ଓଡିଶା

odisha

ETV Bharat / science-and-technology

HONOR ଲଞ୍ଚ୍ କଲା ପ୍ରଥମ ରଗେଡ୍ ସ୍ମାର୍ଟୱାଚ୍

ହନର୍ ଏକ ନୂଆ ଟେକନିକ୍ ଖେଳପ୍ରେମୀଙ୍କ ପାଇଁ ଲଞ୍ଚ୍ କରିଛି । ଚାଇନାର ଟେକ୍ ବ୍ରାଣ୍ଡ ବର୍ଲିନରେ ଆଇଏଫଏ ଶୋ'ରେ ନିଜ ନୂଆ ଟେକନିକକୁ ଲଞ୍ଚ୍ କରିଛି ହନର୍ ।

By

Published : Sep 7, 2020, 1:04 PM IST

Updated : Feb 16, 2021, 7:52 PM IST

HONOR ଲଞ୍ଚ୍ କଲା ପ୍ରଥମ ରଗେଡ୍ ସ୍ମାର୍ଟୱାଚ୍
HONOR ଲଞ୍ଚ୍ କଲା ପ୍ରଥମ ରଗେଡ୍ ସ୍ମାର୍ଟୱାଚ୍

ହାଇଦ୍ରାବାଦ: ହନର୍ ଏକ ନୂଆ ଟେକନିକ୍ ଖେଳପ୍ରେମୀଙ୍କ ପାଇଁ ଲଞ୍ଚ୍ କରିଛି । ଚାଇନାର ଟେକ୍ ବ୍ରାଣ୍ଡ ବର୍ଲିନରେ ଆଇଏଫଏ ଶୋ'ରେ ନିଜ ନୂଆ ଟେକନିକକୁ ଲଞ୍ଚ୍ କରିଛି ହନର୍ । ହନର୍ ୱାଚ୍ ଜିଏସ କେବଳ ଫିଟନେସ୍ ପାଇଁ ନୁହେଁ ବରଂ ଆପଣଙ୍କର ଭ୍ରମଣର ସାଥୀ ମଧ୍ୟ ହୋଇପାରିବ ।

HONOR ଲଞ୍ଚ୍ କଲା ପ୍ରଥମ ରଗେଡ୍ ସ୍ମାର୍ଟୱାଚ୍

ହନରର ମାର୍କେଟିଂ ମୁଖ୍ୟ ଫେରହଟ୍ ଅକବେ କହିଛନ୍ତି ଯେ, ସହରୀ ଲୋକଙ୍କ ଜୀବନଶୈଳୀ ପାଇଁ ଏହାକୁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି । ଏହି ୱାଚ୍ ପ୍ରାୟ 40-70 ଡିଗ୍ରୀ ତାପମାତ୍ରାରେ ମଧ୍ୟ ଚାଲିପାରିବ । ଏହାର ବ୍ୟାଟେରୀ କ୍ଷମତା 25 ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ନାଭିଗେସନାଲ୍ କ୍ଷମତା ମଧ୍ୟ ଏହାର ରହିଛି । ଏଥିରେ ପ୍ରାୟ 100ରୁ ଊର୍ଦ୍ଧ୍ବ ୱାର୍କଆଉଟ୍ ମୋଡ୍ ରହିଛି । ଅନ୍ତର୍ଜାତୀୟ ସ୍ତରରେ ଏହାର ବିକ୍ରି ସେପ୍ଟେମ୍ବର 7ରୁ ଆରମ୍ଭ ହେବ । ଏହାର ମୂଲ୍ୟ ପ୍ରାୟ 295 ଆମେରିକୀୟ ଡଲାର୍ ରହିବ ।

ହନରର ନୂଆ ଟେକନିକ୍

ଏହା ମାର୍କେଟରେ ନୂଆ ଫ୍ୟାସନ୍ ଫିଟନେସ୍ ଡିଭାଇସ୍ । ଏହାର ବ୍ୟାଟେରୀ କ୍ଷମତା 10 ଦିନ । ଏଥିରେ 95ଟି ୱାର୍କଆଉଟ୍ ମୋଡ୍ ରହିଛି । ଏହାର ମୂଲ୍ୟ ପ୍ରାୟ 118 ଆମେରିକୀୟ ଡଲାର୍ ରହିବ ।

ହନରର ନୂଆ ଟେକନିକ୍

16.1 ଇଞ୍ଚ ଫୁଲ୍ ଭିୟୁ ଲ୍ୟାପଟପ୍ । ଏଥିରେ ହିଡେନ୍ କ୍ୟାମେରା ମଧ୍ୟ ରହିଛି । ଏହାର ଓଜନ ପ୍ରାୟ 1.7 କିଲୋଗ୍ରାମ । 16.9 ମିଲିମିଟର ମୋଟା । ଏହାର ମୂଲ୍ୟ ପ୍ରାୟ 1,065 ଆମେରିକୀୟ ଡଲାର୍ ରହିବ । ମ୍ୟାଜିକ୍ ବୁକ୍ ସିରିଜର ଏହା ଅପଗ୍ରେଡ୍ ଭର୍ସନ । ମ୍ୟାଜିକ୍ ବୁକ୍ 14ର ମୂଲ୍ଯ 887 ଆମେରିକୀୟ ଡଲାର ଥିବା ବେଳେ ମ୍ୟାଜିକ୍ ବୁକ୍ 15ର ମୂଲ୍ୟ ପ୍ରାୟ 828 ଆମେରିକୀୟ ଡଲାର୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 16, 2021, 7:52 PM IST

ABOUT THE AUTHOR

...view details