ହାଇଦ୍ରାବାଦ:ଛୋଟ କମ୍ପାନୀ ଗୁଡିକ ପାଇଁ ବେସିକ ସବସ୍କ୍ରିପସନ ପ୍ଲାନ ଲଞ୍ଚ କରିଲେ ଏଲନ ମସ୍କ। ଏହି ଯୋଜନାର ମାସିକ ମୂଲ୍ୟ 200 ଡଲାର ଧାର୍ଯ୍ୟ କରାଯାଇଥିବା ବେଳେ ବାର୍ଷିକ ମୂଲ୍ୟ 2000 ଡଲାର ଧାର୍ଯ୍ୟ କରାଯାଇଛି। ଏନେଇ ମସ୍କ ଆଜି ଏକ୍ସରେ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି। ଯଦି ଭାରତୀୟ ମୁଦ୍ରା କଥା ଦେଖିବା ତାହେଲେ ମାସିକ ଚାର୍ଜ ପାଖାପାଖି 16 ହଜାର 790 ଟଙ୍କା ରହିଥିବା ବେଳେ ବାର୍ଷିକ 1ଲକ୍ଷ 68 ହଜାର ଟଙ୍କା ରହିଛି। ପୂର୍ବରୁ ଲାଗୁ ହୋଇଥିବା ପ୍ଲାନ ହୋଇଥିବା ଏହା 80 ପ୍ରତିଶତ ଶସ୍ତା ବୋଲି କୁହାଯାଇଛି। ପୂର୍ବରୁ ମାସିକ 82 ହଜାର 300 ଟଙ୍କା କମ୍ପାନୀମାନଙ୍କୁ ଦେବାକୁ ପଡୁଥିଲା।
ବେସିକ ପ୍ଲାନରେ ମିଳିବ ଏହି ସୁବିଧା: ଏହି ପ୍ଲାନ ଦ୍ବାରା କମ୍ପାନୀକୁ ପ୍ରାୟ ସମସ୍ତ ପ୍ରକାର ସୁବିଧା ମିଳିବ। ଯାହା ଯେଉଁ ସୁବିଧା ପ୍ରିମିୟମ ପ୍ଲାନରେ ରହିଥାଏ ସେହି ସୁବିଧା ଏହି ପ୍ଲାନରେ ମଧ୍ୟ ପାଇପାରିବେ ୟୁଜର୍ସ। ସାଧାରଣତଃ ବେସିକ ପ୍ଲାନରେ 2Xବୁଷ୍ଟ ସହିତ ଆଫିଲିଏସନର ସୁବିଧା ମିଳେ ନାହିଁ। ଏଥିରେ କେବଳ ଗୋଲ୍ଡ ଚେକମାର୍କ, ପ୍ରାୟୋରିଟି ସପୋର୍ଟ, ପ୍ରିମିୟମ ପ୍ଲସ ଏବଂ ଲିଙ୍କଡଇନରେ ଜବ୍ ପୋଷ୍ଟ ସୁବିଧା ମିଳିଥାଏ। ଏହା ବ୍ୟତୀତ ଏକ୍ସ ପ୍ରିମିୟମ ଭେରିଫାଇଡ ଅର୍ଗାନାଇଜେସନକୁ 1000 ଡଲାର ଏଡିଏସ କ୍ରେଡିଟ ଏବଂ ବେସିକ ସବସ୍କ୍ରିପ୍ସନ ନେଉଥିବା କମ୍ପାନୀକୁ 200 ଡଲାଇ ଏଡିଏସ(Ads) କ୍ରେଡିଟ ମିଳିଥାଏ। ଏହା ସାହାଯ୍ୟରେ କମ୍ପାନୀମାନେ ପ୍ଲାଟଫର୍ମରେ Ads କିଣି ଥାଆନ୍ତି।