ହାଇଦ୍ରାବାଦ:ମେଟାରେ ଛଟେଇ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଏବେ ପୁଣି ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛି ଫେସବୁକ୍, ହ୍ବାଟ୍ସଆପ୍ର ପ୍ୟାରେଣ୍ଟ କମ୍ପାନି ମେଟା । ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ହ୍ବାଟସଆପ ଏବଂ ଇନଷ୍ଟାଗ୍ରାମରୁ ପ୍ରାୟ 10 ହଜାର କର୍ମଚାରୀଙ୍କୁ ବିଦା କରିବା ନେଇ ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ 2022 ନଭେମ୍ବରରେ ମଧ୍ୟ 11 ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା । ଅର୍ଥାତ୍ ସେହି ସମୟରେ 13% କର୍ମଜୀବୀ ପ୍ରଭାବିତ ହୋଇଥିଲେ ।
ମେଟା ପ୍ଲାଟଫର୍ମର ଏହି 10ହଜାର କର୍ମଚାରୀଙ୍କୁ ଛଟେଇ କରିବା ପରେ କର୍ମଚାରୀଙ୍କ ସଂଖ୍ୟା 2021 ମସିହାରେ ରହିଥିବା କର୍ମଚାରୀଙ୍କ ସଂଖ୍ୟା ସହ ସମାନ ହୋଇଯିବ । ସୂଚନାଅନୁସାରେ କୋରୋନା (କୋଭିଡ୍ -19) ସମୟ 2020 ମସିହା ଠାରୁ କମ୍ପାନୀ ଅଧିକ ମାତ୍ରାରେ ନିଯୁକ୍ତି କରିଆସୁଥିଲା । ଫଳରେ କମ୍ପାନୀରେ କର୍ମଚାରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଥିଲା । ଏହାପର ଠାରୁ ଡିସେମ୍ବର ମାସରେ ଛଟେଇ କରିଥିବା ବେଳେ ଏବେ ପୁଣି ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛି । ଛଟେଇ ନେଇ ଲିଙ୍କଡଇନ ମାଧ୍ୟମରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଛଟେଇରେ ଆଡ ସେଲ୍ସ ଟିମ, ମାର୍କେଟିଙ୍ଗ ଏବଂ ପାର୍ଟନରସିପ ଟିମ ରହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: LinkedIn Layoffs: ଛଟେଇ କଲା ଲିଙ୍କଡଇନ୍, 700ରୁ ଅଧିକ କର୍ମଚାରୀ ପ୍ରଭାବିତ