ଓଡିଶା

odisha

ETV Bharat / science-and-technology

Lava smartphone: ମର୍ଡନ ଫିଚର ସହ ବଜାରରେ ଏଣ୍ଟ୍ରି ମାରିଲା Yuva 2, ଦାମ 10 ହଜାରରୁ କମ୍‌ - ଲାଭାର ୟୁଭା 2 ଫୋନ

10 ହଜାର ଟଙ୍କାରୁ କମ୍‌ ଦାମରେ ଫୋନ କିଣିବା ପାଇଁ ଯୋଜନା କରୁଛନ୍ତି କି ? ଲାଭା କମ୍ପାନୀ ସୁଲଭ ମୂଲ୍ୟରେ ଏକ ଉତ୍କୃଷ୍ଟ ଧରଣର ସ୍ମାର୍ଟଫୋନ ବଜାରକୁ ଆଣିଛି । ଅଧିକ ପଢନ୍ତୁ

Lava smartphone
Lava smartphone

By

Published : Aug 2, 2023, 5:49 PM IST

ହାଇଦ୍ରାବାଦ:ଭାରତୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଲାଭା (LAVA) ବୁଧବାର ଅତ୍ୟାଧୁନିକ ଫିଚର ସହିତ ଆଉ ଏକ ସୁଲଭ ସ୍ମାର୍ଟଫୋନ୍ ଲାଭା ୟୁଭା 2 (LAVA Yuva 2) ଲଞ୍ଚ କରିଛି । କମ୍ପାନୀ ଏହି ଫୋନକୁ 6,999 ଟଙ୍କାରେ ଲଞ୍ଚ କରିଛି । ଶସ୍ତା ଫୋନ୍‌ରେ ଏହି ଫୋନର ମାର୍କେଟକୁ ଆସିଥିବା ବେଳେ ବଜାରରେ ପ୍ରତିଯୋଗିତା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଗ୍ରାହକମାନେ ଏହି ସ୍ମାର୍ଟଫୋନକୁ ବୁଧବାରଠାରୁ ଲାଭା ରିଟେଲ ନେଟୱାର୍କରୁ କିଣିପାରିବେ ।


ସ୍ମାର୍ଟଫୋନ୍ ଗ୍ଲାସ୍ ବ୍ୟାକ୍ ଫିନିଶ୍ ସହିତ ଏଥିରେ 5000mAhର ବ୍ୟାଟେରୀ ରହିଛି । ଏହି ହ୍ୟାଣ୍ଡ୍‌ସେଟ୍ ତିନୋଟି ରଙ୍ଗରେ ଉପଲବ୍ଧ । ଗ୍ଲାସ୍ ବ୍ଲୁ, ଗ୍ଲାସ୍ ଲେଭେଣ୍ଡର ଏବଂ ଗ୍ଲାସ୍ ଗ୍ରୀନ ଏହି 3 କଲରରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ୟୁଭା 2ରେ ୟୁନିସୋକ T606 ଅକ୍ଟା-କୋର ପ୍ରୋସେସର ସହିତ UFS 2.2 କମ୍ପ୍ଲିଆଣ୍ଟ 64GB ROM, 3GB RAM ରହିଛି । ନୂତନ ସ୍ମାର୍ଟଫୋନ୍ ଲାଭାର ନୂତନ SINK ଡିସପ୍ଲେ ସହିତ 90Hz ରିଫ୍ରେସ ରେଟ୍‌ ସହିତ ଆସିଥାଏ । ସିଙ୍କ୍ ଡିସପ୍ଲେ ଭ୍ୟୁ ହାଇ ସ୍କ୍ରିନ-ଟୁ-ବଡି ରେସିଓ ଏବଂ ସର୍ବନିମ୍ନ ବେଜେଲକୁ ନେଇ ନିର୍ମିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଲଞ୍ଚ ହେଲା ଲାଭା ଅଗ୍ନି2 5G ସ୍ମାର୍ଟଫୋନ୍‌, ଜାଣନ୍ତୁ କଣ ରହିଛି ଆଡଭାନ୍ସଡ୍‌ ଫିଚର

କ୍ୟାମେରା ଏବଂ ବ୍ୟାଟେରୀ: ଲାଭା ୟୁଭା 2ରେ 13MP ଡୁଆଲ୍ AI ରିୟର କ୍ୟାମେରା ଏବଂ ସ୍କ୍ରିନ୍‌ ଫ୍ଲାସ ସହିତ 5MP ଫ୍ରଣ୍ଟ କ୍ୟାମେରା ରହିଛି। ଏହା ସହିତ ସାଇଡ ଫିଙ୍ଗରପ୍ରିଣ୍ଟ ସ୍ପେନ୍ସର, ଅଟୋମେଟିକ କଲ ରେକର୍ଡିଂ ଏବଂ ଡୁଆଲ ମାଇକ୍ରୋଫୋନ ରହିଛି । 5000 mAh ବ୍ୟାଟେରୀ ରହିଥିବା ବେଳେ ଟାଇପ୍-ସି 10W ଚାର୍ଜର ରହିଛି । Yuva 2 ବର୍ତ୍ତମାନ ଆଣ୍ଡ୍ରଏଡ୍ 12ରେ ଚାଲିବ। କମ୍ପାନୀ ମଧ୍ୟ ଦୁଇ ବର୍ଷ ପାଇଁ ଏକ ଆଣ୍ଡ୍ରଏଡ୍ ଅପଗ୍ରେଡ୍ ଏବଂ ତିନିମାସ ପରେ ଏକ ଅପଡେଟ୍‌ କରିବା ନେଇ ମଧ୍ୟ କମ୍ପାନୀ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Best Smartphone: ଚଳିତ ମାସର ଲଞ୍ଚ ହୋଇଥିବା ସବୁଠାରୁ ବେଷ୍ଟ ଫୋନ, ପସନ୍ଦ ଆସୁଛି ଏହି ମଡେଲ

ଫ୍ରି' ହୋମ ଡେଲିଭରି ସୁବିଧା: କମ୍ପାନୀ ଲାଭା ପକ୍ଷରୁ କୁହାଯାଇଛି ଯେ, ଏହି ଫୋନକୁ କିଣିବା ସମୟରେ ଗ୍ରାହକମାନଙ୍କୁ ସ୍ବତନ୍ତ୍ର ଅନୁଭବ କରିବା ପାଇଁ ଗ୍ରାହକଙ୍କୁ ଫ୍ରି' ହୋମ ଡେଲିଭରିର ସୁବିଧା ମିଳିବ । ଏହି ଫୋନ୍‌ର ଓ୍ବାରେଣ୍ଟି ରହିଥିବାରୁ ଗ୍ରାହକ ଏହାର ମଧ୍ୟ ଲାଭ ଉଠାଇ ପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details