ଓଡିଶା

odisha

ETV Bharat / science-and-technology

ଇନଷ୍ଟାଗ୍ରାମ ଚ୍ୟାନେଲ ଲଞ୍ଚ୍ କଲା LinkedIn - ଇନଷ୍ଟାଗ୍ରାମ ଚ୍ୟାନେଲ ଲଞ୍ଚ କଲା ଲିଙ୍କ୍‌ଡଇନ୍

ଯୁବପିଢିଙ୍କୁ ନିଯୁକ୍ତି ଯୋଗାଇବା କ୍ଷେତ୍ରରେ ଇନଷ୍ଟାଗ୍ରାମ ଚ୍ୟାନେଲ ଲଞ୍ଚ୍ କଲା ମାଇକ୍ରୋସଫ୍ଟ ମାଲିକାନା ଲିଙ୍କଡଇନ୍‌(Microsoft-owned LinkedIn) । ଅଧିକ ପଢନ୍ତୁ

ଇନଷ୍ଟାଗ୍ରାମ ଚ୍ୟାନେଲ ଲଞ୍ଚ୍ କଲା LinkedIn
ଇନଷ୍ଟାଗ୍ରାମ ଚ୍ୟାନେଲ ଲଞ୍ଚ୍ କଲା LinkedIn

By

Published : Oct 5, 2022, 7:57 AM IST

ନୂଆଦିଲ୍ଲୀ: ଯୁବପିଢିଙ୍କୁ ନିଯୁକ୍ତି ଯୋଗାଇବା କ୍ଷେତ୍ରରେ କାମ କରୁଥିବା ମାଇକ୍ରୋସଫ୍ଟ ମାଲିକାନା ଲିଙ୍କଡଇନ୍‌(Microsoft-owned LinkedIn)ର ନୂଆ ପ୍ରୟାସ । ଏକ ନୂତନ ଇନଷ୍ଟାଗ୍ରାମ ଚ୍ୟାନେଲ ଲଞ୍ଚ କରିଛି କମ୍ପାନୀ । ଦୀର୍ଘ ଦୁଇ ବର୍ଷ କୋଭିଡ ମହାମାରୀ ପାଇଁ ନିଯୁକ୍ତିରେ ଶୀଥିଳତା ପରେ ଯୁବପିଢିଙ୍କୁ LinkedInର ଏହି ପ୍ରୟାସ ନିଶ୍ଟିତ ରୂପେ ସହାୟକ ହେବ । ଏହି ଅଭିଯାନ ଯୁବ ପିଢିଙ୍କୁ ଲିଙ୍କଡଇନ୍ ସହିତ ବୃତ୍ତିଗତ ଥିମ୍ ଉପରେ କଣ୍ଟେଣ୍ଟ କ୍ରିଏଟ କରିବାକୁ ଇନଭାଇଟ୍ କରିଛି ।

ଏହି ବୃତ୍ତିଗତ ନେଟୱାର୍କିଂ ପ୍ଲାଟଫର୍ମ କହିଛି ଯେ, ଅଂଶଗ୍ରହଣକାରୀମାନେ ଇନଷ୍ଟାଗ୍ରାମ-ପ୍ରଥମ କଣ୍ଟେଣ୍ଟ ଫର୍ମାଟ୍ ବ୍ୟବହାର କରି ସେମାନଙ୍କର ଆଇଡିଆ(ଧାରଣା)କୁ ରିଲ୍ସ, ଷ୍ଟୋରୀ ମାଧ୍ୟମରେ ପୋଷ୍ଟ କରିପାରିବେ । ଲିଙ୍କଡଇନ୍ ହେଉଛି ବିଶ୍ବର ସର୍ବ ବୃହତ ବୃତ୍ତିଗତ ନେଟୱାର୍କ, ଯେଉଁଥିରେ 850 ନିୟୁତରୁ ଅଧିକ ସଦସ୍ୟ ଏବଂ ଭାରତରେ 92 ମିଲିୟନରୁ ଅଧିକ ସଦସ୍ୟ ଅଛନ୍ତି ।

ଏହି ଉନ୍ମୋଚନ ହେଉଛି ଯୁବ ବୃତ୍ତିଗତମାନଙ୍କ ସହିତ ଅଧିକ ଜଡିତ ହେବା ଏବଂ ସେମାନଙ୍କ କ୍ୟାରିଅରରେ ଅଗ୍ରଗତି ପାଇଁ ସେମାନଙ୍କୁ ସମର୍ଥନ କରିବା ପାଇଁ କମ୍ପାନୀର ଏକ ପ୍ରୟାସ । #LinkedInByYou ନାମକ ଏହି ଅଭିଯାନ ଡେଣ୍ଟୁ ୱେବଚ୍ୟୁନି ଦ୍ୱାରା କ୍ରିଏଟ ହୋଇଛି, ଯାହା @linkedin_inରେ ଚାଲିବ ।

ଅକ୍ଟୋବର 10 ପର୍ଯ୍ୟନ୍ତ ଏହି ଅଭିଯାନ ଏଣ୍ଟ୍ରି ପାଇଁ ଓପନ୍ ରହିବ ଏବଂ ଏକ ଓପନ୍ ପ୍ରୋଫାଇଲ୍ ଥିବା ଇନଷ୍ଟାଗ୍ରାମ ସଦସ୍ୟମାନେ #LinkedInByYou ଏବଂ @linkedIn_In ଟ୍ୟାଗ୍ ମାଧ୍ୟମରେ ସେମାନଙ୍କ ଷ୍ଟୋରୀ ଏବଂ ରିଲ୍ସ ମାଧ୍ୟମରେ ନିଜକୁ ମନୋନୀତ କରିପାରିବେ । କମ୍ପାନୀ କହିଛି ଯେ, ସବୁଠାରୁ ସୃଜନଶୀଳ ଏବଂ କୌତୁହଳର ବିଷୟ ହେଉଛି କି, ପ୍ରତିଦିନ କୌଣସି ଜଣେ ଯୁବ ବୃତ୍ତିଗତଙ୍କୁ ସେମାନଙ୍କର ଆଇଡିଆ ପ୍ରଦର୍ଶନ ପାଇଁ ଗୋଟିଏ ଦିନ ଫେସ୍ ଅଫ @linkedin_in ହେବାର ସୁଯୋଗ ଦେବ ।

ABOUT THE AUTHOR

...view details