ଓଡିଶା

odisha

By

Published : Jun 1, 2023, 10:22 AM IST

ETV Bharat / science-and-technology

INS ବିକ୍ରାନ୍ତରେ ଅବତରଣ କଲା ରୋମିଓ

INS ବିକ୍ରାନ୍ତରେ ପ୍ରଥମ ଥର ପାଇଁ ଅବତରଣ କଲା ଅତ୍ୟାଧୁନିକ ଏମଏଚ-60 ରୋମିଓ । ଅଧିକ ପଢନ୍ତୁ

MH 60 Romeo helicopter
MH 60 Romeo helicopter

ନୂଆଦିଲ୍ଲୀ:ଭାରତୀୟ ନୌସେନାର ଆଉ ଏକ ସଫଳତା । ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତରେ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ଏମଏଚ-60 ରୋମିଓ ହେଲିକପ୍ଟର ଅବତରଣ କରିଛି । ଏନେଇ ନୌସେନା ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ପୂର୍ବରୁ ନୌସେନା କିଙ୍ଗ ହେଲିକପ୍ଟର ବ୍ୟବହାର କରିଥିଲା। ଏବେ ଏହା ବଦଳରେ ରୋମିଓ ହେଲିକପ୍ଟରକୁ ବ୍ୟବହାର କରାଯାଇଛି । ତେବେ ଆଇଏନଏସ ବିକ୍ରାନ୍ତରେ ରୋମିଓ ହେଲିକପ୍ଟର ଅବତରଣ ସମୟର ଭିଡିଓ ମଧ୍ୟ ନୌସେନା ପକ୍ଷରୁ ଜାରି କରାଯାଇଛି । ଏହା ନୌସେନା ପାଇଁ ଏକ ମାଇଲଖୁଣ୍ଟ ବୋଲି ଲେଖାଯାଇଛି । ଏହା ନୌସେନା କ୍ଷେତ୍ରରେ ବଡ ଉପଲବ୍ଧି ଅତ୍ୟୁକ୍ତି ହେବନାହିଁ ।

ତେବେ ରୋମିଓ ହେଲିକପ୍ଟର କଣ ? ଏହି ହେଲିକପ୍ଟରଟି ଆମେରିକାରେ ତିଆରି ହୋଇଛି । ଆମେରିକାର ଲକହିଡ ପକ୍ଷରୁ ଏହାକୁ ତିଆରି କରାଯାଇଥିବା ବେଳେ ଭାରତ ଆମେରିକା ଠାରୁ ଏହି ହେଲିକପ୍ଟର କିଣିଥିଲା । ଗତବର୍ଷ ଜୁଲାଇରେ ଆମେରିକା ଠାରୁ ରୋମିଓ କିଣିଥିଲା ଭାରତ । ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗ୍ରସ୍ତ ସମୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।

ଭାରତୀୟ ନୌସେନାର MH-60 ରୋମିଓ ହେଲିକପ୍ଟର ପ୍ରଥମ ଥର ପାଇଁ ସ୍ୱଦେଶୀ ଯୁଦ୍ଧ ଜାହାଜ INS ବିକ୍ରାନ୍ତରେ ସଫଳତାର ସହ ଅବତରଣ କଲା । ନୌସେନା ପାଇଁ ଏହା ଏକ ଉଲ୍ଲେଖନୀୟ ସଫଳତା । ଲକହିଡ ମାର୍ଟିନ୍ ଦ୍ୱାରା ନିର୍ମିତ MH-60 ରୋମିଓ ଦୁନିଆର ସବୁଠାରୁ ଉନ୍ନତ ଆଣ୍ଟି-ସବମେରାଇନ୍ ହେଲିକପ୍ଟର ଭାବରେ ପରିଗଣିତ ହୁଏ । ଏହା ନୌସେନା ଯୁଦ୍ଧ ଜାହାଜରେ ନିୟୋଜିତ ହେବ । ଆମେରିକାର 24ଟି ହେଲିକପ୍ଟର ଅର୍ଡର ପାଇଁ ଦୁଇ ଦେଶ ସରକାରଙ୍କ ମଧ୍ୟରେ 90.05 କୋଟି ଡଲାର ଚୁକ୍ତି ହୋଇଥିଲା । ସମସ୍ତ ପ୍ରତିକୂଳ ପରିବେଶରେ ଚାଲିପାରୁଥିବା ଏହି ହେଲିକପ୍ଟର ବିଭିନ୍ନ ମିଶନ ପାଇଁ ଡିଜାଇନ କରାଯାଇଛି । ଏହା ନୌସେନାର ବ୍ରିଟିଶ ନିର୍ମିତ ସେକିଂ ହେଲିକପ୍ଟରର ସ୍ଥାନ ନେବ ବୋଲି କୁହାଯାଉଛି । 1971 ପରଠାରୁ ସେକିଂ ହେଲିକପ୍ଟର ଭାରତୀୟ ନୌସେନାର ଏକ ଅଂଶ ହୋଇ ରହିଆସୁଛି । ଏହି ମାସ ଆରମ୍ଭରେ, MH-60R ପ୍ରଥମ ଥର ପାଇଁ INS କୋଲକାତାରେ ଅବତରଣ କଲା । ନୌସେନାର INS କୋଲକାତା ଜଣେ ସ୍ୱଦେଶୀ ନିର୍ମିତ ଜାହାଜ ଅଟେ ।

ଏହା ମଧ୍ୟ ପଢନ୍ତୁ: ନୌସେନାକୁ ସଫଳତା, ଆଇଏନଏସ୍ ବିକ୍ରାନ୍ତ ଉପରେ ମିଗ୍-29Kର ସଫଳ ଅବତରଣ

ପ୍ରକାଶଥାଉକି, ଆଇଏନ୍‌ଏସ୍‌ ବିକ୍ରାନ୍ତ ହେଉଛି ଭାରତରେ ନିର୍ମିତ ପ୍ରଥମ ବିମାନ ପରିବହନକାରୀ ଯୁଦ୍ଧପୋତ । ଯୁଦ୍ଧପୋତରେ 14ଟି ଡେକ ଏବଂ 1700କୁ ଅଧିକ କ୍ରୁ ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଯୁଦ୍ଧପୋତରେ 14ଟି ଡେକ ଏବଂ 1700କୁ ଅଧିକ କ୍ରୁ ରଖିବା ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ସ୍ୱଦେଶୀ ନିର୍ମିତ INS Vikrant ଗତ ବର୍ଷ ସେପ୍ଟେମ୍ବରରେ ଭାରତୀୟ ନୌସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । 45,000 ଟନ୍ ଧାରଣ କ୍ଷମତା ରହିଥିବା ବେଳେ ପ୍ରାୟ 20,000 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details