ଓଡିଶା

odisha

ETV Bharat / science-and-technology

Twitter Rival App: ଟ୍ବିଟରକୁ ଟକ୍କର ଦେବ ମେଟା ! ଲଞ୍ଚ ହେବ ଥ୍ରେଡ୍ସ ଆପ୍‌ - ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସିଧାସଳଖ ଲଗଇନ ହୋଇପାରିବ

ଟ୍ବିଟରକୁ ଟକ୍କର ଦେବା ପାଇଁ ମେଟାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସିବାକୁ ଯାଉଛି ଥ୍ରେଡ୍ସ ଆପ। ଅଧିକ ପଢନ୍ତୁ

Twitter Rival App
Twitter Rival App

By

Published : Jul 5, 2023, 7:34 AM IST

ହାଇଦ୍ରାବାଦ:ଚର୍ଚ୍ଚା ହେଉଥିବା ଖବରରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ଖୁବଶୀଘ୍ର ଟ୍ବିଟରର ବିକଳ୍ପ ଆପ ଆସିବାକୁ ଯାଉଛି। ଯଦି ଦେଖିବା ଜାନୁଆରୀରୁ ମେଟା ଟ୍ୱିଟରର ପ୍ରତିଯୋଗୀ ଆପରେ କାର୍ଯ୍ୟ କରିଆସୁଥିଲା। ବର୍ତ୍ତମାନ ଲାଗୁଛି ଯେ ଏହାର କାର୍ଯ୍ୟ ସମାପ୍ତ ହୋଇଛି ଏବଂ ଏହା ଶୀଘ୍ର ଆରମ୍ଭ ହୋଇପାରିବ। ଟିପଷ୍ଟର ଅଭିଷେକ ଯାଦବଙ୍କ ଅନୁଯାୟୀ କମ୍ପାନୀ ଏହି ଆପକୁ ଜୁଲାଇ 6 ରେ ଲଞ୍ଚ କରିପାରିବ। ଥ୍ରେଡ୍ ଆପ ଷ୍ଟୋରକୁ ମେଟା ଦ୍ୱାରା ତାଲିକାଭୁକ୍ତ କରାଯାଇଛି, ଯେଉଁଠାରେ ଏହାର ଲଞ୍ଚ ତାରିଖ ଜୁଲାଇ 6 ଭାବରେ ଉଲ୍ଲେଖ କରାଯାଇଛି। ଏହି ଆପ୍ ଟ୍ୱିଟର ପରି କାମ କରିବ। ଯେଉଁଥିରେ ଆପଣ ଟ୍ୱିଟ୍, ରିଟ୍ବିଟ କରିପାରିବେ। ଏହା ସହ ଲାଇକ ଏବଂ କମେଣ୍ଟ ମଧ୍ୟ ଦେଇପାରିବେ। ଆପ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ ଏହା ଟ୍ବିଟର ଭଳି ବ୍ଲୁ ଟିକ ସବସ୍କ୍ରିପସନ ପାଇଁ ପଇସା ମାଗିବ କି ନାହିଁ ସେନେଇ ଚର୍ଚ୍ଚା ଜାରି ରହିଛି ।

ବାସ୍ତବରେ, ଟ୍ୱିଟର ପରେ ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପାଇଁ ପେଡ୍ ଭେରିଫିକେସନ୍ ସେବା ଆଣିଛି ଏବଂ ଏହି ସେବାଗୁଡିକ ମଧ୍ୟ ଭାରତରେ ଲାଗୁ ହୋଇଛି । ଏଭଳି ପରିସ୍ଥିତିରେ କମ୍ପାନୀ ନୂଆ ଆପରେ ମଧ୍ୟ କିଛି ସମାନ ଫିଚର ଆଣିବ କି ପରିବର୍ତ୍ତନ କରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ: ଟ୍ବିଟରର ନୂଆ ନିୟମ, ଏଣିକି ସୀମିତ ସଂଖ୍ୟକ ପୋଷ୍ଟ ପଢିପାରିବେ ୟୁଜର୍ସ

ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସିଧାସଳଖ ଲଗଇନ ହୋଇପାରିବ:ଥ୍ରେଡ୍ସ(Threads) ଆପରେ, ଉପଭୋକ୍ତାମାନେ ଇନଷ୍ଟାଗ୍ରାମ ID ସାହାଯ୍ୟରେ ଲଗଇନ୍ କରିବାକୁ ସମର୍ଥ ହେବେ। ଏହାର ଅର୍ଥ ହେଲା ଥ୍ରେଡ୍ସ ପାଇଁ ଆଉ ନୂଆ ଆକାଉଣ୍ଟ ଖୋଲିବା ଆବଶ୍ୟକ ନାହିଁ। ଏଥିସହ, ଏହି ଆପ୍ ଆପଣଙ୍କୁ ଉଭୟ ଇନଷ୍ଟାଗ୍ରାମ ଏବଂ ଥ୍ରେଡରେ ଥିବା ଲୋକଙ୍କୁ ଅନୁସରଣ କରିବାର ବିକଳ୍ପ ଦେବ। ଯାହାର ଅର୍ଥ ହେଉଛି ଥ୍ରେଡ୍ସରେ ଆପଣ ଇନଷ୍ଟାଗ୍ରାମ ସାଙ୍ଗମାନଙ୍କ ସହିତ ସଂଯୋଗ କରିବାକୁ ସମର୍ଥ ହେବେ। ତେବେ ଥ୍ରେଡକୁ ନେଇ ଆପ୍ ଷ୍ଟୋରରେ ବାଖ୍ୟା କରି କୁହାଯାଇଛି ଯେ, ଥ୍ରେଡ୍ସ ହେଉଛି ଏକ ଆପ୍ "ଯେଉଁଠାରେ ଲୋକମାନେ ଆଜି ଚିନ୍ତା କରୁଥିବା ବିଷୟ ଉପରେ ଆଲୋଚନା କରିପାରିବେ ଏବଂ ଆସନ୍ତାକାଲି ଟ୍ରେଣ୍ଡରେ ରହିପାରିବ।"

ଟ୍ୱିଟର କେବଳ ମେଟା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉନାହିଁ, ବରଂ କମ୍ପାନୀର ପୂର୍ବତନ ସିଇଓ ଜ୍ୟାକ୍ ଡୋର୍ସି ମଧ୍ୟ ବ୍ଲୁସ୍କାଇ ମାଧ୍ୟମରେ ଟ୍ୱିଟରକୁ ଚ୍ୟାଲେଞ୍ଜ କରୁଛନ୍ତି । ନିକଟରେ, ମସ୍କ ଦ୍ୱାରା ପ୍ଲାଟଫର୍ମରେ ଲଗାଯାଇଥିବା ପ୍ରତିବନ୍ଧକ ପରେ ଲୋକମାନେ ଟ୍ୱିଟର ଛାଡି ବ୍ଲୁସ୍କାଇ ଆଡକୁ ଯାଉଛନ୍ତି । ଏହାରି ଭିତରେ ଆପ୍ ହଠାତ୍ ଏତେ ଟ୍ରାଫିକ୍ ପାଇଲା ଯେ ଏହା କାମ ବନ୍ଦ କଲା ଏବଂ ନୂଆ ଲଗଇନ୍ ବନ୍ଦ ହୋଇଗଲା । ଏହାପରେ କମ୍ପାନୀ ଏକ ବିବୃତ୍ତି ଜାରି କରି ଲୋକଙ୍କୁ କହିଛି ଯେ ଆପରେ ଅଧିକ ଟ୍ରାଫିକ୍ ଥିବାରୁ ଆପ୍‌ ପ୍ରଭାବିତ ହୋଇଛି ଯାହା ଶୀଘ୍ର ଠିକ୍ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details