ହାଇଦ୍ରାବାଦ: ଭାରତ ତଥା ବିଶ୍ବରେ ଜଣାଶୁଣା ଟେକ କମ୍ପାନୀ ମଧ୍ୟରେ ମେଟାର ସ୍ଥାନ ସ୍ବତନ୍ତ୍ର ରହିଛି । ସମଗ୍ର ବିଶ୍ୱରେ ଲୋକମାନେ ଏହାକୁ ବିଭିନ୍ନ ସେବା ପାଇଁ ବ୍ୟବହାର କରନ୍ତି । କିନ୍ତୁ ଗତ କିଥି ଦିନ ହେବ ମାର୍କେଟକୁ ଆସିଥିବା ଏଆଇ ସମସ୍ତ କମ୍ପାନୀର ସ୍ଥିତିରେ ପରିବର୍ତ୍ତନ କରିଛି । ଏହାରି ଭିତରେ ମେଟା ନିଜର Meta Connect 2023 ଆୟୋଜନ କରିଛି । ଗତକାଲି(ବୁଧବାର)ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଦୁଇଦିନ ଧରି ଜାରି ରହିଥିଲା । କମ୍ପାନୀର ଏହି କାର୍ଯ୍ୟକ୍ରମ ମେଟାର ମୁଖ୍ୟ କାର୍ଯ୍ୟାଳୟ କାର୍ଲିଫର୍ଣ୍ଣିଆରେ ଆୟୋଜିତ ହେଉଛି । ତେବେ ନଜର ପକାନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟାବଳୀ ଉପରେ...
ଜେନେରେଟିଭ AI ଟାର୍ଟବୋଟ:
- 2022 ମସିହା ଡିସେମ୍ବରରେ ହେଡ୍ଲାଇନ୍ ସାଜିଲା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI) । ଏହା ପରଠୁ ସମସ୍ତ କମ୍ପାନୀ ପ୍ରାୟ ଏଆଇ ମୁହାଁ ହୋଇଛନ୍ତି ।
- ବିଶେଷକରି ଚାଟ୍ ଜିପିଟି ବଜାର ପ୍ରବେଶ କରିବା ପରେ ଗୁଗଲ୍ ଏବଂ ମାଇକ୍ରୋସଫ୍ଟ ପରି ବଡ କମ୍ପାନୀଗୁଡିକ ସେମାନଙ୍କର ଜେନେରେଟିଭ୍ AIବିକାଶ କରିବା ଆରମ୍ଭ କରିଥିଲେ । ଏହାରି ଭିତରେ ପଛୁଆ ହୋଇନି ମେଟା । ମେଟା ମଧ୍ୟ ଏହି କାର୍ଯ୍ୟକ୍ରମରେ ମଲ୍ଟି ପର୍ସୋନା ଚାଟବଟ୍ ଲଞ୍ଚ କରିଛି ।
ପୂର୍ବରୁ ସୂଚନା ଦେଇଥିଲେ ମାର୍କ ଜୁକରବର୍ଗ: କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ମଲ୍ଟି ପର୍ସୋନା AI ଲଞ୍ଚ୍ କରିବା ପୂର୍ବରୁ ସୂଚନା ଦେଇଥିଲେ। ମେଟା କ୍ୱେଷ୍ଟ୍ 3ର ଲଞ୍ଚ କରିବା ସହିତ କମ୍ପାନୀ ସେମାନଙ୍କର ମଲ୍ଟି ପର୍ସୋନା ଏଆଇ ଚାଟବଟ୍ ମଧ୍ୟ ଘୋଷଣା କରିଛି । ଯାହାର ନାମ ଏଆଇ ପର୍ସୋନା ବୋଲି କମ୍ପାନୀ ପକ୍ଷରୁ ରଖାଯାଇଛି ।
ଏହା ମଧ୍ୟ ପଢନ୍ତୁ: iPhone 15 Sale: ଆଇଫୋନ 15 ସିରିଜ ସେଲ ଆରମ୍ଭ, କିଣିବା ପୂର୍ବରୁ ଜାଣନ୍ତୁ ଫିଚର ଓ ଅଫର
ମେଟା AI: ମେଟା ନିଜର ପ୍ରଥମ ଜେନେରେଟିଭ୍ AI ପ୍ରଡକ୍ଟକୁ ଲଞ୍ଚ କରିଛି। ଯାହାକୁ ଏଆଇ ଚାର୍ଟବୋଟ କୁହାଯାଉଛି। ଏହି ଚାଟବୋର୍ଟ ଟେକ୍ସ ରିଆକ୍ସନ ଏହଂ ଫଟୋ ରିୟଲଷ୍ଟିକ ଇମେଜର ଜେନେରେଟ କରିପାରିବ।
କନେକ୍ଟ 2023 ଇଭେଣ୍ଟରେ ଏକ ଇମର୍ସିଭ୍ ମେଟାଭର୍ ତିଆରି କରିବାର ଯୋଜନା ଉପରେ ଏକ ଅପଡେଟ୍ ଦେବାବେଳେ କମ୍ପାନୀର ସିଇଓ ଏହି ସୂଚନା ଦେଇଛନ୍ତି। ଜୁକରବର୍ଗ କମ୍ପାନୀର ପ୍ରଥମ କଞ୍ଜ୍ୟୁମର ସହିତ କାମ କରୁଥିବା ଜେନେରେଟିଭ ଏଆଇ ପ୍ରଡକ୍ଟ ଲଞ୍ଚ କରିଛନ୍ତି। ଜୁକରବର୍ଗ କହିଛନ୍ତି ଯେ, ଏହି ନୂତନ ଉଦ୍ଭାବନ ସହିତ ସେ ନିଶ୍ଚିତ କରିବେ ଯେ ଏହି ଟେକ୍ନୋଲୋଜି ସମସ୍ତଙ୍କ ପାଇଁ ଉପଲବ୍ଧ ହେବ। ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ନୂତନ ଉତ୍ପାଦ ସୃଷ୍ଟି କରିପାରିବେ।
ଏହି AI ଚାର୍ଟବୋଟରେ ଲାମା 2 ଲାର୍ଜ ଲାଙ୍ଗଓ୍ବେଜ ମଡେଲ ଉପରେ ଆଧାରିତ ଏକ କଷ୍ଟମ ମଡେଲର ବ୍ୟବହାର କରାଯାଇଛି। ଯାହା କମ୍ପାନୀ ଜୁଲାଇରେ ପ୍ଲାଷ୍ଟିକ କମର୍ସିଆଲର ଉପଯୋଗ ପାଇଁ ଲଞ୍ଚ କରିଥିଲା । ଏନେଇ ଜୁକରବର୍ଗ କହିଛନ୍ତି ଯେ, "ମାଇକ୍ରୋସଫ୍ଟର ବିଙ୍ଗ୍ ସର୍ଚ୍ଚ ଇଞ୍ଜିନ୍ ସହ ସହଭାଗିତା ମାଧ୍ୟମରେ ରିଅଲ୍ ଟାଇମ୍ ସୂଚନା ମିଳିପାରିବ । କମ୍ପାନୀ ଏକ ଏଭଳି ପ୍ଲାଟଫ୍ରେମ ତିଆରି କରିବାକୁ ଯାଉଛି, ଯେଉଁଥିରେ ଡେଭଲପର ସହିତ ସାଧାରଣ ଲୋକେ ମଧ୍ୟ ବ୍ୟବହାର କରିପାରିବେ । ସେମାନେ ଏହାକୁ ନିଜର କଷ୍ଟମ୍ AI ବଟ୍ ତିଆରି କରିବାକୁ ବ୍ୟବହାର କରିପାରିବେ । ଯାହାର ଇନ୍ଷ୍ଟାଗ୍ରାମ ଏବଂ ଫେସବୁକରେ ପ୍ରୋଫାଇଲ୍ ରହିବ ଏବଂ ମେଟାଭର୍ସରେ ଅବତାର ଭାବରେ ଦେଖାଯିବ ।"
Meta Quest 3: ଏହି ଇଭେଣ୍ଟରେ ମେଟା କ୍ବେଷ୍ଟ 3 ଲଞ୍ଚ କରାଯାଇଛି । ଯାହା କି ହାଇ ରିଜୋଲ୍ୟୁସନ ଡିସ୍ପ୍ଲେ' ଏବଂ ଉନ୍ନତ ଗ୍ରାଫିକ୍ସ ସହିତ ଏକ ହ୍ୟାଣ୍ଡସେଟ୍ ମଡେଲ । ଏହି ଡିଭାଇସ ଫୁଲ କଲର ପାସ୍ ଥ୍ରୁ ଟେକ୍ନିକ୍ର ବ୍ୟବାର କରି 10 ଗୁଣ ଅଧିକ ପିକ୍ସେଲ ଦେଇଥାଏ ଏବଂ 110 ଡିଗ୍ରୀ ୟୁ ଏରିଆ କଭର କରିଥାଏ । ଏହାକୁ ମେଟା ପକ୍ଷରୁ 500 ଡଲାରରେ ଲଞ୍ଚ କରିଛି । ଯେଉଁଥିରେ କ୍ୱେଷ୍ଟ MUFL VR(Virtual reality)ର 6 ମାସର ସବସ୍କ୍ରିପସନ ଅନ୍ତର୍ଭୁକ୍ତ କରାଯାଇଛି ।
Xbox Cloud Gaming: ଏହି ଇଭେଣ୍ଟରେ ମେଟା କ୍ୱେଷ୍ଟ ସଫ୍ଟୱେର୍ ଘୋଷଣା କରିଛି । ଏହା ପରବର୍ତ୍ତୀ ପିଢିର ସଫ୍ଟଓ୍ବେର ହେବ ବୋଲି କୁହାଯାଇଛି। ଏଥିରେ ରୋଲକ୍ସକୁ ମଧ୍ୟ ସାମିଲ କରାଯାଇଛି । କହି ରଖୁଛୁ କୁ ରୋଲକ୍ସ ଏକ ଅନ୍ଲାଇନ୍ ଗେମ୍ ଅଟେ । ଏହି ସଫ୍ଟୱେର୍ ମାଧ୍ୟମରେ ଭର୍ଚୁଆଲ୍ ସ୍କ୍ରିନ୍ ଏବଂ ମିକ୍ସଡ ରିଆଲିଟି ସ୍ପେସ୍ରେ ପ୍ଲଟ୍ କରାଯାଇପାରିବ । ମେଟା ଏହାକୁ ଚଳିତ ବର୍ଷ ଡିସେମ୍ବରରେ ଲଞ୍ଚ୍ କରିବ ବୋଲି ଘୋଷଣା କରିଛି ।
Ray-Ban Meta smart glasses:ମେଟା ଏକ ରେ-ୱେନ୍ ସ୍ମାର୍ଟ ଗ୍ଲାସ ଲଞ୍ଚ କରିଛି । ଏହାର ଉଭୟ ପାର୍ଶ୍ବରେ ଦୁଇଟି ଗୋଲାକାର ମଡ୍ୟୁଲ ରଖାଯାଇଛି । ଯେଉଁଥିରେ 12 ମେଗାପିକ୍ସେଲ କ୍ୟାମେରା ଏବଂ ଏକ ଏଲଇଡି ଲାଇଟର ସୁବିଧା ରହିଛି । ଏହା କିଛି ଜିନିଷକୁ ରେକର୍ଡ କରିବାର ସୁବିଧା ପ୍ରଦାନ କରିଥାଏ । ଏହା ସହିତ ଆପଣ ଏହି ଗ୍ଲାସ୍ ସହିତ ଆପଣଙ୍କର ସାଙ୍ଗ ଏବଂ ଅନୁସରଣକାରୀଙ୍କ ସହିତ ଲାଇଭ୍ ଷ୍ଟ୍ରିମ୍ କରିବାରେ ମଧ୍ୟ ସକ୍ଷମ ହୋଇପାରିବ । ବର୍ତ୍ତମାନ ଏହାର ପ୍ରି-ଅର୍ଡର ଆରମ୍ଭ ହୋଇଥିବା ବେଳେ ଏହାର ମୂଲ୍ୟ 299 ଡଲାର ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ