ସାନଫ୍ରାନ୍ସିକୋ: ଆପଲ୍ ଖୁବଶୀଘ୍ର ଅନେକ ନୂଆ Mac(Macintosh operating system ଦ୍ବାରା ପରିଚାଳିତ ବ୍ୟକ୍ତିଗତ କମ୍ପ୍ୟୁଟର) ଲଞ୍ଚ କରିବା ସହ M2 chipର ନୂତନ ଭାବେ ବଜାର ପ୍ରବେଶ କରିବାକୁ ଯାଉଛି । କମ୍ପାନୀ ୧୩ ଇଞ୍ଚର MacBook Pro, Mac Mini ଓ ୨୪ ଇଞ୍ଚର iMac ଓ ନୂଆ ଡିଜାଇନ ହୋଇଥିବା MacBook Air ଲଞ୍ଚ କରିବାକୁ ଯାଉଛି ।
M2 chip ଚଳିତ ବର୍ଷ ବଜାର ପ୍ରବେଶ କରିବାକୁ ଯାଉଛି । ରୁମର ଅନୁସାରେ ଏହା M1ର ସ୍ଥାନ ନେବ । M2 chipରେ ମଧ୍ୟ M1 ପରି ୮-କୋର CPU ରହିଛି । ଏହା ଅଧିକ ସ୍ପିଡ଼ ଭାବେ କାମ କରିବ ବୋଲି ଜଣାପଡ଼ିଛି । ଏଥିରେ ଅତିରିକ୍ତ ଭାବେ ୯ ଓ ୧୦-କୋର GPU(Graphics processing unit) ଅପସନ ରହିବ । ଅନ୍ୟପଟେ TSMC(Taiwan Semiconductor Manufacturing Company, Limited) କମ୍ପାନୀ ୨୦୨୩ ମସିହାରେ ୩ ନାନୋମିଟର ଚିପ୍ ଆଣିବ ।