ନୂଆଦିଲ୍ଲୀ:ସମଗ୍ର ବିଶ୍ବରେ ଦ୍ବିତୀୟ ବୃହତ୍ତମ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ହେଲା ଭାରତରେ ପ୍ରସ୍ତୁତ 'କୁ'(Koo becomes second largest microblog) । ଏକାଧିକ ପ୍ଲାଟଫର୍ମକୁ ପଛରେ ପକାଇ ଟ୍ବିଟର ପରେ ବିଶ୍ବରେ 'କୁ' ଦ୍ବିତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ହୋଇଛି । ଏନେଇ କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିବା ଏହି ପ୍ଲାଟଫର୍ମକୁ ୫୦ନିୟୁତ ୟୁଜର୍ସ ଡାଉନଲୋଡ୍ କରିଛନ୍ତି ଏବଂ ବ୍ୟାପକ ଅଭିବୃଦ୍ଧି ଘଟିଥିବା କହିଛି କମ୍ପାନୀ ।
ଏକ ବିବୃତ୍ତିରେ 'କୁ' CEO ତଥା ସହ-ପ୍ରତିଷ୍ଠାତା(CEO and Co-founder, Koo) ଅପ୍ରମେୟ ରାଧାକୃଷ୍ଣ କହିଛନ୍ତି ଯେ, "ଆମର ଉପଭୋକ୍ତାମାନଙ୍କ ଠାରୁ ଆମେ ଗ୍ରହଣ କରିଥିବା ପ୍ରତିକ୍ରିୟାରେ ଆମେ ଅବିଭୂତ ଏବଂ ଏହାକୁ ସେୟାର କରି ଖୁସିବ୍ୟକ୍ତ କରୁଛୁ । ପ୍ଲାଟଫର୍ମ ଆରମ୍ଭର ମାତ୍ର ଅଢେଇ ବର୍ଷ ମଧ୍ୟରେ ଆମେ ବିଶ୍ବର ଦ୍ୱିତୀୟ ବୃହତ୍ତମ ମାଇକ୍ରୋବ୍ଲଗ୍ ଆପ୍ ହୋଇପାରିଛୁ । ଲଞ୍ଚ୍ ପରଠାରୁ ଆମର ଉପଭୋକ୍ତାମାନେ ଆମ ଉପରେ ବିଶ୍ବାସ କରିଛନ୍ତି ।"