ହାଇଦ୍ରାବାଦ:ପୁଣି ଏକ କମାଲ ଫିଚର ଲଞ୍ଚ କରିଲା ହ୍ବାଟ୍ସଆପ । ବୁଧବାର ଦିନ ଭାରତ ସେମେତ 150ରୁ ଦେଶରେ ହ୍ବାଟ୍ସଆପ ଚ୍ୟାନେଲ ଲଞ୍ଚ ହୋଇଛି । ଏନେଇ ମେଟାର ସଂସ୍ଥାପକ ତଥା ସିଇଓ ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି । ବେଳେ ଆଗାମୀ ଦିନରେ ଏହି ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ବୋଲି କୁହାଯାଇଛି । ଏହି ଫିଚରକୁ ହ୍ବାଟ୍ସଆପର 'Update' ଟ୍ୟାବରେ ପାଇବେ । ଏଥିରେ ଆପଣ ଷ୍ଟାଟସ ଅପଡେଟ ଏବଂ ଚ୍ୟାନେଲ ଦେଖିପାରିବେ । ତେବେ କହିରଖୁଛି କି ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିଥିବା ବ୍ୟକ୍ତି ବା କଣ୍ଟେଣ୍ଟ ତିଆରି କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବିଶେଷ ଲାଭ ଦାୟକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏଥିରେ ଆପଣ ଫଲୋର୍ସ ସହ ଯୋଡି ହୋଇପାରିବେ ।
କଣ ଏହି ଚ୍ୟାନେଲ ଫିଚର: ହ୍ବାଟ୍ସଆପର ଏହି ନୂଆ ଚ୍ୟାନେଲ ଫିଚର ଗ୍ରୁପ ଏବଂ କମ୍ୟୁନିଟି ଫିଚର ଠାରୁ ସମ୍ପୂର୍ଣ୍ଣ ଅଲଗା । ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ବା ସଂଯୋଗ ପାଇଁ କମ୍ପାନୀ ଏହି ଫିଚର ରୋଲଆଉଟ କରିଥିବା କୁହାଯାଉଛି । ହ୍ବାଟ୍ସଆପର ଅନ୍ୟ ଫିଚର ଭଳି ଚ୍ୟାନେଲ ଫିଚର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟ ହୋଇନାହିଁ । ଏକ ଚ୍ୟାନେଲ କ୍ରିଏଟ ବା ତିଆରି କରିବା ସମୟରେ, କମ୍ପାନୀ ଆଡମିନଙ୍କୁ ଅନେକ ପ୍ରକାରର ଅଧିକାର ଦେଇଥାଏ ଯାହାକି ଆଡମିନ ନିଜ ଚ୍ୟାନେଲରେ ପ୍ରୟୋଗ କରିପାରିବେ ।
କିଭଳି କାମ କରିବ ଏହି ଫିଚର: ଚ୍ୟାନେଲ ଫିଚର ଇନଷ୍ଟାଗ୍ରାମର ଚ୍ୟାନେଲ ଫିଚର ପରି କାର୍ଯ୍ୟ କରିବ। ଯେଉଁଥିରେ ଆଡମିନ ଫଟୋ, ଭିଡିଓ, ଇମୋଜି, ଭଏସ୍-ନୋଟ୍ ଇତ୍ୟାଦି ପୋଷ୍ଟ କରିପାରିବେ । ଚ୍ୟାନେଲରେ ଆଡମିନ ଏବଂ ଫଲୋର୍ସଙ୍କ ବିବରଣୀ ପରସ୍ପରକୁ ଦୃଶ୍ୟମାନ ହୁଏ ନାହିଁ ଏବଂ ଲୋକମାନେ ଏହା ମାଧ୍ୟମରେ ସେମାନଙ୍କ ପ୍ରିୟ କ୍ରିଏଟର କିମ୍ବା ବ୍ୟକ୍ତିଙ୍କ ସହ ସହଜରେ ସଂଯୋଗ କରିପାରିବେ ।