ହାଇଦ୍ରାବାଦ:ସଫ୍ଟୱେର ଜିଆଣ୍ଟ ମାଇକ୍ରୋସଫ୍ଟ ହାଇଦ୍ରାବାଦ ଡାଟା ସେଣ୍ଟରରେ ୧୫ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ନିବେଶ କରିବ । ସୋମବାର ତେଲେଙ୍ଗାନା ସରକାର ଏବଂ ମାଇକ୍ରୋସଫ୍ଟ ମିଳିତ ଭାବେ ଡାଟା ସେଣ୍ଟର ନିବେଶ ନେଇ ଘୋଷଣା କରିଛନ୍ତି ଯାହାକି ଭାରତରେ ମାଇକ୍ରୋସଫ୍ଟର ସବୁଠୁ ବଡ ଡାଟା ସେଣ୍ଟର ହେବ । ମାଇକ୍ରୋସଫ୍ଟ 15 ବର୍ଷ ମଧ୍ୟରେ ନୂତନ ଡାଟା ସେଣ୍ଟର ଅଞ୍ଚଳରେ ୩ଟି ସାଇଟ୍ - ଚନ୍ଦାନଭେଲି, ଏଲିକାଟ୍ଟା ଏବଂ କୋଟୁର ମଧ୍ୟରେ ସେଣ୍ଟର ବିସ୍ତାର କରାଯିବ । ଏହି ସେଣ୍ଟର ବିଭିନ୍ନ ତଥ୍ୟ ଡେଲିଭର ସମୟରେ ଅଧିକ ସୁରକ୍ଷା ଯୋଗାଇବ ।
ମାଇକ୍ରୋସଫ୍ଟ ହାଇଦ୍ରାବାଦରେ ଏହାର ଭାରତ ବିକାଶ କେନ୍ଦ୍ର ନିର୍ମାଣ କରିଛି ଯାହା ଆମେରିକାର ମୁଖ୍ୟାଳୟ ପରେ ବିଶ୍ବରେ ବୃହତ୍ତମ । ହାଇଦ୍ରାବାଦର ନୂତନ ଡାଟା କେନ୍ଦ୍ର ଉନ୍ନତ ଡାଟା ସୁରକ୍ଷା ଏବଂ କ୍ଲାଉଡ୍ ସମାଧାନ ପ୍ରଦାନ କରିବ ଯାହା ଉଦ୍ୟୋଗ, ଷ୍ଟାର୍ଟ ଅପ୍, ଡେଭଲପର୍, ଶିକ୍ଷା ଏବଂ ସରକାରୀ ଅନୁଷ୍ଠାନକୁ ସାହାଯ୍ୟ କରିବ । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏବଂ ତେଲେଙ୍ଗାନାର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କେ. ଟି ରାମା ରାଓ ଏବଂ ITE & Cର ମୁଖ୍ୟ ସଚିବ ଜୟେଶ ରଂଜନ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଘୋଷଣା କରିଛନ୍ତି ।