ଓଡିଶା

odisha

ETV Bharat / science-and-technology

ଲଞ୍ଚ ହେଲା ପୋକୋର ଲାଟେଷ୍ଟ ମଡେଲ୍, ଏତିକି ରହିଛି ଦାମ୍ - POCO M6 5Gର ସ୍ପେସିଫିକେସନ

POCO M6 5G: ଭାରତରେ ଲଞ୍ଚ ହେଲା ପୋକୋର ଲାଟେଷ୍ଟ ସିରିଜ POCO M6 5G। ଆସନ୍ତା 26 ତାରିଖରୁ ଫ୍ଲିଫକାର୍ଟରେ ସପିଂ କଲେ ମିଳିବ ରହିବ । ଅଧିକ ପଢନ୍ତୁ

POCO M6 5G
POCO M6 5G

By ETV Bharat Odisha Team

Published : Dec 22, 2023, 4:00 PM IST

ହାଇଦ୍ରାବାଦ: ନୂଆବର୍ଷ ପୂର୍ବରୁ ମୋବାଇଲ ୟୁଜର୍ସଙ୍କ ପାଇଁ ଖୁସି ଖବର । କମ ଦାମରେ ଆକର୍ଷଣୀୟ ଫିଚର ସହିତ ସ୍ମାର୍ଟଫୋନ ଲଞ୍ଚ କରିଲା ପୋକୋ । କମ୍ପାନୀ ଏମ ସିରିଜର ଲାଟେଷ୍ଟ ଫୋନ ଲଞ୍ଚ କରିଥିବା ବେଳେ ଇ- କମର୍ସ ସାଇଟ ଫ୍ଲିପକାର୍ଟରେ ମଧ୍ୟ ଜବରଦସ୍ତ ରିହାତି ମିଳିବ। କମ୍ପାନୀ ଏହି ଲାଟେଷ୍ଟ ମଡେଲର ନାମ ରଖିଛି POCO M6 5G।

ବଜେଟ ରେଞ୍ଜରେ ରହିଛି ଫୋନର ଦାମ୍: ଲାଟେଷ୍ଟ ସ୍ମାର୍ଟଫୋନକୁ 3 ଷ୍ଟୋରେଜ ଭାରିଆଣ୍ଟ ସହିତ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି। ତେବେ ବେସ ଭାରିଆଣ୍ଟର ଦାମ୍ 10 ହଜାର 499 ଟଙ୍କା ରହିଛି। ସେହିପରି 6ଜିବି ରାମ୍ ସହିତ 128 ଜିମିକୁ 11 ହଜାର 499 ଟଙ୍କାରେ ଲଞ୍ଚ କରାଯାଇଛି। ଅନ୍ୟପଟେ 8ଜିବି ସହିତ 256 ଜିବି ଷ୍ଟୋରେଜ ଭାରିଆଣ୍ଟକୁ 13 ହଜାର 499 ଟଙ୍କାରେ ଲଞ୍ଚା କରିଛି କମ୍ପାନୀ।

ତେବେ ଏହି ଫୋନ ପାଇଁ ଡିସେମ୍ବର 26 ତାରିଖ ଦିନ 12ଟାରୁ ଆରମ୍ଭ ହେବ ସେଲ୍। ତେବେ ଏହି ଫୋନକୁ 2ଟି ରଙ୍ଗରେ ଲଞ୍ଚ କରିଛି କମ୍ପାନୀ। ତେବେ ଗାଲାଷ୍ଟିକ ବ୍ଲାକ ଏବଂ ଓରିୟନ ବ୍ଲୁ ଏହି ଦୁଇଟି ରଙ୍ଗରେ ଲଞ୍ଚ ହୋଇଥିବା ବେଳେ ଡିସେଣ୍ଟ ଲୁକକୁ ପସନ୍ଦ କରିଛନ୍ତି ୟୁଜର୍ସ । ପ୍ରିମିୟମ ସ୍କାଇ ଡିଜାଇନର ଏହି ଫୋନରେ ବ୍ୟାଙ୍କ ଅଫର ମଧ୍ୟ ରହିଛି। ତେବେ ଫୋନ କିଣିବା ବେଳେ ଏୟାରଟେଲ 50 ଜିବି ଆଡସିନାଲ ଡାଟା ପ୍ରଦାନ କରିଥାଏ।

ଏହା ମଧ୍ୟ ପଢନ୍ତୁ: Oppo Find N3 Flip vs Samsung Galaxy Z Flip 5: ଫିଚର-କ୍ୟାମେରାରେ କେଉଁ ଫୋନ ବେଷ୍ଟ ଜାଣନ୍ତୁ

POCO M6 5Gର ସ୍ପେସିଫିକେସନ:

  • ପ୍ରୋସେସର: ଉନ୍ନତ କାର୍ଯ୍ୟ ପାଇଁ ଫୋନରେ ମିଡିଆଟେକ ଡାଇମେନସିଟି 6100 ପ୍ଲସ ପ୍ରୋସେସର ରହିଛି।
  • ଷ୍ଟୋରେଜ: ଏହି ଫୋନକୁ 3 ଭାରିଆଣ୍ଟ ଷ୍ଟୋରେଜରେ ବିଭକ୍ତ କରିଛି କମ୍ପାନୀ। 4GB+128GB, 6GB+128GB ଏବଂ 8GB+256GB ଏହି 3ଟି ଷ୍ଟୋରେଜ ଭାରିଆଣ୍ଟରେ ଭାଗ କରିଛି କମ୍ପାନୀ।
  • ଅପରେଟିଂ ସିଷ୍ଟମ: ଏଥିରେ ଆଣ୍ଡ୍ରୋଏଡ 13 ଅପରେଟିଂ ସିଷ୍ଟମ ମିଳିଥାଏ। କମ୍ପାନୀ 3 ମାସ ପର୍ଯ୍ୟନ୍ତ ସିକ୍ୟୁରିଟି ଅପଡେଟ ଏବଂ 2 ବର୍ଷ ପର୍ଯ୍ୟନ୍ତ ଆଣ୍ଡ୍ରୋଏଡ ଅପଡେଟ ପ୍ରଦାନ କରିବାର ପ୍ରତିଶୃତି ଦେଇଥାଏ।
  • ଡିସପ୍ଲେ: ଏହି ଫୋନକୁ 6.74 ଇଞ୍ଚର ଡିସପ୍ଲେ ସହିତ ଲଞ୍ଚ କରିଛି କମ୍ପାନୀ। ଏଥିରେ 90HZର ରିଫ୍ରେସ ରେଟ ସପୋର୍ଟ କରିଥାଏ। ଏଥିରେ କର୍ନିଙ୍ଗ ଗୋରିଲା ଗ୍ଲାସର ପ୍ରୋଟେକ୍ସନ ମଧ୍ୟ ପ୍ରଦାନ କରାଯାଇଛି।
  • ବ୍ୟାଟେରୀ: POCO M6 5G ଫୋନରେ 5000 ଏମଏଚର ବ୍ୟାଟେରୀ ରହିଛି। 18ଓ୍ବାଟ ଚାର୍ଜିଂ ଫିଚର ରହିଛି।
  • କ୍ୟାମେରା: ଫୋନର ବ୍ୟାକ ପ୍ୟାନେଲରେ ଡୁଆଲ କ୍ୟାମେରା ସେଟଅପ ମିଳିଥାଏ। 50 ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିଛି। ଅନ୍ୟପଟେ ସେଲଫି ପ୍ରେମୀ ପାଇଁ 5 ମେଗାପିକ୍ସେଲର ସେନ୍ସର ଦିଆଯାଇଛି।
  • କନେକ୍ଟିଭିଟି: ଫୋନର କନେକ୍ଟିଭିଟି ପାଇଁ ଡୁଆଲ ସିମ୍ ସପୋର୍ଟ, ବ୍ଲୁଟୁଥ v5.3, ଓ୍ବାଇଫାଇ ଏବଂ 3.5 ଏମଏମ ଅଡିଓ ଜ୍ୟାକ ସୁବିଧା ରହିଛି।

ABOUT THE AUTHOR

...view details