ହାଇଦ୍ରାବାଦ:30 ବର୍ଷ ପରେ ବଦଳିଲା ମାଇକ୍ରୋସଫ୍ଟ କି ବୋର୍ଡ। ମାଇକ୍ରୋସଫଟ ପ୍ରାୟ 30 ବର୍ଷ ପରେ ଲାପଟପ ଏବଂ ପିସି କି ବୋର୍ଟରେ ଏକ ବଡ ପରିବର୍ତ୍ତନ କରିଛି। ଏଆଇ ଚାଟବୋଟ କୋପାଇଲଟକୁ କିବୋର୍ଡ ବଟନରୁ ଲଞ୍ଚ କରିବା ପାଇଁ କି ବୋର୍ଡରେ ନୂଆ ବଟମ୍ ଯୋଡିଛି ମାଇକ୍ରୋସଫ୍ଟ। ତେବେ ଏହି ନୂଆ ଟେକ୍ନୋଲୋଜି ଦ୍ବାରା ୟୁଜର ଏକ୍ସପେରିୟନ୍ସ ବଢିବ ବୋଲି ଆଶା କରାଯାଉଛି। ଏହାକୁ ଅଧିକାଂଶ କି ବୋର୍ଡରେ ଅଲ୍ଟ କି ପାଖରେ ରଖାଯିବ। ଏହାର ପ୍ଲେସମେଣ୍ଟ ଓଇଏମ(ଓରିଜିନାଲ ଇକ୍ବିପମେଣ୍ଟ ମାନୁଫ୍ୟକ୍ଚର)।
ଏହା ମଧ୍ୟ ପଢନ୍ତୁ: ସବୁଠୁ ଲୋକପ୍ରିୟ ଚାଟ୍ ଜିପିଟି ଏଆଇ, ବହୁ ପଛରେ ଗୁଗୁଲ ବାର୍ଡ ଏବଂ ମାଇକ୍ରୋସଫ୍ଟ ବିଙ୍ଗ
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି ପାଉଥିବା ବେଳେ ଏହାକୁ ଦେଖି ଟେକ କମ୍ପାନୀ ମାଇକ୍ରୋସଫ କି ବୋର୍ଡରେ ଏଆଇ ବଟମ ନେଇ ବ୍ୟବସ୍ଥା କରିଛି। ମାଇକ୍ରୋସଫ୍ଟର ଅପରେଟିଂ ସିଷ୍ଟମ୍ ୱିଣ୍ଡୋଜ୍ ଚଳାଉଥିବା ସମସ୍ତ ୟୁଜର୍ସଙ୍କୁ ଏହି ସୁବିଧା ପ୍ରଦାନ କରାଯିବ। କମ୍ପ୍ୟୁଟର ନିର୍ମାତା କମ୍ପାନୀଗୁଡିକୁ ଏହି ବଟନକୁ କି ବୋର୍ଡରେ ଯୋଡିବା ପାଇଁ କୁହାଯାଇଛି। କହିରଖୁଛୁ କି, ପ୍ରାୟ ତିନି ଦଶନ୍ଧି ଧରି କମ୍ପାନୀ ୱିଣ୍ଡୋଜ୍ ଆଧାରିତ କିବୋର୍ଡରେ କୌଣସି ମଧ୍ୟ ବଡ ପରିବର୍ତ୍ତନ କରି ନାହିଁ। କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ନେଇ ଘୋଷଣା କରିଛି। କି ବୋର୍ଡର ଡାହାଣ ପାର୍ଶ୍ୱରେ ରହିଥିବା କଣ୍ଟ୍ରୋଲ୍ ବଟନ୍ (CTRL) ସ୍ଥାନରେ ନୂତନ AI ଚାଟବଟ୍ ବଟନ୍ ଦିଆଯିବ।