ସାନ ଫ୍ରାନ୍ସିକୋ:ବିଶ୍ବର ଜଣେ ବ୍ୟସ୍ତ ବହୁଳ ବ୍ୟକ୍ତିବିଶେଷ ସହିତ ପ୍ରତିଦିନ ଅନେକ ପ୍ରକାର ବ୍ୟବସାୟ ସମ୍ଭାଳୁଥିବା ବ୍ୟକ୍ତି ହେଉଛନ୍ତି ବିଲ ଗେଟ୍ସ । ତାଙ୍କୁ ପ୍ରତିଦିନ ଏକାଧିକ ଫୋନକଲ୍ ଆସୁଥିବାବେଳେ ବେଳେ ସେ ପାୱାରଫୁଲ ସ୍ମାର୍ଟଫୋନର ଆବଶ୍ୟକ କରନ୍ତି । ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ ଗେଟ୍ସ ନିଜ ସ୍ମାର୍ଟଫୋନ ସମ୍ପର୍କରେ ଖୁଲାସା କରିଛନ୍ତି । ସେ କୌଣସି ଆଇଫୋନ କିମ୍ବା ମାଇକ୍ରୋସଫ୍ଟ କମ୍ପାନୀର ଫୋନ ବ୍ୟବହାର କରନ୍ତି ନାହିଁ, ବରଂ ସାମସଙ୍ଗ କମ୍ପାନୀର ଏକ ଫୋନକୁ ବ୍ୟବହାର କରିଥାନ୍ତି ।
ବିଲ ଗେଟ୍ସ କୋରିଆନ ବ୍ରାଣ୍ଡ୍ର ସାମସଙ୍ଗ ଗାଲାକ୍ସି ଜେଡ୍ ଫୋଲ୍ଡ 3( Samsung Galaxy Z Fold 3) ସ୍ମାର୍ଟଫୋନର ବ୍ୟବହାର କରନ୍ତି । ଏହା ଏକ ଫୋଲ୍ଡେବେଲ ହ୍ୟାଣ୍ଡସେଟ(foldable handset) ହୋଇଥିବା ବେଳେ ଏଥିରେ ଏକାଧିକ(multitasking) କାମ କରିଥାଏ । ବିଲ୍ ଗେଟ୍ସ ଏକ ସୋସିଆଲ ନ୍ୟୁଜ ୱେବସାଇଟର ବିତର୍କରେ ଯୋଗଦେଇ ଜଣେ ୟୁଜର୍ସଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି । ବିଲ ଗେଟ୍ସ କେଉଁ ଫୋନ ବ୍ୟବହାର କରନ୍ତି ବୋଲି ୟୁଜର୍ସ ଜଣକ ତାଙ୍କୁ ପ୍ରଶ୍ନ କରିଥିଲେ।