରୁ ଅଲଗା ହେବା ପରେ ଲ୍ୟାଣ୍ଡରରେ ତ୍ରୁଟି ଦେଖିବାକୁ ମିଳିଥିଲା । ଇନ୍ଧନ ଟ୍ୟାଙ୍କରେ ତ୍ରୁଟି ଅର୍ଥାତ ଇନ୍ଧନ ଲିକ୍ ହେବା ନେଇ ଖବର ସାମ୍ନାକୁ ଆସିଥିଲା । ତେବେ ନାସାକୁ ଏହା ଏକ ପ୍ରକାର ଝଟକା ବୋଲି ମଧ୍ୟ କୁହାଯାଇପାରେ । ଆମେରିକାର ମୁନ ମିଶନ ବିଫଳ ହୋଇଥିବା ନେଇ ମଧ୍ୟ କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details