ହାଇଦ୍ରାବାଦ:ଲିଣ୍ଡା ୟାକାରିନୋ ହେଲେ ନୂଆ ଟ୍ବିଟର ସିଇଓ । ଆଜିଠାରୁ ଟ୍ୱିଟରର ନୂତନ ସିଇଓ ଭାବରେ ଲିଣ୍ଡା ୟାକାରିନୋ ଦାୟିତ୍ବ ଗ୍ରହଣ କରିଛନ୍ତି । ଟ୍ୱିଟର କିଣିବା ପରେ ଟେସଲା ଏବଂ ସ୍ପେସ୍ ଏକ୍ସର ମାଲିକ ଏଲନ୍ ମସ୍କ ଏହାର ସିଇଓ ଭାବରେ ଦାୟିତ୍ବ ତୁଲାଇଥିଲେ ।
ତେବେ ସେ କିଛି ମାସ ପୂର୍ବରୁ ପ୍ରକାଶ କରିଥିଲେ ଯେ, ଟେସଲା ଏବଂ ସ୍ପେସ୍ ଏକ୍ସ ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେ ଟ୍ୱିଟର ସିଇଓ ଭାବରେ କାର୍ଯ୍ୟ କରିବେ ନାହିଁ । ଏହାପରେ ସେ ନୂଆ ସିଇଓ ବିଷୟରେ ଘୋଷଣା କରିଥିଲେ । ଗତ ମେ' 12 ତାରିଖରେ ଏନବିସି ୟୁନିଭର୍ସାଲ୍ର ଏକ୍ଜିକ୍ୟୁଟିଭ୍ ଲିଣ୍ଡା ୟାକାରିନୋ ଟ୍ବିଟରର ନୂଆ ସିଇଓ ହେବେ ବୋଲି ଘୋଷଣା କରିଥିଲେ । ଏହାରି ଭିତରେ ଆଜି ଲିଣ୍ଡା ୟାକାରିନୋ ବିଧିବଦ୍ଧ ଭାବେ ଟ୍ବିଟରର ସିଇଓ ଦାୟିତ୍ବ ନେଇଛନ୍ତି ।
ସୂଚନାଅନୁସାରେ, ଲିଣ୍ଡା ୟାକାରିନୋ ସୋମବାର ଅର୍ଥାତ ଆଜିଠାରୁ ଦାୟିତ୍ବ ଗ୍ରହଣ କରିଥିବା ବେଳେ ତାଙ୍କୁ ସହଯୋଗ କରିବା ପାଇଁ ସହଯୋଗୀଙ୍କ ନାମ ମଧ୍ୟ ସେ ଘୋଷଣା କରିଛନ୍ତି । ଏନବିସି ୟୁନିଭର୍ସାଲର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଜୋ ବେନାରୋକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିବା ନେଇ ଲିଣ୍ଡା ଟ୍ବିଟରରେ ଉଲ୍ଲେଖ କରିଛନ୍ତି । ଏହା ପୂର୍ବରୁ ଏନବିସି ୟୁନିଭର୍ସାଲ୍ର ଏକ୍ଜିକ୍ୟୁଟିଭ୍ ଭାବେ କାର୍ଯ୍ୟ କରୁଥିଲେ ଲିଣ୍ଡା ୟାକାରିନୋ ।
ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଅନୁଯାୟୀ, ବେନାରୋକ ହେଉଛନ୍ତି ଲିଣ୍ଡାଙ୍କ ବିଶ୍ୱସ୍ତ ପରାମର୍ଶଦାତା। ଟ୍ୱିଟରରେ ତାଙ୍କ ସ୍ଥିତି ବିଷୟରେ ସେ କହିଛନ୍ତି, "ମୁଁ ଟ୍ୱିଟରରେ ଏକ ଭିନ୍ନ ବୃତ୍ତିଗତ ଆଡଭେଞ୍ଚରସ୍ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ।" ତେବେ ଟ୍ବିଟର ସିଇଓ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଲିଣ୍ଡା ଟ୍ବିଟରକୁ ନେଇ ଉତ୍ସାହିତ ରହିଥିବା ବେଳେ ଟ୍ୱିଟର 2.0 ନିର୍ମାଣ ପାଇଁ ସେ ପୁରା ଟିମ୍ ସହ କାମ କରିବାକୁ ଉତ୍ସାହିତ ବୋଲି କହିଛନ୍ତି । ସେ କହିଛନ୍ତି "ମୁଁ ଟ୍ୱିଟର 2.0 ନିର୍ମାଣ କରିବାକୁ ଏବଂ ଲକ୍ଷ ଲକ୍ଷ ପ୍ଲାଟଫର୍ମ ୟୁଜର୍ସ ଏବଂ ମସ୍କଙ୍କ ସହିତ କାମ କରିବାକୁ ପ୍ରସ୍ତୁତ ଅଛି । ଟ୍ବିଟରର ଏହି ଭର୍ସନ ଦ୍ବାରା ଅନେର ଲାଭ ହେବା ସହ ୟୁଜର୍ସମାନେ ମଧ୍ୟ ଉପକୃତ ହୋଇପାରବେ । ମୁଁ ଏହି ଭର୍ସନକୁ ଆଣିବା ପାଇଁ ପୁରା ପ୍ରଚେଷ୍ଟା କରିବି ।"