ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚାଲିଥିବା ଆଇସିସି ପୁରୁଷ ଟି-20 ବିଶ୍ୱକପ୍(ICC Mens T20 World Cup)ର ସର୍ବୋତ୍ତମ ମୁହୂର୍ତ୍ତକୁ ପ୍ରଦର୍ଶନ କରିବା ପାଇଁ ଟେକ୍ ଜଏଣ୍ଟ୍ ମେଟା ଶୁକ୍ରବାର ଏକ ଘୋଷଣା କରିଛି । କମ୍ପାନୀ କହିଛି ଯେ, ପ୍ରଶଂସକମାନେ ସ୍ୱତନ୍ତ୍ର ଅଗମେଣ୍ଟେଡ୍ ରିଅଲିଟି ଏଆର୍(Augmented Reality AR) ଇଫେକ୍ଟ ସହ ମ୍ୟାଚ୍ ହାଇଲାଇଟ୍ ଏବଂ ଇନ୍-ପ୍ଲେ କ୍ଲିପ୍ସ(in play clips) ରିଲ୍ସ କରିପାରିବେ । ଏଥିପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(International Cricket Council, ICC) ସହ କମ୍ପାନୀ ଏକ ଚୁକ୍ତି କରିଛି ।
ETV Bharat / science-and-technology
Meta partners with T20 WC: ଏହିପରି ବନାନ୍ତୁ ବିଶ୍ବକପ୍ ମ୍ୟାଚର ଇନଷ୍ଟାଗ୍ରାମ ରିଲ୍ସ - ଆଇସିସି ସହ ମେଟାର ଚୁକ୍ତି
ଆଇସିସି ପୁରୁଷ ଟି-20 ବିଶ୍ୱକପ୍(ICC Mens T20 World Cup)କୁ ଆଉ ଟିକେ ଆକର୍ଷଣୀୟ କରିବା ପାଇଁ ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର୍ସ(Instagram Features For T20 WC) । ଅଧିକ ପଢନ୍ତୁ
ଫେସବୁକ୍ ଇଣ୍ଡିଆ ମେଟା(Facebook India META)ର ନିର୍ଦ୍ଦେଶକ ତଥା ପାର୍ଟନରସିପର ମୁଖ୍ୟ ମନୀଷ ଚୋପ୍ରା ଏକ ବିବୃତ୍ତିରେ କହିଛନ୍ତି, "ଭିଡିଓ ଦେଖିବା ପାଇଁ ଆମ ପ୍ଲାଟଫର୍ମ ସବୁଠୁ ଲୋକପ୍ରିୟ ହୋଇପାରିଛି ଏବଂ ରିଲ୍ ଆମର ସର୍ବାଧିକ ଫିଚର୍ ମଧ୍ୟରୁ ଅଧିକ ବ୍ୟବହାର ହେଉଛି । କ୍ରିକେଟ୍ ପ୍ରତି ଭାରତର ଉତ୍ସାହକୁ ଦୃଷ୍ଟିରେ ରଖି ଆମେ ଆସନ୍ତା ମାସରେ ରିଲ ଉପରେ କିମ୍ବା ଅନ୍ୟାନ୍ୟ କୌତୁହଳପୂର୍ଣ୍ଣ ଉପାୟରେ କିଛି ଫିଚର୍ସ ଆଣିବାକୁ ଯାଉଛୁ(T20 World Cup highlights on Reels) ।"
ଟି-20 ବିଶ୍ୱକପ ସଂଗୀତ: ଫେସବୁକ ଇଣ୍ଡିଆ ମେଟା ଅନୁଯାୟୀ, ପ୍ରତ୍ୟେକ ଅଂଶଗ୍ରହଣକାରୀ ଦଳର ପ୍ରଶଂସକଙ୍କ ପାଇଁ ସେମାନଙ୍କ ରିଲ ଏବଂ ଷ୍ଟୋରୀର ବ୍ୟବହାର କରିବା ପାଇଁ ଟି-20 ବିଶ୍ୱକପ ଏକ AR ଇଫେକ୍ଟ ଆୟୋଜନ କରିଛି । ଭାରତୀୟ କ୍ରିକେଟ୍ ଟିମ୍କୁ ଉତ୍ସାହିତ କରିବାକୁ ଚାହୁଁଥିବା ଉପଭୋକ୍ତାମାନଙ୍କ ପାଇଁ, ରାମ ସମ୍ପଥ ଏବଂ ସୋନା ମହାପାତ୍ର(Ram Sampath and Sona Mohapatra)ଙ୍କ ଦ୍ୱାରା ନିର୍ମିତ ଏକ 'ବଲ୍ଲା ଚଲା ସଂଗୀତ'(Balla Chala anthem)କୁ ସେମାନଙ୍କ ରିଲ୍ ଏବଂ ଷ୍ଟୋରୀ ପୋଷ୍ଟରେ ଆଡ୍ କରିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।