ଓଡିଶା

odisha

By

Published : Oct 16, 2022, 8:00 AM IST

ETV Bharat / science-and-technology

2023 ଆରମ୍ଭରୁ Instant Articles ଫର୍ମାଟ ବନ୍ଦ କରିବ ଫେସବୁକ୍

ଆସନ୍ତା ବର୍ଷ ଆରମ୍ଭରୁ Instant Articles ଫର୍ମାଟ ବନ୍ଦ କରିଦେବ ଫେସବୁକ୍(Meta to shut 'Instant Articles' format on FB) । ଅଧିକ ପଢନ୍ତୁ

2023 ଆରମ୍ଭରୁ 'Instant Articles' ଫର୍ମାଟ ବନ୍ଦ କରିଦେବ ଫେସବୁକ୍
2023 ଆରମ୍ଭରୁ 'Instant Articles' ଫର୍ମାଟ ବନ୍ଦ କରିଦେବ ଫେସବୁକ୍

ସାନ ଫ୍ରାନ୍ସିସ୍କୋ: ଆସନ୍ତା ବର୍ଷ ଆରମ୍ଭରୁ Instant Articles ଫର୍ମାଟ ବନ୍ଦ କରିଦେବ ଫେସବୁକ୍(Meta to shut 'Instant Articles' format on FB) । କମ୍ପାନୀ ନ୍ୟୁଜ ସମ୍ବନ୍ଧୀୟ ପ୍ରଡକ୍ଟକୁ ବାଦ୍ ଦେଇ TikTok ଭଳି ଅଫର୍ ଉପରେ ଧ୍ୟାନ ଦେଉଥବା ମେଟା ପକ୍ଷରୁ ସୂଚନା ମିଳିଛି । ଆକ୍ସିଓସ(Axios)ଙ୍କ ଅନୁଯାୟୀ, 2015ରେ ପ୍ରଥମେ ଆରମ୍ଭ ହୋଇଥିବା ଦ୍ରୁତ-ଲୋଡିଂ ଆର୍ଟିକିଲ୍ ଫର୍ମାଟ୍ ଏପ୍ରିଲ୍ 2023 ରେ ବନ୍ଦ ହୋଇଯିବ ।

ଏହି ପ୍ରକ୍ରିୟା ଶେଷ ହେବା ପରେ, ଫେସବୁକରେ ନ୍ୟୁଜ୍ ଲିଙ୍କ୍, ବ୍ୟବହାରକାରୀଙ୍କୁ ପ୍ରକାଶକଙ୍କ ମୋବାଇଲ୍ ସାଇଟରେ ମିଳିବ । ଜଣେ କମ୍ପାନୀ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ, ଏହାପରେ ବର୍ତ୍ତମାନ ବିଶ୍ବର ଲୋକମାନେ ଫେସବୁକର ଫିଡ୍ ପୋଷ୍ଟରେ ଯାହା ଦେଖୁଛନ୍ତି ତାହାର 3 ପ୍ରତିଶତରୁ କମ୍ ହୋଇଯିବ । କମ୍ପାନୀ ବର୍ତ୍ତମାନ ସମ୍ବାଦ ପ୍ରକାଶକମାନଙ୍କୁ 6 ମାସ ସମୟ ଦେଉଛି । ଏହି ମାସ ଆରମ୍ଭରେ, ମେଟା ଏହାର ନ୍ୟୁଜଲେଟର ପ୍ରଡକ୍ଟ, ବୁଲେଟିନ୍, କ୍ରିଏଟର ଏବଂ ଲେଖକମାନଙ୍କ ପାଇଁ 2023 ଆରମ୍ଭ ସୁଦ୍ଧା 'Instant Articles' ବନ୍ଦ କରିବା ନେଇ ଜଣାଇଥିଲା ।

ମେଟା କହିଛି ଯେ, ଚାଇନାର ସର୍ଟ ଫର୍ମ ଭିଡିଓ ଟିକଟକ୍‌କୁ ଫେସ୍‌ବୁକ୍ ସହ ଲିଙ୍କ୍ କରିବା ଉପରେ କାମ କରୁଛି । ଏହାପରେ ପୁନର୍ବାର ବୁଲେଟିନ୍ ଉପରେ ଫୋକସ୍ କରିବ ବୋଲି କହିଛି । ଜୁନ୍ 2021ରେ, କମ୍ପାନୀ ଆମେରିକାରେ କ୍ରିଏଟର୍ସଙ୍କୁ ସପୋର୍ଟ କରିବା ପାଇଁ ପ୍ରକାଶନ ଏବଂ ସବ୍‌କ୍ରିପ୍‌ସନ ଉପକରଣର ଏକ ସେଟ୍ ବୁଲେଟିନ୍ ଲଞ୍ଚ କରିଥିଲା ​​।

ଏହା ମଧ୍ୟ ପଢନ୍ତୁ:-TikTok, YouTube ମୁହାଁ କିଶୋର, Facebook ବ୍ୟବହାରକାରୀଙ୍କ ସଂଖ୍ୟା କମୁଛି

ତେବେ ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ ମାର୍କ ଜୁକରବର୍ଗଙ୍କ ନେତୃତ୍ବାଧୀନ ଫେସବୁକ୍‌ ବ୍ୟବହାରରୁ ବିରତ ନେଉଛନ୍ତି କିଶୋର-କିଶୋରୀ । ବିଗତ 7 ବର୍ଷ ମଧ୍ୟରେ ଅଧିକାଂଶ କିଶୋର ବୟସ୍କ, ଟିକ୍‌ଟକ୍‌ ଏବଂ ୟୁଟ୍ୟୁବ୍ ମୁହାଁ ହେଉଛନ୍ତି । 13 ରୁ 17 ବର୍ଷର ପିଲାମାନଙ୍କୁ ନେଇ ଆମେରିକାର ପ୍ୟୁ ରିସର୍ଚ୍ଚ ସେଣ୍ଟର(Pew Research Center) କରିଥିବା ସର୍ଭେ ଅନୁସାରେ 2014-15 ରେ ଫେସବୁକ ବ୍ୟବହାର କରୁଥିବା କିଶୋରଙ୍କ ସଂଖ୍ୟା 71 ପ୍ରତିଶତରୁ ହ୍ରାସ ପାଇ 32 ପ୍ରତିଶତରେ ପହଞ୍ଚିଥିଲା । ତେବେ ଏହି କାରଣରୁ ଫେସବୁକ୍ 'Instant Articles' ଫର୍ମାଟ୍‌କୁ ବନ୍ଦ କରି TikTok ଭଳି ଅଫର୍ ଉପରେ ଧ୍ୟାନ ଦେଉଥବା କୁହାଯାଇପାରେ ।

ABOUT THE AUTHOR

...view details