ଓଡିଶା

odisha

ETV Bharat / science-and-technology

AI ଜେନେରେଟ ମେସେଞ୍ଜର ଷ୍ଟିକର ଫିଚରର ଟେଷ୍ଟିଂ କରିବ ମେଟା - ମେସେଞ୍ଜର ଷ୍ଟିକର ଫିଚର

AI ଜେନେରେଟ ମେସେଞ୍ଜର ଷ୍ଟିକର ଫିଚରର ଟେଷ୍ଟିଂ କରିବ ମେଟା । ଅଧିକ ପଢନ୍ତୁ

Messenger stickers feature
Messenger stickers feature

By

Published : Jun 14, 2023, 9:09 AM IST

ହାଇଦ୍ରାବାଦ:ସମୟ ସହିତ ମେଟା ନିଜ ୟୁଜର୍ସମାନଙ୍କ ପାଇଁ ଅନେକ ଫିଚର ଆଣୁଛି । ସମସ୍ତ ପରିସ୍ଥିତିରେ ଯେପରି ୟୁଜର୍ସମାନେ ସମସ୍ତ ପ୍ରକାର ସୁବିଧା ବା ଫିଚର ପାଇପାରିବେ ସେନେଇ ସର୍ବଦା କାର୍ଯ୍ୟ କରୁଛି ମେଟା । ଏହାରି ଭିତରେ ଆଗକୁ ମଧ୍ୟ ଆହୁରି ଫିଚର ଆଣିବାକୁ ଯାଉଛି ମେଟା । ଏଣିକି ମେସେଞ୍ଜରରେ ନିଜ ମନ ମୁତାବକ ଷ୍ଟିକର ତିଆରି କରି ଅନ୍ୟ କାହା ପାଖକୁ ପଠାଇ ପାରିବେ ୟୁଜର୍ସ । ଏହା ସହ ଫଟୋକୁ ମଧ୍ୟ ଏଡିଟ କରିପାରିବେ । ତତକ୍ଷଣାତ୍ ମେସେଜିଂ ପ୍ଲାଟଫର୍ମ ମେସେଞ୍ଜର ପାଇଁ ମେଟା ଏକ ନୂତନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଜେନେରେଟ ଷ୍ଟିକର୍ ଫିଚର ପରୀକ୍ଷା କରିବା ଆରମ୍ଭ କରିବ । ନୂତନ ରିପୋର୍ଟ ଅନୁଯାୟୀ, AIର ମେଟାର ଉପାଧ୍ୟକ୍ଷ ଅହମ୍ମଦ ଅଲ-ଡହଲେ କହିଛନ୍ତି ଯେ ଇମେଜ୍ ଜେନେରେସନ୍ ମଡେଲ୍ ବ୍ୟବହାର କରି ଟେକ୍ସଟ୍ ପ୍ରମ୍ପ୍ଟ ଉପରେ ଆଧାରରେ ବ୍ୟବହାରକାରୀଙ୍କୁ ଷ୍ଟିକର୍ ତିଆରି କରିବାକୁ ସଫଳ ହେବା ପାଇଁ ଚେଷ୍ଟା କରିବ ।

ତେବେ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ସର୍ବସାଧାରଣ ପାଇଁ ଏହି ଫିଚର ଆସିବା ପୂର୍ବରୁ ପ୍ରଥମେ କମ୍ପାନୀର କର୍ମଚାରୀଙ୍କ ପାଇଁ ଉପଲବ୍ଧ ହେବ । ଅଲ-ଡହଲେ କହିଛନ୍ତି, ଏଆଇ-ଜେନେରେଟ ଷ୍ଟିକର ସହିତ ଆମର ଉପଭୋକ୍ତାମାନେ ସେଲ୍ଫ ଏକ୍ସପ୍ରିଏସନ, କଲ୍ଚର ରିପ୍ରେଜେଣ୍ଟେସନ ଏବଂ ଟ୍ରେଣ୍ଡ ଯୋଗ୍ୟତା ପାଇଁ ଅଧିକ ବିକଳ୍ପ ପାଇପାରିବେ।

  1. ଏହା ମଧ୍ୟ ପଢନ୍ତୁ: Meta CEO Mark Zuckerberg: ଇନଷ୍ଟାଗ୍ରାମ ବନ୍ଦ କରିବାକୁ ଜୁକରବର୍ଗଙ୍କୁ ଚେତାବନୀ, ଏହା କହିଲା UI
  2. ଏହା ମଧ୍ୟ ପଢନ୍ତୁ: BGMI Video Game: ପୁଣି ଭିଡିଓ ଗେମର ମଜା ନେବେ ଖେଳପ୍ରେମୀ, ପ୍ଲେ ଷ୍ଟୋର ଉପଲବ୍ଧ ହେଲା BGMI

ପେଣ୍ଟିଂରେ ବଦଳିବ ଫଟୋ: AIର ମେଟାର ଉପାଧ୍ୟକ୍ଷ ଅହମ୍ମଦ ଅଲ-ଡହଲେ କହିଛନ୍ତି, "କମ୍ପାନୀ AI ମଡେଲରେ କାମ କରୁଛି । ଆପଣଙ୍କ ଇଚ୍ଛା ଅନୁସାରେ, ଫଟୋରେ ପରିବର୍ତ୍ତନ କରି ହେବ । ଫଟୋର ଅନୁପାତରେ ପରିବର୍ତ୍ତନ କରିବା ସହ ଫଟୋ ଗୁଡିକୁ ମଧ୍ୟ ବଦଳାଇ ପାରିବେ ।"

ତେବେ ପ୍ରକାଶଥାଉକି, ଚଳିତ ବର୍ଷ ଫେବୃଆରୀରେ ମେଟା ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଥିଲେ ଯେ, କମ୍ପାନୀ ଏକ ଟପ ଲେବଲ ବା ଉନ୍ନତ ମାନର ଏକ ଟିମ ଗଠନ କରୁଛି । ଏହି ଚିମ ଜେନେରେଟିଭ ଏଆଇ ଉପରେ ଧ୍ୟାନ ଦେବ । ଜୁକରବର୍ଗ କହିଛନ୍ତି ଯେ ସ୍ୱଳ୍ପ ସମୟ ମଧ୍ୟରେ କମ୍ପାନୀ କ୍ରିଏଟିଭ ଏବଂ ଏକ୍ସପ୍ରେସିଭ ଟୁଲ ବନେଇବା ଉପରେ ଫୋକସ କରିବ । ଦୀର୍ଘ ଅବଧିରେ, କମ୍ପାନୀ ଉପଭୋକ୍ତାମାନଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିବା ପାଇଁ AI Persona ବିକାଶ କରିବ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details