ହାଇଦ୍ରାବାଦ:ଆଇଫୋନ୍ ବିକ୍ରୟରୁ ମୁକେଶ ଅମ୍ବାନୀ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏହା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସତ । ଆପଲ୍ ଭାରତରେ ବିକ୍ରି କରୁଥିବା ଆଇଫୋନରୁ ମୁକେଶ ଅମ୍ବାନୀ ମାସକୁ ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହା ପଛର କାରଣ ହେଲା ଆପଲର ପ୍ରଥମ ରିଟେଲ ଷ୍ଟୋର୍ ଅମ୍ବାନୀ ମାଲିକାନା ରିଲାଏନ୍ସ ଜିଓ ୱାର୍ଲ୍ଡ ଡ୍ରାଇଭ୍ ମଲରେ ରହିଛି । ଅମ୍ବାନୀ ପରିବାର ଏହି ବ୍ୟବସାୟରୁ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।
ମାସକୁ 42 ଲକ୍ଷ ଟଙ୍କା ଭଡା ଦେଉଛି ଆପଲ: ଆଇଫୋନ୍, ମ୍ୟାକ୍, ଆଇପ୍ୟାଡ୍, ଆପଲ୍ ୱାଚ୍, ଏୟାରପଡ୍, ଆପଲ୍ ଟିଭି ଏବଂ ଏୟାରଟ୍ୟାଗ୍ ଭଳି ଉତ୍ପାଦଗୁଡିକ ଏହି ଷ୍ଟୋରରେ ଅତ୍ୟାଧୁନିକ ଆପଲ୍ ପ୍ରଡକ୍ଟ ଉପଲବ୍ଧ ରହିଛି । ମୁମ୍ବାଇର ଅମ୍ବାନୀ ମାଲିକାନା ମଲ୍ ଆପଲ୍ ସହିତ 11 ବର୍ଷର ଚୁକ୍ତି ସ୍ୱାକ୍ଷର କରିଛି । ଏହା ଅନୁସାରେ ରିଟେଲ ଷ୍ଟୋର୍କୁ ପ୍ରାୟ 20,800 ବର୍ଗଫୁଟ ସ୍ଥାନ ଯୋଗାଇ ଦିଆଯାଇଛି । ଆପଲ୍ କମ୍ପାନୀ ମାସକୁ ପ୍ରାୟ 42 ଲକ୍ଷ ଟଙ୍କା ଭଡ଼ା ପ୍ରଦାନ କରୁଛି ।
ପ୍ରତି ତିନି ବର୍ଷରେ ଷ୍ଟୋର ଭଡା 15 ପ୍ରତିଶତ ବୃଦ୍ଧି ହେବାର ଯୋଜନା ରହିଛି, ଯେଉଁଥିରେ କମ୍ପାନୀ ପ୍ରଥମ ତିନି ବର୍ଷ ପାଇଁ 2 ପ୍ରତିଶତ ରାଜସ୍ୱ ଅଂଶ ଏବଂ ସର୍ବନିମ୍ନ ମାସିକ 42 ଲକ୍ଷ ଟଙ୍କା ପ୍ରଦାନ କରିବ । ଆପଲ୍ ଷ୍ଟୋରରେ ଏକ ରଚନାତ୍ମକ କ୍ଲାସିକ ଆପଲ ଗ୍ରୀଟିଙ୍ଗ 'ହେଲୋ ମୁମ୍ବାଇ' ସହିତ ଲୋକଙ୍କୁ ସ୍ବାଗତ କରିବ ।