ନୂଆଦିଲ୍ଲୀ: ହ୍ୱାଟ୍ସଆପ ଭିଡିଓ କଲିଂରେ ମିଳିବ ନୂଆ ସୁବିଧା । ଏଣିକି ଏକ ସମୟରେ ହ୍ୱାଟ୍ସଆପ୍ ଭିଡିଓ କଲିଂରେ ସାମିଲ ହୋଇପାରିବେ 32 ଜଣ(Mark Zuckerberg announces 32 person video call on WhatsApp) । ପୂର୍ବରୁ ଘୋଷଣା ହୋଇଥିବା ଏହି ଫିଚର୍ସ ଏଣିକି ବିଶ୍ବସ୍ତରୀୟ ବ୍ୟବହାର ଉପଯୋଗୀ ହୋଇପାରିବ । ମେଟା ପ୍ରତିଷ୍ଠାତା ତଥା CEO ମାର୍କ ଜୁକରବର୍ଗ ଗୁରୁବାର(ନଭେମ୍ବର 3) ହ୍ୱାଟ୍ସଆପ୍ରେ 'କମ୍ୟୁନିଟି'(Communities) ନାମକ 32 ଜଣିଆ ଭିଡିଓ କଲିଂ ଫିଚର୍ସର ଘୋଷଣା କରିଛନ୍ତି ।
ନୂତନ ଫିଚର୍ସ ବାବଦରେ ଘୋଷଣା କରିବା ସମୟରେ ଜୁକରବର୍ଗ ଫେସବୁକରେ ଏକ ଭିଡିଓ ପୋଷ୍ଟ କରି ଏହାକୁ ହ୍ୱାଟ୍ସଆପ୍ ଆପ୍ ପାଇଁ ଏକ ପ୍ରମୁଖ ବିବର୍ତ୍ତନ ବୋଲି କହିଛନ୍ତି । ସେ କହିଛନ୍ତି, "ଆମେ ହ୍ୱାଟ୍ସଆପ୍ ଆପ୍ରେ କମ୍ୟୁନିଟି ଲଞ୍ଚ କରୁଛୁ । ଏହା ଗ୍ରୁପ୍ କଲିଂକୁ ଆହୁରି ଦୃଢ କରିବ । ଏହି ଫିଚର୍ସ ମାଧ୍ୟମରେ କୌଣସି ପ୍ରକାରର ପ୍ରାଇଭେସି ଫିଚର୍ସରେ ପ୍ରଭାବ ପଡିବ ନାହିଁ, ପୂର୍ବ ଭଳି ମେସେଜ୍ ପ୍ରାଇଭେଟ୍ ରହିବ ବୋଲି ଜୁକରବର୍ଗ କହିଛନ୍ତି ।