ହାଇଦ୍ରାବାଦ : ଅପେକ୍ଷାର ଅନ୍ତ ଘଟିଲା । ଟ୍ବିଟରକୁ ଟକ୍କର ଦେବା ପାଇଁ ଲଞ୍ଚ ହେଲା ଥ୍ରେଡ୍ସ ଆପ । ମେଟା ସିଇଓ ମାର୍କ ଜୁକରବର୍ଗ ଥ୍ରେଡ୍ସ ଆପ୍ ଲଞ୍ଚ କରିଛନ୍ତି । ଏହି ଆପ୍ ଭାରତ ସମେତ 100ରୁ ଅଧିକ ଦେଶରେ ଲଞ୍ଚ୍ କରାଯାଇଛି । ଦୀର୍ଘ ସମୟ ଧରି ମେଟା ଏହି ଆପ୍ରେ କାମ କରୁଥିଲା ଯାହାକୁ ଶେଷରେ ଲଞ୍ଚ କରାଯାଉଛି । ଆପଣ ଉଭୟ ଆଣ୍ଡ୍ରଏଡ୍ ଏବଂ IOSରେ ଆପ୍ ଡାଉନଲୋଡ୍ କରିପାରିବେ । ମେଟା ଏକ ସ୍ୱତନ୍ତ୍ର ଆପ୍ ଭାବରେ ଥ୍ରେଡ୍ ଲଞ୍ଚ କରିଛି କିନ୍ତୁ ଉପଭୋକ୍ତାମାନେ ଇନଷ୍ଟାଗ୍ରାମ ସାହାଯ୍ୟରେ ଏଥିରେ ଲଗ୍ଇନ୍ କରିପାରିବେ ।
ମାର୍କ ଜୁକରବର୍ଗ ଫାୟାର ଇମୋଜି ସହିତ ଆପରେ ପୋଷ୍ଟ କରି କହିଛନ୍ତି, 'Lets Do This' । ଥ୍ରେଡ୍ସକୁ ଆପଣଙ୍କୁ ସ୍ବାଗତ । ଆନାଲିଷ୍ଟମାନେ ମଧ୍ୟ ଥ୍ରେଡ୍ସ ଆପ୍କୁ ନେଇ ଖୁସି ଜାହିର କରିଛନ୍ତି । ସେମାନେ କହିଛନ୍ତି ଯେ, ଥ୍ରେଡ୍ସ ଏହାର ବିଜ୍ଞାପନଦାତାଙ୍କୁ ଟ୍ୱିଟରରୁ ଛଡ଼ାଇ ନେଇପାରେ କାରଣ ଟ୍ୱିଟର୍ ଏପର୍ଯ୍ୟନ୍ତ ଏହାର ବିଜ୍ଞାପନଦାତାଙ୍କୁ ଖୁସି କରିପାରି ନାହିଁ । ଯଦିଓ କମ୍ପାନୀର ନୂତନ ସିଇଓ ଏଥିପାଇଁ କଠିନ ଚେଷ୍ଟା କରୁଛନ୍ତି । କିନ୍ତୁ କିଛି ଘଟୁନାହିଁ । ତେଣୁ ଟ୍ବିଟରକୁ ଥ୍ରେଡ୍ସ ଆପ୍ ଟକ୍କର ଦେଇପାରେ ବୋଲି ସେମାନେ କହିଛନ୍ତି ।
ଏଭଳି କରିପାରିବେ ଡାଉନଲୋଡ:ମେଟାର ଥ୍ରେଡ୍ସ ଆପ୍ ଡାଉନଲୋଡ୍ କରିବାକୁ...
- ସର୍ବପ୍ରଥମେ ପ୍ଲେ' ଷ୍ଟୋର୍କୁ ଯାଆନ୍ତୁ ଏବଂ ଥ୍ରେଡ୍ ଆପ୍ ଡାଉନଲୋଡ୍ କରନ୍ତୁ
- ଇନଷ୍ଟଲ୍ କରିବା ପରେ ଇନଷ୍ଟାଗ୍ରାମ ସାହାଯ୍ୟରେ ଆପକୁ ଲଗଇନ କରିପାରନ୍ତି
- ଲଗଇନ୍ ପରେ, ଯଦି ଆପଣ ଚାହାଁନ୍ତି, ଆପଣ ଇନଷ୍ଟାଗ୍ରାମର ତଥ୍ୟକୁ ପ୍ରୋଫାଇଲ୍ ଫଟୋ, ବାୟୋ ଇତ୍ୟାଦି କପି କରିପାରିବେ। ଆପଣ ଇନଷ୍ଟାଗ୍ରାମ ଅନୁସରଣକାରୀଙ୍କୁ ବା ଫୋଲର୍ସ ମଧ୍ୟ ଅନୁସରଣ ବା ଫଲୋ କରିପାରିବେ
- ସେଟଅପ୍ ସମାପ୍ତ ହେବା ପରେ, ଆପଣ ଟ୍ୱିଟର ପରି ଏଠାରେ ଟ୍ୱିଟ୍ ଇତ୍ୟାଦି କରିବାକୁ ସମର୍ଥ ହେବେ