ହାଇଦ୍ରାବାଦ:ମେଟା ହ୍ୱିଷ୍ଟଲବ୍ଲୋୟର ଫ୍ରାନ୍ସେସ ହୌଗେନ ସୋସିଆଲ ମିଡିଆକୁ ନେଇ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ଆଗାମୀ ଦିନରେ ସୋସିଆଲ ମିଡିଆରେ ସୁଦ୍ଧାର ନଆସେ ତାହେଲେ ଆଗାମୀ ବର୍ଷରେ ଲକ୍ଷ ଲକ୍ଷ ଲୋକ ମରିପାରନ୍ତି । ଏକ ଅନ୍ତର୍ଜାତୀୟ ଗଣାମାଧ୍ୟମକୁ ସାକ୍ଷାତକାର ଦେଇ ଫ୍ରାନ୍ସେସ ହୌଗେନ ଏଭଳି କହିଛନ୍ତି ।
ପ୍ରକାଶଥାଉକି, ଫ୍ରାନ୍ସେସ ହୌଗେନ 2021 ପର୍ଯ୍ୟନ୍ତ ଫେସବୁକରେ କାମ କରିଥିଲେ । ସେତେବେଳେ ସେ ଫେସବୁକ୍ ଫାଇଲ୍ ନାମକ ଡକ୍ୟୁମେଣ୍ଟ ଲିକ୍ କରିଛନ୍ତି । ଯାହା ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଦ୍ୱାରା ପ୍ରକାଶିତ ହୋଇଥିଲା । ଏଥିରେ ଗବେଷଣା ରିପୋର୍ଟ ଏବଂ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା ।
ରିପୋର୍ଟରେ ଉଦାହରଣ ଦେଇ ଜର୍ଣ୍ଣାଲ କହିଛି ଯେ, କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଇନଷ୍ଟାଗ୍ରାମର ପ୍ରଭାବକୁ ମେଟା ଅବମାନନା କରିଛି ଅର୍ଥାତ ମହତ୍ତ୍ବ ଦେଇନାହିଁ । ଫେସବୁକ ଭାରତରେ ଧାର୍ମିକ ଘୃଣା ବ୍ୟାପିବାରେ ସାହାଯ୍ୟ କଲା । ୱାଶିଂଟନ୍ ପୋଷ୍ଟ ରିପୋର୍ଟରେ କୁହାଯାଇଛି ଯେ, ଫ୍ରାନ୍ସିସ୍ ହଗେନ୍ ଏକ ଆର୍ଟିକିଲ୍ ଲେଖିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ପାରଦର୍ଶିତା ଅଭାବରୁ ସୋସିଆଲ ମିଡିଆ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଫେସବୁକ ଏବଂ ଇନଷ୍ଟାଗ୍ରାମର ସାର୍ବଜନୀନ କାହାଣୀ ଏବଂ ସତ୍ୟ ମଧ୍ୟରେ ପାର୍ଥକ୍ୟ କେତେ ବଡ଼ ତାହା କେହି ଜାଣନ୍ତି ନାହିଁ ।