ହାଇଦ୍ରାବାଦ: Whatsapp ପରେ ଏବେ ଇନଷ୍ଟାଗ୍ରାମରେ ସମସ୍ୟା । ମେଟା ଦ୍ବାରା ପରିଚାଳିତ ଇନଷ୍ଟାଗ୍ରାମ ଆକାଉଣ୍ଟ କିଛି ସ୍ଥାନରେ ଅଚଳ ହୋଇଯାଇଛି(Instagram outage Across The World) । ଅନେକ ଇନଷ୍ଟାଗ୍ରାମ ୟୁଜର୍ସ ଆଜି ସକାଳେ ହଠାତ ଆକାଉଣ୍ଟ ସସପେଣ୍ଡ ହୋଇଯାଇଥିବା କହିଛନ୍ତି । ଲୋକଙ୍କ ଦାବି ଲଗଇନ କରିବା ସମୟରେ ଆକାଉଣ୍ଟ ସେସପେଣ୍ଡ (accounts suspended) ହେବାର ନିଟୋଫିକେସନ ଦେଖାଯାଉଛି । ତେବେ ଏନେଇ ଜବାବ ରଖିଛି ଇନଷ୍ଟାଗ୍ରାମ ।
ଏନେଇ ଇନଷ୍ଟାଗ୍ରାମ ପକ୍ଷରୁ ଟ୍ବିଟ କରି କୁହାଯାଇଛି, "ଆମେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ନେଇ ରହିଥିବା ସମସ୍ୟା ସମ୍ପର୍କରେ ଅବଗତ ରହିଛୁ। ଅସୁବିଧା ପାଇଁ କ୍ଷମାପ୍ରାର୍ଥନା କରୁଛୁ । ଆମେ ଜଲଦି ଏହାର ସମାଧାନ କରିବୁ ।"
ଡାଉନଡିକ୍ଟେରର ତଥ୍ୟ ଅନୁସାରେ, ଇନଷ୍ଟାଗ୍ରାମର ପ୍ରାୟ 74% ଉପଭୋକ୍ତା ଲଗଇନ୍ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ 16%ୟୁଜର୍ସ ଇନଷ୍ଟାଗ୍ରାମ ବ୍ୟବହାର କରିପାରୁ ନାହାନ୍ତି । ଏବଂ 9% ସର୍ଭର ସଂଯୋଗ ସମସ୍ୟା ରିପୋର୍ଟ କରିଛନ୍ତି । ଏହି ସମସ୍ୟା ଦିଲ୍ଲୀ, ଚଣ୍ଡିଗଡ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ନାଗପୁର ଏବଂ ମୁମ୍ବାଇରେ ଦେଖିବାକୁ ମିଳିଛି ।